• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବରଗଡ଼: ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡ଼ିକୁ ଅଣ୍ଡାମାଡ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଜେପୁର ଯିବାବେଳେ ସ୍ନେହାଙ୍ଗିନୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଛି । ବରଗଡ଼ ଏକାମ୍ର ଛକରେ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଛି । ସେହିଭଳି ପଦ୍ମପୁରରେ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଗାଡ଼ିକୁ ବି ଅଣ୍ଡାମାଡ଼ କରାଯାଇଛି । ପାଇକମାଳ ଛକରେ ବିଜେପି କର୍ମୀଙ୍କ ପକ୍ଷରୁ ଅଣ୍ଡାମାଡ଼ ହୋଇଥିବା ସୂଚନା ରହିଛି । ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଉଥିବା ବେଳେ ଏହି ଅଣ୍ଡାମାଡ଼ ହୋଇଛି ।

ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟା ମାମଲାକୁ ନେଇ ନିଆଁ ଜଳୁଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କୁ ନାକେଦମ୍‌ କଲେଣି । ପ୍ରତିବାଦ କରିବାକୁ ଯାଇ ନୂଆ ଫଣ୍ଡା ଆପଣାଇଛନ୍ତି ବିରୋଧୀ । କଳାପତାକା ସହ ଅଣ୍ଡାମାଡ଼ କରୁଛନ୍ତି, ଟାର୍ଗେଟ୍‌ରେ ଅଛନ୍ତି ଶାସକ ଦଳର ନେତା ଓ ମନ୍ତ୍ରୀ ।

 

ଏହି କ୍ରମରେ ଆଜି ଅତାବିରା ଳବିଧାୟିକାଙ୍କୁ ଅଣ୍ଡାମାଡ଼ ହୋଇଥିବା ବେଳେ ଗତକାଲି ରାତିରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା । କଳାହାଣ୍ଡି ମହାଲିଙ୍ଗ୍ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲା ଏବଂ ବରଗଡ଼ରେ ଗୋବିନ୍ଦ କୁମ୍ଭାରଙ୍କ ହାଜତ ମୃତ୍ୟୁ ମାମଲାକୁ ନେଇ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରିଥିଲା ଯୁବ ଓ ଛାତ୍ର କଂଗ୍ରେସ । ବରଗଡ଼ LIC ଅଫିସ ପାଖରେ ଅଣ୍ଡାମାଡ଼ ହୋଇଥିଲା । ପୂର୍ବରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଟୁକୁନି ସାହୁ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ତୁଷାରକାନ୍ତି ବେହେରା, ପଦ୍ମନାଭ ବେହେରାଙ୍କୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା ।

ସୂଚନାଯୋଗ୍ୟ, ଆଜି ବରଗଡ଼ରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହାକୁ ପ୍ରତିବାଦ କରୁଛନ୍ତି ବିରୋଧୀ । ଯାହାଫଳରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି ଓ କଂଗ୍ରେସ ନେତା ତଥା କର୍ମୀଙ୍କୁ ପୋଲିସ ଆଗୁଆ ଗିରଫ କରିଛି । ପଦ୍ମପୁର ଏୟାରଷ୍ଟ୍ରିପ୍ ସତୀଭଟା ଛକରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକଙ୍କ ସମେତ ଶତାଧିକ କର୍ମୀଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରୁଥିବା ବେଳେ ଗିରଫ କରିଛି ପୋଲିସ । ଏହାସହ ବରଗଡ଼ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ମଧ୍ୟ ଗିରଫ କରାଯାଇଛି । ଭଟ୍‌ଲି ଘରୁ ଇରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କରିଛି ପୋଲିସ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଇରାଶିଷ ଆଚାର୍ଯ୍ୟ ଗିରଫ ।