Advertisment

ବାଇକ୍‌ରେ ଆସି କିଡ୍‌ନାପ୍‌ କରି ନେଇଗଲେ, ଧମକ ଦେଲେ- ‘୧୦ ଲକ୍ଷ ଟଙ୍କା ଦିଅ, ପୁଅକୁ ନିଅ’

ଅପହରଣର ୫ ଘଣ୍ଟା ପରେ ଉଦ୍ଧାର ହେଲା ୯ ବର୍ଷର ଶିଶୁ ପୁତ୍ର। ଶିଶୁପୁତ୍ରକୁ ଏକ ସ୍କୁଲ୍‌ ନିକଟରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ବରଗଡ଼ରେ ୯ ବର୍ଷର ଶିଶୁ ପୁତ୍ରକୁ ଅପହରଣ ନେଇ ଅଭିଯୋଗ ହୋଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
9 Year Old Rescued

9 Year Old Rescued

ଅପହରଣର ୫ ଘଣ୍ଟା ପରେ ଉଦ୍ଧାର ହେଲା ୯ ବର୍ଷର ଶିଶୁ ପୁତ୍ର। ଶିଶୁପୁତ୍ରକୁ ଏକ ସ୍କୁଲ୍‌ ନିକଟରୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଏହାପରେ ଶିଶୁପୁତ୍ରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବରଗଡ଼ରେ ୯ ବର୍ଷର ଶିଶୁ ପୁତ୍ରକୁ ଅପହରଣ ନେଇ ଅଭିଯୋଗ ହୋଇଥିଲା। 

Advertisment

ବରଗଡ଼ ଟାଉନ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ, ଗତକାଲି ବରଗଡ଼ ଏସିସି ସିମେଣ୍ଟ କାରଖାନାର CSR ମୁଖ୍ୟ ଜମିଲ ଅକ୍ତର ଖାନଙ୍କ ପୁଅ ମହମ୍ମଦ ମୋଜମଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ପିଲାଟି ଖେଳୁ ଥିବାବେଳେ ୨ ଜଣ ଯୁବକ ବାଇକ୍‌ରେ ଆସି ତାଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା।

ଦୁର୍ବୃତ୍ତମାନେ ଇଂରାଜୀରେ ଏକ ଚିଠି ଲେଖି ଜମିଲ ଅକ୍ତରଙ୍କ ଘର ନିକଟ କାର୍ ଗ୍ୟାରେଜ୍ ସମ୍ମୁଖରେ ଛାଡି ଯାଇଥିଲେ। ଯେଉଁଥିରେ ପୁଅକୁ ପାଇବାକୁ ହେଲେ ୧୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି ଅପହର୍ତ୍ତାମାନେ ଦାବି କରିଥିଲେ। ଏନେଇ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Advertisment

ବରଗଡ଼ ଏସ୍‌ପି, ଏଏସ୍‌ପି, ଟାଉନ୍ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମାମଲାର ଖୋଳତାଡ଼ ଆରମ୍ଭ କରିଥିଲେ। ତେବେ ଅପହରଣର ୫ ଘଣ୍ଟା ପରେ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା। ଅପହର୍ତ୍ତାମାନେ ପିଲାକୁ ଅପହରଣ କରି ଜଙ୍ଗଲକୁ ନେଇ ଯାଇଥିଲେ। ପରେ ସେମାନେ ଏକ ସ୍କୁଲ୍‌ ପାଖରେ ଛାଡି ଦେଇଥିଲେ। ପିଲାଟି ଚାଲି ଚାଲି ଆସୁଥିବା ଦେଖିବାକୁ ମିଳିଥିଲା। ଏହାପରେ ସ୍ଥାନୀୟ ଲୋକେ ଶିଶୁପୁତ୍ରକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। 

ତେବେ ଶିଶୁପୁତ୍ରକୁ କିଏ ନେଇଥିଲେ ?  ଏଥିରେ କେଉଁ କେଉଁମାନେ ସମ୍ପୃକ୍ତ ଅଛନ୍ତି ? ଏସବୁକୁ ନେଇ ପୋଲିସ୍‌ ଖୋଳତାଡ଼ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରି ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି। ଖୁବ୍‌ଶୀଘ୍ର ଅପହରଣ ଘଟଣାରେ କେଉଁ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ପର୍ଦ୍ଦାଫାସ ହେବ ବୋଲି ବରଗଡ଼ ଅତିରିକ୍ତ ଏସ୍‌ପି କହିଛନ୍ତି। 

Kidnapping Case Kidnapping Bid
Advertisment
Advertisment