Advertisment

ସାଉଥ୍‌ ଫିଲ୍ମରେ ଓଡ଼ିଆ ପୁଅଙ୍କ କମାଲ୍‌, ଜବରଦସ୍ତ ଡାଇଲଗରେ କିଣୁଛନ୍ତି ଦର୍ଶକଙ୍କ ମନ

ସାଉଥ୍‌ ଫିଲ୍ମ ପୁଷ୍ପାରେ କମାଲ କଲେ ଓଡ଼ିଆ ପୁଅ। ଜବରଦସ୍ତ ଡାଇଲଗ୍‌ ସାଙ୍ଗକୁ ଧମାକାଦାର ଆକ୍ଟିଂରେ ଦର୍ଶକଙ୍କ କିଣିଲେ ମନ... ଗାଁରୁ ଛୁଟିଲା ପ୍ରଶଂସାର ସୁଅ। ମାଆ କହିଲେ- ପୁଅ ମୋର ଆହୁରି ଭଲ ଭଲ ଫିଲ୍ମ କରିବ

author-image
Sarbeswar
Odia Film Puspa

Odia Film Puspa

ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିଜ ରେ ଏବେ ଧୁମ ମଚାଇଛି ତେଲୁଗୁ ଫିଲ୍ମ ପୁଷ୍ପା । ମାତ୍ର ୨୬ ଦିନରେ ବକ୍ସ ଅଫିସ କଲେକ୍ସନ ୩୨୫ କୋଟି ଟଙ୍କା।ତେବେ ଏହି ଚଳଚ୍ଚିତ୍ର ରେ ପୋଲିସ ଅଫିସର ଗୋବିନ୍ଦାପ୍ପା ଭୂମିକାରେ ଅଭିନୟ କରିଥିବା ଅଭିନେତା ଏମ ରାମକ୍ରିଷ୍ଣା ହେଉଛନ୍ତି ଜଣେ ଓଡ଼ିଆ । ବରଗଡ଼ ଜିଲ୍ଲା ସର୍ଲା ଗ୍ରାମ ବାସିନ୍ଦା ଥିବା ହୁଏତ ଅନେକ ଙ୍କୁ ଜଣା ନ ଥିବ । ଚନ୍ଦନ କାଠ ତସ୍କର ଙ୍କ ଉପରେ ନିର୍ମିତ ପୁଷ୍ପା ଚଳଚିତ୍ରରେ ରେ ପୋଲିସ ଅଫିସର ଗୋବିନ୍ଦାପ୍ପା ଭୂମିକାରେ ଅଭିନୟ କରିଥିବା ଅଭିନେତା ଜଣକ ହେଉଛନ୍ତି ଏମ୍ ରାମକ୍ରୀଷ୍ଣା । ଆଉ ରାମକ୍ରିଷ୍ଣା ହେଉଛନ୍ତି ଜଣେ ଓଡ଼ିଶା।

Advertisment

ନିଜର ଅଭିନୟ ଓ ଦମଦାର ଡାଇଲାଗ ପାଇଁ ସେ ଏବେ ଚର୍ଚ୍ଚାରେ। ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିଜରେ ରାମକ୍ରୀଷ୍ଣାଙ୍କୁ ସମସ୍ତେ ଶତ୍ରୁ ବୋଲି ଡାକିଥାଆନ୍ତି ।ପୁଷ୍ପା ଚଳଚିତ୍ର ପୂର୍ବରୁ ବାହୁବଳି ୨ ରେ ମଧ୍ୟ ପିଣ୍ଡାରା ଭୂମିକାରେ ଜବରଦସ୍ତ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟି ଥିଲେ ରାମକ୍ରୀଷ୍ଣା ।ଆଗକୁ ଆହୁରି ଭଲ ଅଭିନୟ କରି ଗାଁ ପାଇଁ ଗୌରବ ଆଣିବ ବୋଲି କହିଛନ୍ତି ମା ଏମ୍ ସରୋଜିନୀ ଦେବୀ । ଅତାବିରା କୋଶଳା ସ୍କୁଲ ରୁ ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥିବା ରାମକ୍ରୀଷ୍ଣା ଓରଫ ଶତ୍ରୁ ରେଭେନ୍ସା କଲେଜରେ ମାଇକ୍ରୋ ବାଇଲୋଜି ରେ ପାଠ ପଢିବା ପରେ ଅଭିନୟ ପାଇଁ ହାଇଦ୍ରାବାଦ ଚାଲିଯାଇଥିଲେ ।

ପୁଷ୍ପା ,ବାହୁବଳୀ ଟୁ ବ୍ୟତୀତ ଲିଜେଣ୍ଡ, ଡି ଜେ, ରଙ୍ଗସ୍ତାଲମ ,ଅଗାଡୁ, ଗୋଦଲାକୁଣ୍ଡା ଗଣେଶ,ବାଲ୍ମିକୀ, କଡ଼ାଇ କୁଟ୍ଟୀ ସିଂହମ ପରି ୧୦ ରୁ ଉର୍ଦ୍ଧ୍ଵ ଫିଲ୍ମ ରେ ଅଭିନୟ କରି ସାରିଛନ୍ତି ରାମକ୍ରୀଷ୍ଣା । ତେବେ ପିଲାଟି ଦିନୁ ଅଭିନୟରେ ରୁଚି ରଖିଥିବା ରାମକ୍ରୀଷ୍ଣା ଜଣେ ମେଧାବୀ ଛାତ୍ର ମଧ୍ୟ । ତାଙ୍କୁ ବଡ଼ ପରଦାରେ ଦେଖି ବେଶ ଖୁସୀ ଅନୁଭବ କରୁଛନ୍ତି ସର୍ଲା ଗ୍ରାମର ବନ୍ଧୁ ଓ ପଡୋଶୀ ମାନେ । ବରଗଡ଼ ଜିଲ୍ଲାର ସର୍ଲା ପରି ଏକ ଅଖ୍ୟାତ ପଲ୍ଲୀ ରୁ ଯାଇ ଦକ୍ଷିଣ ଭାରତୀୟ ଫିଲ୍ମ ରେ ବଡ ବଡ ସିନେ ତାରକା ଙ୍କ ସହ କାମ କରିବା ନିଶ୍ଚିତ ଭାବେ ଅଂଚଳ ପାଇଁ ଗୌରବ ର ବିଷୟ ବୋଲି କହିଛନ୍ତି ତାଙ୍କର ବନ୍ଧୁ ଜି ଭି ରାଓ ।

Advertisment
Odia Actor Puspa Film
Advertisment
Advertisment