Advertisment

ପାର୍ସଲ ବୋମା ବିସ୍ଫୋରଣ ଘଟଣା: ସାକ୍ଷୀ ଦେଲେ ଅରୁଣ ବୋଥ୍ରା

୬୦ ନମ୍ବର ସାକ୍ଷୀ ଭାବରେ ଆଜି ଅରୁଣ ବୋଥ୍ରା ସାକ୍ଷ୍ୟ ପ୍ରଦାନ କରିଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Patnagarh wedding gift blast: Former Crime Branch IG deposes before court as witness

Arun Bothra

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ଘଟଣାରେ ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିବାକୁ ପହଂଚିଛନ୍ତି ତତକଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା । ୬୦ ନମ୍ବର ସାକ୍ଷୀ ଭାବରେ ଆଜି ଅରୁଣ ବୋଥ୍ରା ସାକ୍ଷ୍ୟ ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବହୁ ଚର୍ଚ୍ଚିତ ଏହି ଘଟଣାର ତଦନ୍ତ ଭାର ନେଇଥିଲା କ୍ରାଇମବ୍ରାଞ୍ଚ ।

Advertisment

ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ତଦନ୍ତ ଚାଲିଥିଲା । ଘଟଣାର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ ଗିରଫ କରିଥିଲା କ୍ରାଇମ ବ୍ରାଞ୍ଚ । ବଲାଙ୍ଗିର ଜେଲରେ ପୁଞ୍ଜିଲାଲ ମେହେର ବିଚାରଧୀନ ବନ୍ଦୀ ଭାବରେ ଅଛନ୍ତି । ଏହି ପାର୍ସଲ ବୋମା ବିସ୍ଫୋରଣରେ ନବବଧୂଙ୍କ ସ୍ବାମୀ ଓ ତାଙ୍କ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା।

Arun Bothra Parcel Bomb Blast
Advertisment
Advertisment