ମାଗଣା ପ୍ରିକସନ୍ ଡୋଜ୍ ଘୋଷଣା ପରେ ଟିକାକରଣ କେନ୍ଦ୍ରରେ ନାହିଁ ନଥିବା ଭିଡ଼....
ରାଜ୍ୟରେ ଆଜିଠୁ ୧୮ ପ୍ଲସଙ୍କୁ ମାଗଣାରେ ମିଳିବ କରୋନାର ପ୍ରିକସନ୍ ଡୋଜ୍....
ଆଜିଠାରୁ ସମସ୍ତ ଘରୋଇ ହସ୍ପିଟାଲରେ ମିଳିବ କରୋନାର ବୁଷ୍ଟର୍ ଡୋଜ୍ । ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ବୁଷ୍ଟର୍ ଡୋଜ୍ ନେଇପାରିବେ ।
ଆସନ୍ତା ମାର୍ଚ୍ଚ ମାସରୁ ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯାଇପାରେ ଟିକା । NTAGIର କୋଭିଡ-୧୯ ୱାର୍କିଂ ଗ୍ରୁପ୍ ଚେୟାରମ୍ୟାନ୍ ଡ. ଏନ୍.କେ ଆରୋରା ଏନେଇ ସୂଚନା ଦେଇଛନ୍ତି । ମାର୍ଚ୍ଚ ସୁଦ୍ଧା ୧୫ରୁ ୧୮ ବର୍ଗଙ୍କୁ ଟିକାକରଣ ସରିଯିବା ନେଇ ମଧ୍ୟ ସେ ଆଶା ପ୍ରକାଶ କରିଛନ୍ତି ।
୧୫ରୁ ୧୮ ବର୍ଷର ପିଲାଙ୍କୁ କରୋନା ଟିକା ନେଇ ପ୍ରସ୍ତୁତି ବୈଠକ ହୋଇଛି। ୨୦୦୭ ଡିସେମ୍ବର ୩୧ ସୁଦ୍ଧା ଜନ୍ମିତ ସବୁ ପିଲା ଟିକା ନେଇପାରିବେ।
ଟିକା ପାଇଁ ଯୋଗ୍ୟ ବରିଷ୍ଠ ନାଗରିକଙ୍କ ପାଖକୁ SMS ଆସିବ। ଜାନୁଆରୀ ୧୦ରୁ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ।
୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭାକ୍ସିନ୍ ଏବଂ କୋଭିସିଲ୍ଡ ଟିକା ପ୍ରଥମ ଡୋଜ୍ ଶତକଡା ୯୫ ଭାଗ ଏବଂ ଦ୍ୱିତୀୟ ଡୋଜ୍ ଶତକଡା ୬୫ ଭାଗ ଦିଆସରିଛି। ଖୁବ୍ ଶୀଘ୍ର ଏହି ଶତ ପ୍ରତିଶତ ଲୋକେ କରୋନା ଟିକା ନେଇଯିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଆମେରିକାରେ ବର୍ତ୍ତମାନ ପ୍ରବଳ ଶୀତ ଅନୁଭୁତ ହେଉଥିବା ବେଳେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ସରକାରଙ୍କ ବୁଷ୍ଟର ଡୋଜ୍ ଦେବା ନିଷ୍ପତ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମଡର୍ଣ୍ଣା ସିଇଓ ଷ୍ଟିଫେନ୍ ବାନସେଲ କହିଛନ୍ତି ।
ବାୟୋଟେକ ପକ୍ଷରୁ ପ୍ରସ୍ତୁତ କୋଭାକ୍ସିନ୍ ଟିକା ୭୭.୮% ଉପାଦେୟତା ରହିଛି। ଲାନ୍ସେଟ୍ ପକ୍ଷରୁ ରିପୋର୍ଟରେ ଏହା ପ୍ରକାଶ ପାଇଛି।
ଭାରତରେ ପ୍ରସ୍ତୁତ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାକୁ ଏପର୍ଯ୍ୟନ୍ତ ୯୬ଟି ଦେଶ ମଞ୍ଜୁରୀ ପ୍ରଦାନ କରିସାରିଲେଣି। ଯାହାକି କୋଭିଡ୍ ଟିକା ପ୍ରସ୍ତୁତିରେ ଭାରତକୁ ସଫଳତା ବୋଲି କୁହାଯାଉଛି।
କୋଟିଏ ଡୋଜ୍ ଜାଇଡସ୍ କାଡିଲା ଭ୍ଯା ଭ୍ୟାକ୍ସିନ୍ କିଣିବ କେନ୍ଦ୍ର। ଡୋଜ୍ ପିଛା ୨୬୫ ଟଙ୍କାରେ କିଣିବାକୁ କମ୍ପାନୀକୁ ମିଳିଛି ଅର୍ଡର ।
କରୋନା ଟିକା ନନେଇ ମଧ୍ୟ ଜଣେ ମହିଳାଙ୍କୁ ମିଳିଛି ଟିକା ନେଇଥିବାର ପ୍ରମାଣପତ୍ର। ଜଣେ ମହିଳା କରୋନାର ପ୍ରଥମ ଡୋଜ ନେଇ ନ ଥିବା ବେଳେ ତାଙ୍କୁ ମିଳିଛି ଟିକା ପ୍ରମାଣପତ୍ର। କେବଳ ସେତିକି ନୁହେଁ, ମହିଳା ଜଣକ କେବେ ଉତ୍ତରପ୍ରଦେଶ ଯାଇ ନାହାନ୍ତି। ହେଲେ ତାଙ୍କୁ ସେଠାକାର ପ୍ରମାଣପତ୍ର ମିଳିଛି।
ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନ୍ତ୍ୟୋଦୟ ଆଣିବା ପାଇଁ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଁଚାଇବାର ଅଙ୍ଗୀକାର ବଦ୍ଧତାକୁ ଦୃଷ୍ଟିରେ ରଖି ଉତ୍ତର ପୂର୍ବାଂଚଳରେ ଆଇ ଡ୍ରୋନ୍ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।
ରାଷ୍ଟ୍ରପତି ବାଇଡେନ ସୋମବାର ଭାକ୍ସିନର ତୃତୀୟ ଡୋଜ ନେଇଛନ୍ତି। ଏପରିକି ଭାକ୍ସିନ ନେବାକୁ ରାଜି ହେଉ ନ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରି କହିଛନ୍ତି, ଯେଉଁମାନେ ଭାକ୍ସିନ ନେଉ ନାହାନ୍ତି ସେମାନେ ଆମେରିକାର କ୍ଷତି କରୁଛନ୍ତି।
ମୃତକଙ୍କୁ ଦିଆଯାଉଛି କରୋନା ଭ୍ୟାକ୍ସିନ୍ । ଏପରିକି କୋଭିଡ ସାର୍ଟିଫିକେଟ ବି ଦିଆଯାଇଛି। ଭାକ୍ସିନେସନ ସଂଖ୍ୟା ବଢୁଥିବା ନେଇ ସରକାର ଦାବି କରୁଥିବାବେଳେ ମୃତବ୍ୟକ୍ତିଙ୍କୁ ଏଥିରେ ସାମିଲ କରିବା ଘଟଣା ଏହି ସଂଖ୍ୟା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଭାରତରେ ଚାଲିଥିବା ଟିକାକରଣ ଅଭିଯାନକୁ WHOର ପ୍ରଶଂସା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ଦକ୍ଷିଣ ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ୍ କ୍ଷେତ୍ରପାଲ ସିଂ କହିଛନ୍ତି, କରୋନା ଟିକାକରଣ ଅଭିଯାନକୁ ଆହୁରି ତ୍ୱରାନ୍ୱିତ କରିବା ସହ ବହୁ ସଂଖ୍ୟକ ଟିକା ଦେବା ପାଇଁ ଭାରତ ସକ୍ଷମ
ରାଜ୍ୟରେ ୨୨ ଲକ୍ଷ ଡୋଜ ଟିକା ମହଜୁଦ ରହିଛି। ଡିସେମ୍ବର ସୁଦ୍ଧା ପ୍ରଥମ, ଆଉ ୩ ମାସ ଭିତରେ ୨ୟ ଡୋଜ ଶେଷ ହେବ। ସେହିପରି ଗତ ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦେଶରେ ଦୈନିକ ଟିକାକରଣ ୧ କୋଟି ଡୋଜ୍ ପାର କରିଥିଲା।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ପ୍ରଧାନମନ୍ତ୍ରୀଙ୍କ ୭୧ତମ ଜନ୍ମ ଦିନ ଅବସରରେ ଆରମ୍ଭ କରାଯିବ ସେବା ଓ ସମର୍ପଣ ଅଭିଯାନ ।
କରୋନା ଭାଇରସର ତୃତୀୟ ଲହରୀର ଆଶଙ୍କା ମଧ୍ୟରେ ଦେଶକୁ ମିଳିଲା ଆଉ ଏକ ଟିକା । ଅକ୍ଟୋବର ମାସରେ କୋଭିଡର ତୃତୀୟ ଲହରୀ ଶିଖରରେ ରହିବ ବୋଲି ଆକଳନ କରାଯାଉଛି । ଦେଶରେ ଦୈନିକ କରୋନା ମାମଲାରେ ଯେପରି ଉତଥାନ-ପତନ ଦେଖିବାକୁ ମିଳୁଛି, କିଛି କହି ହେବନାହିଁ ।
ଟିକା ପାଇଁ ୪ ଦିନ ହେଲାଣି ରାତି ଅଧରୁ ଆସି ଧାଡିରେ ଠିଆ ହେଉଛନ୍ତି, ତଥାପି ନିରାଶ । ସପଟେ ଧାଡ଼ିରେ ନଥିବା ଲୋକଙ୍କୁ ଟିକା ନେବା ପାଇଁ ଟୋକନ ମିଳିଯାଉଥିବା ଅଭିଯୋଗ ।
ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଜନସନ ଆଣ୍ଡ ଜନସନଙ୍କ ଏକକ-ଡୋଜ କୋଭିଡ -19 ଟିକାକୁ ଅନୁମୋଦନ କରାଯାଇଛି । ବର୍ତ୍ତମାନ ଭାରତରେ ପାଞ୍ଚଟି EUA ରହିଛି । ଏହା ' କୋଭିଡ -19 ବିରୋଧରେ ଭାରତର ମିଳିତ ଲଢ଼େଇକୁ ଆଗକୁ ବଢ଼ାଇବ।
କୋ ୱିନ ଆପ୍ର ସ୍ୱତନ୍ତ୍ର ସାଇଟ୍ରେ ଗର୍ଭବତୀଙ୍କୁ ଟିକାକରଣ ପାଇଁ ପଞ୍ଜୀକରଣ କରାଯାଇପାରିବ । ବର୍ତ୍ତମାନ ସୁଦ୍ଧା ମୋଟ ୧ କୋଟି ୩୮ ଲକ୍ଷ ୯ ହଜାର ୭୫୬ ଡୋଜ୍ ଟିକାକରଣ ସରିଛି। ଏବେ ରାଜ୍ୟରେ ୪ ଲକ୍ଷ ୬୧ ହଜାର କୋଭିସିଲଡ୍ ଟିକା ମହଜୁଦ ରହିଛି ।