Advertisment

Student Punished: ଗଣିତ କରିନଥିଲେ ଛାତ୍ର; ପିଟି ପିଟି ଦରମରା କରିଦେଲେ ଶିକ୍ଷୟିତ୍ରୀ

ପ୍ରହସନ ପାଲଟିଛି ସର୍ବଶିକ୍ଷା ଅଭିଯାନ। ଦଣ୍ଡମୁକ୍ତ ଅଞ୍ଚଳରେ ଦିଆଯାଉଛି ଦଣ୍ଡ । ଘରୋଇ ସ୍କୁଲରେ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ଶିକ୍ଷୟିତ୍ରୀ । ପାରାଦୀପର ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଏଭଳି ବର୍ବରକାଣ୍ଡ କରିଛନ୍ତି ।

author-image
Sonali Ojha
ଅଦ୍ୟତନ ହୋଇଛି
Student Punishment

Student Punishment

କିଛି ଦିନ ତଳେ ପାଠ କହିନ ପାରିବାରୁ ନାବାଳକ ଛାତ୍ରକୁ ଦଣ୍ଡ ଦେଇଥିଲେ ଶିକ୍ଷୟିତ୍ରୀ। ସ୍କୁଲ ଘର ସଫା ବେଳେ ସାପ କାମୁଡାର ଶିକାର ହୋଇଥିଲେ ଛାତ୍ର। ଏହି ଘଟଣାକୁ ସପ୍ତାହେ ନ ପୁରୁଣୁ ଆଉ ଏକ ଘଟଣା ସାମନାକୁ ଆସିଛି। ଜଣେ ଘରୋଇ ସ୍କୁଲର ଶିକ୍ଷୟିତ୍ରୀ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପାରାଦୀପର ଏକ ଘରୋଇ ସ୍କୁଲରେ ଦେଖିବାକୁ ମିଳିଛି ଶିକ୍ଷୟିତ୍ରୀଙ୍କ ଅମାନୁଷିକ କାର୍ଯ୍ୟ ।

Advertisment

ପ୍ରହସନ ପାଲଟିଛି ସର୍ବଶିକ୍ଷା ଅଭିଯାନ। ଦଣ୍ଡମୁକ୍ତ ଅଞ୍ଚଳରେ ଦିଆଯାଉଛି ଦଣ୍ଡ । ଘରୋଇ ସ୍କୁଲରେ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଲେ ଶିକ୍ଷୟିତ୍ରୀ । ପାରାଦୀପର ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଏଭଳି ବର୍ବରକାଣ୍ଡ କରିଛନ୍ତି । ଗଣିତ ଖାତା ଦେଖାଇ ନଥିବାରୁ ଜଣେ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ପିଲାଟିର ହାତ ଓ ଗୋଡ଼ରେ ଲାଗିଛି ଗଭୀର ଆଘାତ । ମାଡ଼ରେ ପିଲାଟିର ଗୋଡ଼ ସିଝିଯାଇ କଳାପଡ଼ିଯାଇଛି ।

ତେବେ ଏହି ମାଡ଼ ଅଭିଯୋଗକୁ ସ୍କୁଲ କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି । ସେପଟେ ଘଟଣା ସମ୍ପର୍କରେ ସ୍କୁଲକୁ ପଚାରିବାକୁ ଯାଇଥିବା ଛାତ୍ରଙ୍କ ବାପାଙ୍କୁ ସ୍କୁଲ ପ୍ରିନ୍ସପାଲ୍ ବିଦା କରିଦେଇଥିବା ଅଭିଯୋଗ ହୋଇଛି । ପରିବାର ପକ୍ଷରୁ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ ପରେ ଛାତ୍ରର ଡାକ୍ତରୀ ପରୀକ୍ଷା ସହ ତଦନ୍ତ ଜାରି ରଖିଛି ପୋଲିସ । ମାଡ଼ ଅଭିଯୋଗକୁ ସ୍କୁଲ୍ ପ୍ରିନ୍ସପାଲ୍ ସ୍ବୀକାର କରିଥିବାବେଳେ ଛାତ୍ରଙ୍କ ବାପାଙ୍କୁ ସ୍କୁଲରୁ ବାହାର କରିବା କଥାକୁ ଅସ୍ବୀକାର କରିଛନ୍ତି ।

Advertisment

ଅଧିକ ପଢନ୍ତୁ: ଛାତ୍ରଙ୍କୁ ଆସିଲାନି ପାଠ; ସ୍କୁଲ ଘର ସଫା ପାଇଁ କହିଲେ ଦିଦି; କାମୁଡ଼ିଲା ନାଗ ସାପ

Student Punishment In School Paradeep
Advertisment
Advertisment