Baragarh
ନୂଆବର୍ଷକୁ କିଛି ଭିନ୍ନ ଢଙ୍ଗରେ ପାଳନ କରି ଚର୍ଚ୍ଚାରେ ବରଗଡ଼ର ଯୁବକ। ସ୍ଥାନୀୟ ଅଂଚଳରେ ବଦାନ୍ୟ ବନ୍ଧୁ ଭାବେ ପରିଚିତ ସୁବ୍ରତ ବିର୍ତ୍ତିଆ ଅସହାୟ ଗରିବଙ୍କ ସହ କେକ କାଟି ୨୦୨୨ ନବବର୍ଷ ପାଳନ କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା। ଆଉ ନବବର୍ଷ ଅବସରରେ ସମସ୍ତଙ୍କୁ ଏକ ରେସ୍ତୋରାଁରେ ରାତ୍ରି ଭୋଜନ ଖୁଆଇଛନ୍ତି ସୁବ୍ରତ । ପ୍ରଥମଥର ପାଇଁ ରେସ୍ତୋରାଁରେ ଖାଇବାର ସୁଯୋଗ ପାଇ ଅସହାୟ ବୃଦ୍ଧ ବୃଦ୍ଧା ବେଶ ଆତ୍ମବିଭୋର ହୋଇ ପଡ଼ିଥିଲେ ।
ଗୋଟିଏ ପଟେ ନୂଆବର୍ଷ ପାଳନ ପାଇଁ ଲୋକେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅନ୍ୟପଟେ କିନ୍ତୁ ରାସ୍ତା କଡରେ ରହୁଥିବା ଏହି ଅସହାୟ ଲୋକ ନୂଆବର୍ଷ କଣ ଜାଣନ୍ତି ନାହିଁ । ତେଣୁ ଏପରି ଲୋକଙ୍କୁ ଗୋଟିଏ ଦିନ ପାଇଁ ହେଲେ ମଧ୍ୟ ନିଜ ଖୁସିରେ ସାମିଲ କରିପାରିଥିବା ଯୋଗୁ ବେଶ ଖୁସି ଥିବା ଏବଂ ଆଗାମୀ ଦିନରେ ମଧ୍ୟ ଏପରି ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି ସୁବ୍ରତ । ସେ ଯାହା ବି ହେଉ ସୁବ୍ରତଙ୍କ ଏହି କାର୍ଯ୍ୟ ପାଇଁ ସାରା ରାଜ୍ୟରେ ତାଙ୍କୁ ବେଶ୍ ପ୍ରଶଂସା କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)