ଫୁଲବାଣୀରେ ଏସିଡ ଆଟାକ୍ । ଟାଉନ ଥାନା ଅନ୍ତର୍ଗତ ଶଶୀ ପାନ ଦୋକାନ ଛକରେ ଏସିଡ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଆହତ ମଧ୍ୟରେ ବାପା, ପୁଅ ଏବଂ ଜଣେ ଯୁବକ ଅଛନ୍ତି ।
ଜମିବାଡ଼ି ବିବାଦରୁ ବାପପୁଅଙ୍କୁ ଏସିଡ ମାଡ଼.... ଦୁଇ ଗୁରୁତର ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ...ଜଣଙ୍କୁ ଅଟକ ରଖି ପୋଲିସର ତଦନ୍ତ ଜାରି...
ରାଜସ୍ଥାନ କରୌଲି ଜିଲ୍ଲାରେ ମହିଳାଙ୍କୁ ପ୍ରଥମେ ଅପହରଣ କରାଯାଇ ଏସିଡ୍ ପକାଇ ହତ୍ୟା କରାଯାଇଛି ।
ବିବାହ ପରେ ପୁରୁଣା ପ୍ରେମକୁ ଭଲି ପାରୁନଥିଲା ଝିଅ । ଲୋକନିନ୍ଦା ଭୟରେ ଝିଅକୁ ଜୀବନରେ ମାରି ଦେବା ପାଇଁ . .
ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣକ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲା। ହେଲେ ପରେ ତାଙ୍କୁ ଧୋକା ଦେଇ ଅନ୍ୟତ୍ର ବିବାହ ପାଇଁ ନିଷ୍ପତ୍ତି ନେଇଥିଲା।
କାହିଁକି ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ମାଡ଼ କଲା ଏସିଡ୍ ? ତାହା ପୁଣି କୋର୍ଟ ପରିସରରେ । କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
ଏସିଡ୍ ମାଡରେ ଶରୀରର ୮୦ ପ୍ରତିଶତ ଜଳିଯାଇ ଗୁରୁତର ହୋଇପଡିଥିବା ବନିତାଙ୍କୁ ଏସସିବିର ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସା କରାଯାଉଥିଲା । ହେଲେ ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି। ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।
ଯେତେ ସଚେତନ ହେବା ପରେ ବି ଦେଶରେ ଥମିବାର ନାଁ ନେଉନି ଏସିଡ୍ ଆକ୍ରମଣ ଘଟଣା। NCRB ରିପୋର୍ଟରେ ଚମକାଇ ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି।
ଏସିଡ୍ ମାଡ଼ରେ ଗୁରୁତର ଆହତ ହୋଇଥିବା ବାଲେଶ୍ୱରର ବନିତା ଶେଷରେ ଆଖି ବୁଜିଛନ୍ତି। ସ୍ୱାମୀ ବନିତାଙ୍କ ଉପରେ ଏସିଡ୍ ଫିଙ୍ଗି ଦେଇଥିଲେ।
୪ ଆହତ ଚିତ୍କାର କରୁଥିବା ବେଳେ ଘଟଣାସ୍ଥଳରୁ ଫେରାର ମାରିଥିଲେ ଅଭିଯୁକ୍ତ ଚନ୍ଦନ ଓ ତାର ସହଯୋଗୀ ।
ଗୁରୁତର ଯୁବତୀ କଟକ ବଡ଼ ମେଡିକାଲରେ ଭର୍ତ୍ତି । ଅନ୍ୟ ଜଣେ ମହିଳା ଓ ଦୁଇ ଛୁଆ ମଧ୍ୟ ଆହତ । ଅଭିଯୁକ୍ତ ଯୁବକ ଫେରାର୍, ଖୋଜୁଛି ପୋଲିସ ।
ବାହାଘର ପରେ ସ୍ୱାମୀ ପୂର୍ବରୁ ବିବାହିତ ଥିବା ଜାଣି ମହିଳା ଜଣଙ୍କ ତାଙ୍କ ସହିତ ଆଉ ଯାଇନଥିଲେ ।
ଦିଲ୍ଲୀରେ ୧୭ ବର୍ଷୀୟ ସ୍କୁଲ୍ ଛାତ୍ରୀଙ୍କୁ ଏସିଡ୍ ଫିଙ୍ଗିବା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ସ୍ପଷ୍ଟ ଦିବାଲୋକରେ ଏଭଳି ଛାତି ଥରାଇଲା ଭଳି ଘଟଣା ପରେ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଦେଶର ରାଜଧାନୀ ଦିଲ୍ଲୀରେ ଆଜି ସକାଳୁ ଚାଞ୍ଚଲ୍ୟକର ଘଟଣା ଘଟିଛି। ଦୁଇ ଜଣ ଯୁବକ ଗୋଟିଏ ବାଇକରେ ଆସି ଜଣେ ୧୭ ବର୍ଷୀୟ ଝିଅ ଉପରକୁ ଏସିଡ୍ ମାଡ଼ କରିଛନ୍ତି।
ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିବା ବେଳେ ରିନାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ।
ଦୀର୍ଘ ୧୩ ବର୍ଷର ଯନ୍ତ୍ରଣାଦାୟକ କାହାଣୀ । ନ୍ୟାୟ ପାଇଁ ସଂଘର୍ଷପୂର୍ଣ୍ଣ ଲଢ଼େଇ ଭିତରେ ଶେଷରେ ରାୟ ଆସିଲା । ଜଗତସିଂପୁରର ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ଆକ୍ରମଣ ମାମଲାର ଶୁଣାଣି କରି ୨ ଦୋଷୀଙ୍କୁ ୧୪ ବର୍ଷର ସଜା ଶୁଣାଇଛନ୍ତି ଜଗତସିଂପୁର ଏଏସ୍ଜେ କୋର୍ଟ ।
ନା ଭୁଲି ହେଉଛି ସେଦିନର ସେହି ଆତଙ୍କର ମୁହୁର୍ତ୍ତ, ନା ଭୁଲାଇ ଦେଉଛି ୧୩ ବର୍ଷ ତଳର ତରଳ ନିଆଁର ପ୍ରକୋପ । ଆଜି ବି ଯନ୍ତ୍ରଣାରେ ଜଡ଼ସଡ଼ ଶରୀର । ଏଭଳି ଯନ୍ତ୍ରଣାଦାୟକ କାହାଣୀ ଭିତରେ ସେହି ଜହ୍ଲାଦଙ୍କ ବିରୋଧରେ ରାୟ ଆସିଛି ।
ଯେକୌଣସି ମଣିଷ ଉପରେ ଏସିଡ୍ ଆଟାକ୍ ହେଲେ ସେ ସାରାଜୀବନ କଷ୍ଟ ପାଇବ। ତେଣୁ ମୋର ଏହି ଯନ୍ତ୍ରଣା ପାଖରେ ସେମାନଙ୍କୁ ମିଳିଥିବା ସଜାର କିଛି ସମାନତା ନାହିଁ ବୋଲି ପ୍ରମୋଦିନୀ ରାଉଳ କହିଛନ୍ତି।
୨୦୦୯ ଏପ୍ରିଲ ୧୮ ତାରିଖ ସାରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଗାଁର ପ୍ରମୋଦିନୀଙ୍କ ଉପରେ ଏସିଡ୍ ଆକ୍ରମଣ ହୋଇଥିଲା।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଏସିଡ ମାଡ଼ ଅଭିଯୋଗ । ଭଦ୍ରକ ବନ୍ତ ଥାନା ସିଲନ୍ଦୀ ଗାଁରୁ ଏଭଳି ଅଭିଯୋଗ ଆସିଛି ।
ଘରୋଇ କଳହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ପରେ ଏସିଡ୍ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ୪ ଜଣ ଗୁରୁତର ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।
ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି। ଏସିଡ ମାଡ଼ ନେଇ ଧଉଳି ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ୩୨୬(A)ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଏସିଡ୍ ମାଡ଼ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଧଉଳି ବାଲିଆପଡ଼ାରେ ଜଣେ ଯୁବତୀଙ୍କ ଉପରକୁୁ ଜଣେ ଯୁବକ ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି।