• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବରଗଡ଼: ମୁଖ୍ୟମନ୍ତ୍ରୀଙ୍କୁ ହେବ ଅଣ୍ଡାମାଡ଼ ! ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଳାପତାକା ପ୍ରଦର୍ଶନ କିମ୍ବା ଅଣ୍ଡା ମାରିବା ପାଇଁ ପ୍ରସ୍ତୁତ ହେଲେଣି ବିରୋଧୀ । ପୁଣି ମୁଖ୍ୟମନ୍ତ୍ରୀଙ୍କୁ କରିବେ ବିରୋଧ । ପରୋକ୍ଷରେ ଏଭଳି ଚେତାବନୀ ଦେଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହାକୁ ପ୍ରତିବାଦ କରିବେ ବିରୋଧୀ ।

ତେବେ ବିଜେପି ଓ କଂଗ୍ରେସ ପକ୍ଷରୁ ଏଭଳି ଚେତାବନୀ ପରେ ବରଗଡ଼ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଛକରେ ଯାଂଚ ହେଉଛି । ବରଗଡ଼ରେ ୧୮ ପ୍ଲାଟୁନ ଫୋର୍ସ ମୁତୟନ ସହ ଆଇନଶୃଙ୍ଖଳା ରକ୍ଷା ପାଇଁ ଉଚ୍ଚପଦସ୍ତ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ମମିତା ମେହେର ହତ୍ୟା ମାମଲାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବେ ବିଜେପି ଓ କଂଗ୍ରେସ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ବରଗଡ଼ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟକାର୍ଡ ବଣ୍ଟନ ପାଇଁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ । ବରଗଡ଼ ଜିଲ୍ଲାର ୧୨ଟି ବ୍ଲକରେ ୩ ଲକ୍ଷ ୬୩ ହଜାର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟାଯିବ । ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବା ପରେ ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ଏହାକୁ ବଣ୍ଟନ କରାଯିବ । ଏହାସହ ହାଇସ୍କୁଲ ଗୁଡିକର ଉନ୍ନତୀକରଣ ନେଇ ଭିଡିଓ ପ୍ରଦର୍ଶିତ ହେବ ।

ଖାଲି ସେତିକି ନୁହେଁ ବିଜେପୁରରେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ସକାଳ ପ୍ରାୟ ୧୦ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଅଭିମୁଖେ ହେଲିକର ବାହାରିବ । ୧୧ଟା ୧୫ ମିନିଟରେ ଯାଇ ବରଗଡ଼ ଜିଲ୍ଲାର ସତୀଭଟା ଏୟାରଷ୍ଟ୍ରିପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ପହଞ୍ଚିବ ।