• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଲୱେ ପ୍ରକଳ୍ପର ଖୋଲିଲା ଆଉ ଏକ ଟନେଲ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଠାରୁ ଚାରିଛକ କୁ ସଂଯୋଗ କରୁଥିବା ରେଳ ରାସ୍ତାର ସୀଙ୍ଗାନିବିଡା ଠାରେ ସଫଳତାର ସହ ୭ ନମ୍ବର ଟନେଲ ର ଉଭୟ ପଟକୁ ଫିଟିଲା ବାଟ । ଯାହାର ଦୁରତା ପ୍ରାୟ ୨ କିଲୋମିଟର। ୭ଟି ଟନେଲ ରୁ ବୌଦ୍ଧ ଜିଲ୍ଲା ରେ ୪ଟି ଟନେଲ ରହିଥିବା ବେଳେ ଆଜି ପୂର୍ବତଟ ରେଳ ବିଭାଗର ସିଇଓ ଏଜି ଶ୍ରୀନିବାସ ଙ୍କ ଉପସ୍ଥିତରେ ୭ ନମ୍ବର ଟନେଲର ବାଟ ଫିଟିଛି ।

ଏବର୍ଷ ଶେଷ ସୁଦ୍ଧା ସବୁ ଟନେଲ ର ଉଭୟ ପଟକୁ ବାଟ ଫିଟିବ ବୋଲି କହିଛନ୍ତି ସିଇଓ । ଏଥିରେ ରେଳ ବିଭାଗର ଚିଫ୍ ଇଞ୍ଜିନୟର ଅଜୟ କୁମାର ସାମଲ , ଠିକା କମ୍ପାନୀର ଡାଇରେକ୍ଟର ଆର.କେ ଖାଲି ଏବଂ ପ୍ରୋଜେକ୍ଟ ମ୍ୟାନେଜର କେପିଏସ ରାଣା ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଦୁଇଟି ଟନେଲର ଉଭୟ ପଟୁ ରାସ୍ତା ଏବଂ ପ୍ରସ୍ଥାନ ବାଟ ଫିଟିଛି। ଯାହାର ଦୂରତା ପ୍ରାୟ ୩ ଶହ ମିଟରରୁ ଅଧିକ ହେବ। ଆମ ଟିମ୍ ମଧ୍ୟ ଏହି ଟନେଲ ମଧ୍ୟରେ ରହିଥିଲା। ସୁଇଚ ମାରିବା ମାତ୍ରେ ଫିଟି ଥିଲା ଟନେଲ ନମ୍ବର ୭ ର ରାସ୍ତା ।

OTV is now on Whatsapp

Join and get latest news update delivered to you via whatsapp

Join Now