• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ବଲାଙ୍ଗିର ଜେଲର କଡା ସୁରକ୍ଷାରେ ଥିବା ସେଲ ଭିତରୁ ମିଳିଥିଲା ମୋବାଇଲ । ସେଲର ଅନ୍ତେବାସୀ ଦୁର୍ଦ୍ଦାନ୍ତ ଅପରାଧି ଡି ବ୍ରଦର୍ସର ମୁଖିଆ ସୁଶାନ୍ତ ଧଳସାମନ୍ତ । ସୁଶାନ୍ତର ଅନୁପସ୍ଥିତିରେ ଯାଚଂ ବେଳେ ମିଲିଥିଲା ସ୍ମାର୍ଟଫୋନ । ଜେଲ ଭିତରେ ସ୍ମାର୍ଟଫୋନ ଜରିଆରେ ଅପରାଧିଙ୍କ ସ୍ମାର୍ଟୱର୍କକୁ ନେଇ ତଟକା ହୋଇଯାଇଥିଲେ ବଲାଙ୍ଗିର ଏସ୍.ପି । ଗତ ସୋମବାର ଦିନ ସୁଶାନ୍ତ ବଲାଙ୍ଗିର ଫେରିଲା ପରେ ,ଖୋଲତାଡ କରୁଛି ବଲାଙ୍ଗିର ପୋଲିସ ।

ଅଧିକ ପଢ଼ନ୍ତୁ: ପାଣ୍ଡିଆନଙ୍କ ନାଁ କହି ଠକିଥିଲେ ଏବେ ଜେଲ୍‌ ଗଲେ ବହିସ୍କୃତ ବିଜେଡି ନେତ୍ରୀ

ଖୋଦ ଜେଲ ଅଧିକ୍ଷକ କହୁଛନ୍ତି ଦୁର୍ଦ୍ଦାନ୍ତ ଅପରାଧି ଥିବା ହାଇସିକ୍ୟୁରିଟି ସେଲ ଏରିଆରୁ ମୋବାଇଲ ବାହାରିଛି । ଏହା ସହ ସେ କହିଛନ୍ତି ଯେ ସୁଶାନ୍ତ ଧଳସାମନ୍ତ ମୋବାଇଲ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି । ତଦନ୍ତ ଚାଲିଛି । ଥାନାରେ ଅଭିଯୋଗ କରିଛୁ । ତଦନ୍ତ ପରେ ଜଣାପଡିବ । ଆଉ ଏବେ ସୁଶାନ୍ତ ଧଳସାମନ୍ତ ଫେରିବା ପରେ ତୁହାକୁ ତୁହା, ତଦନ୍ତ କରୁଛି ବଲାଙ୍ଗିର ପୋଲିସ । ସଦର ଏସ୍.ଡି.ପି.ଓ ଜେଲ ଭିତରକୁ ଯାଇ ସୁଶାନ୍ତକୁ ଜେରା କରିଛନ୍ତି । କେବେଠୁ ଫୋନ ଥିଲା ? କୋଉ ନେଟଓ୍ବର୍କ ବ୍ୟବହାର କରୁଛି ? ରାଜ୍ୟ ନା ରାଜ୍ୟ ବାହାରର ସିମ ଲାଗିଛି ? କାହା କାହାକୁ ଫୋନ କରିଛି ? ଏକା ବ୍ୟବହାର କରୁଥିଲା ନା ଆଉ କିଛି ଅପରାଧି ବ୍ୟବହାର କରୁଥିଲେ ? ଗୁଡେଇ ତୁଡେଇ ଏମିତି ଅନେକ ପ୍ରଶ୍ନ ପଚାରିଥିଲେ ପୋଲିସ ଅଧିକାରୀ । କିନ୍ତୁ ଚାଲାକିରେ ଉତ୍ତର ଦେଉଥିଲା ସୁଶାନ୍ତ ।

ମିଳିଥିବା ସୂଚନା ଅନୁଯାୟୀ, ଜେଲ୍‌ରୁ ମିଳିଥିବା ଫୋନ ଟି ପୁରୁଣା । ସିମ ବି ବହୁତ ପୁରୁଣା । ଲାଗିଥିବା ସିମରୁ ଆଉ କିଛି ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ବି ଫୋନ ଯାଇଛି । ତଦନ୍ତ କରୁଥିବା ସଦର ଏସ୍.ଡି.ପି.ଓ ବି ମାନିଛନ୍ତି, ମୋବାଇଲରୁ ଆମକୁ ତଥ୍ୟ ମିଳିଛି । ଅପରାଧି ସୁଶାନ୍ତ ଧଳସାମନ୍ତ, ସାଧାରଣ ଫୋନ ନକରି ଓ୍ବାଟସଆପ ଜରିଆରେ ଫୋନ କରିଥିବା ଜଣାପଡିଛି । ତେଣୁ ମୋବାଇଲରୁ ସୁରାଗ ପାଇ ଅଧିକ ତଦନ୍ତ କରୁଛୁ ବୋଲି କହିଛନ୍ତି, ବଲାଙ୍ଗିର ଏସ୍.ଡି.ପି.ଓ ।

ସୂଚନା ଅନୁସାରେ କଡା ସୁରକ୍ଷାରେ ଥିବା ବଲାଙ୍ଗିର ଜେଲର ହାଇସିକ୍ୟୁରିଟି ଜୋନରେ ଥିବା ୯ ନମ୍ବର ସେଲ ଭିତରୁ ବାହାରିଥିଲା ସ୍ମାର୍ଟଫୋନ । ସେଲ ଭିତରେ ରହୁଥିବା ଅନ୍ତେବାସୀ ଦୁର୍ଦ୍ଦାନ୍ତ ଅପରାଧି ଡିବ୍ରଦର୍ସ ଗ୍ୟାଙ୍ଗର ସୁଶାନ୍ତ ଧଳସାମନ୍ତ । ଜେଲ ଭିତରୁ ସ୍ମାର୍ଟଫୋନ ବାହାରିଲା ପରେ ସନ୍ଦେହ ଘେରକୁ ଆସିଥିଲେ ଜେଲ କର୍ମଚାରୀ ଓ ଅଧିକାରୀ । କେବଳ ଫୋନ ନୁହେଁ, ପୋଲିସ ଚଢଉ ସମୟରେ ସେଲ ଭିତରୁ ବାହାରିଥିଲା ଲାଇଟର ଓ ଟ୍ରିମର ।

ଜେଲ ମାନୁଏଲ ଅନୁଯାୟୀ, କୌଣସି ଧାରୁଆ ଜିନିଷ ଜେଲ ଭିତରେ ରହିପାରିବ ନାହିଁ । ଏପରିକି ଅପରାଧି ରହୁଥିବା ସେଲରେ ଚାର୍ଜିଂ ପଏଣ୍ଟ ମଧ୍ୟ ରହିବ ନାହିଁ । କିନ୍ତୁ ସୁଶାନ୍ତ ଧଳସାମନ୍ତ ରହୁଥିବା ୯ ନମ୍ବର ସେଲରେ ସବୁ ସୁବିଧା ଯୋଗାଇଦେଇଥିଲେ ଜେଲ ଅଧିକାରୀ । ମୋବାଇଲ ଚାର୍ଜ କରିବା ପାଇଁ ଚାର୍ଜିଂ ପଏଣ୍ଟ ସହିତ ଟ୍ରିମର ବି ଥିଲା । ତେଣୁ ତଦନ୍ତ ପାଇଁ ସମ୍ବଲପୁର ଜେଲ ଡି.ଆଇ.ଜି କୁଳମଣି ବେହେରା, ବଲାଙ୍ଗିର ଜେଲକୁ ଆସି ତଦନ୍ତ କରିଛନ୍ତି । ଡି.ଆଇ.ଜି ବି ମାନିଛନ୍ତି, ମୋବାଇଲ ସୁଶାନ୍ତର ସେଲରୁ ବାହାରିଛି । କିନ୍ତୁ ଅନ୍ୟଏକ ଚାଂଚଳ୍ୟକର ତଥ୍ୟ ଦେଇଛନ୍ତି ଜେଲ ଡି.ଆଇ.ଜି । ସୁଶାନ୍ତ ଧଳସାମନ୍ତର ଆଖିକୁ ଆଉ କିଛି ଦେଖାଯାଉନାହିଁ । କେବଳ ଛାଇ ଭଳିଆ ଦେଖାଯାଉଛି । କିନ୍ତୁ ଏସବୁ ଭିତରେ ମୋବାଇଲ ଦବାନବାରେ କିଏ ସଂପୃକ୍ତ ? ଚେହେରା ଖୋଜୁଛି ଜେଲ ପ୍ରଶାସନ ? ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନର ସୂଚନା ଦେଇଛନ୍ତି ଜେଲ ଡି.ଆଇ.ଜି ।

ଅଧିକ ପଢ଼ନ୍ତୁ: ବିମାନବନ୍ଦରରୁ ସୁନା ଗହଣା ଜବତ ଘଟଣା, ଟିକସ ଫାଙ୍କିବାକୁ ହୋଇଥିଲା ବଡ଼ ଷଡ଼ଯନ୍ତ୍ର

OTV is now on Whatsapp

Join and get latest news update delivered to you via whatsapp

Join Now