Advertisment

ମାସ୍କ ନ ପିନ୍ଧିଲେ ସାଙ୍ଗରେ ନେଇଯାଉଛନ୍ତି ଯମରାଜ୍‌

ସହରରେ ବୁଲୁଛନ୍ତି ମୃତ୍ୟୁର ଦେବତା ଯମ । ସାଥିରେ ଅଛନ୍ତି ଚିତ୍ରଗୁପ୍ତ ଏବଂ ନାରଦ । କରୋନା ସଂକ୍ରମଣ ହାରରେ ରୋକ ଲଗାଇବା ପାଇଁ ଦୋକାନ ବଜାର ବୁଲି ବୁଲି ଯମ ବେଶରେ ଲୋକଙ୍କୁ ସଚେତନ କରୁଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Creative Ways For Spread Awareness About COVID – 19

Creative Ways For Spread Awareness About COVID – 19

ସହରରେ ବୁଲୁଛନ୍ତି ମୃତ୍ୟୁର ଦେବତା ଯମ । ସାଥିରେ ଅଛନ୍ତି ଚିତ୍ରଗୁପ୍ତ ଏବଂ ନାରଦ । କରୋନା ସଂକ୍ରମଣ ହାରରେ ରୋକ ଲଗାଇବା ପାଇଁ ଦୋକାନ ବଜାର ବୁଲି ବୁଲି ଯମ ବେଶରେ ଲୋକଙ୍କୁ ସଚେତନ କରୁଛନ୍ତି । ବରଗଡ଼ ସହରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବୃଦ୍ଧି ହେବା ସହ ବରଗଡ଼ ଜିଲ୍ଲାରେ ମଧ୍ୟ ସଂକ୍ରମଣ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ କରୋନା ଏଡ଼ାଇବାକୁ ସହରରେ ଏକ ନିଆରା ପଦକ୍ଷେପ ନେବା ସହ ସହରବାସୀଙ୍କୁ ସଚେତନ କରିବା ପ୍ରୟାସ କରାଯାଉଛି । ଯେଉଁଥିରେ ଯମ ସହର ସାରା ବୁଲି ବୁଲି ଲୋକଙ୍କୁ ସଚେତନ କରୁଛନ୍ତି ।

Advertisment

କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ବରଗଡ଼ ସୀତାରାମ କଳା ପରିଷଦର କଳାକାର ଗଣ ଯମ, ଚିତ୍ରଗୁପ୍ତ ବାହାରି ସହର ସାରା ସଚେତନତା ସୃଷ୍ଟି କରୁଛନ୍ତି। କିଛି ମାସର ବ୍ୟବଧାନ ପରେ ବରଗଡ ଜିଲ୍ଲାରେ କରୋନା ଗ୍ରାଫ ପୁଣି ବଢିବାରେ ଲାଗିଛି । ଗତ କିଛି ଦିନ ହେବ ଜିଲ୍ଲାରେ କରେନା ସଂକ୍ରମଣ ବୃଦ୍ଧି ଘଟି ସଂଖ୍ୟାଟି ତିନି ଅଙ୍କ ପାଖାପାଖି ହେଲାଣି। ଆଗକୁ ସଂଖ୍ୟା ଅଧିକ ବୃଦ୍ଧି ଘଟିବାର ଆଶଙ୍କା ରହିଛି । ଏଣୁ ଏଥିରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହେବା ସହ ସତେତନତା ଆରମ୍ଭ ହୋଇ ଯାଇଛି। ଏଥିରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ମଧ୍ୟ ସାମିଲ ହୋଇଛନ୍ତି ।

ଜିଲ୍ଲାରେ କରୋନା ଟେଷ୍ଟିଙ୍ଗ ସଂଖ୍ୟାକୁ ବୃଦ୍ଧି କରାଯାଇ ଥିବା ବେଳେ ସମସ୍ତଙ୍କୁ ମାକ୍ସ ପିନ୍ଧିବା ବାଧ୍ୟତା ମୂଳକ କରାଯିବା ସହ ସହରର ବିଭିନ୍ନ ଛକରେ ମାକ୍ସ ଚେକିଂ କରାଯାଉଛି । ଏହାସହ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା ସହ ଗହଲି ନ କରିବା ପାଇଁ ମାଇକ ଯୋଗେ ସମସ୍ତଙ୍କୁ କୁହାଯାଉଛି । ୫୦ ପ୍ରତିଶତ ଲୋକଙ୍କୁ ନେଇ ହୋଟେଲ , ମଲ, ସିନେମା ହଲ ଚଲେଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ରହିଥିବା ବେଳେ ସମସ୍ତ ଜନ ସାଧାରଣ ଏଥିରେ ସହଯୋଗ କରିବା ପାଇଁ ବରଗଡ଼ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Advertisment
Covid Awareness Baragada
Advertisment
Advertisment