Advertisment

ଆଳୁ ଗଡ଼ରେ ଗଡ଼ବଡ଼, ସଂରକ୍ଷଣ ପାଇଁ ନାହିଁ ଶୀତଳଭଣ୍ଡାର

ଦିନେ ସେ ଆଳୁ ଚାଷ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କଠାରୁ ପୁରସ୍କୃତ ହୋଇଥିଲେ। କିନ୍ତୁ ଏବେ ସେ ଆଳୁ ଚାଷରୁ ମୁହଁ ଫେରାଇନେଇଛନ୍ତି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Potato

ସାଧାରଣ ଲୋକଙ୍କ ପରିବା ଆଳୁ । ଗରିବ ହୁଅନ୍ତୁ କି ଧନୀ, ସମସ୍ତଙ୍କ ଖାଦ୍ୟରେ ଆଳୁର ରାଜ । ହେଲେ ଗତ କିଛି ଦିନ ଧରି ପରିବା ବଜାରରେ ଆଳୁ ସାଜିଛି ଦାଉ । କିନ୍ତୁ ଏଠି ପ୍ରଶ୍ନ, ଆଳୁ ପାଇଁ ଆମେ ଅନ୍ୟ ରାଜ୍ୟ ଉପରେ ଏତେ ନିର୍ଭରଶୀଳ କାହିଁକି ? ଓଡ଼ିଶା ପାଣିପାଗରେ ଆଳୁ ଚାଷ ହୋଇପାରୁନାହିଁ କି ? ଚାଷୀ କାହିଁକି ଆଳୁ ଚାଷ କରୁନାହାନ୍ତି ? ଏସବୁ ପ୍ରଶ୍ନର ଉତ୍ତର ପାଇଁ ଆମେ ପହଞ୍ଚିଥିଲୁ ବଲାଙ୍ଗିର ଜିଲ୍ଳା ଆଗଲପୁର ବ୍ଳକରେ। ସେଠାରେ କିଛି ଚାଷୀଙ୍କୁ ଭେଟିଥିଲୁ।

Advertisment

ଅଧିକ ପଢନ୍ତୁ : ପ୍ରଥମେ ଆଳୁ, ଏବେ ପିଆଜ; ଦର ଦେଖି ଚିନ୍ତାରେ ଖାଉଟି, ଦୁଇ ଦିନରେ ବଢ଼ିଲାଣି ୧୦ ଟଙ୍କା

ଏଠାକାର ଜଣାଶୁଣା ଚାଷୀ ହେଉଛନ୍ତି କ୍ଷିରୋଦ୍ର ପଧାନ । ଦିନେ ସେ ଆଳୁ ଚାଷ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କଠାରୁ ପୁରସ୍କୃତ ହୋଇଥିଲେ। କିନ୍ତୁ ଏବେ ସେ ଆଳୁ ଚାଷରୁ ମୁହଁ ଫେରାଇନେଇଛନ୍ତି । ଦିନଥିଲା ସେ ଏକର ଏକର ଜମିରେ ଆଳୁ ଚାଷ କରି ଶହ ଶହ କ୍ବିଣ୍ଟାଲ ଆଳୁ ଅମଳ କରୁଥିଲେ। କିନ୍ତୁ ଦାଉ ସାଧିଲା ପଶ୍ଚିମବଙ୍ଗ ଆଳୁ। ଠିକ୍‌ ଅମଳ ସମୟରେ ରାଜ୍ୟକୁ ଚାଲି ଆସୁଥିଲା ବେଙ୍ଗଲ ଆଳୁ । ଫଳରେ ସ୍ଥାନୀୟ ଆଳୁର ମୂଳ୍ୟ କମିଯାଉଥିଲା । ସେପଟେ ରାଜ୍ୟ ସରକାର ମଧ୍ୟ ଆଳୁ କିଣିବା ପାଇଁ କିମ୍ବା ସଂରକ୍ଷଣ ପାଇଁ କୌଣସି ବ୍ୟବସ୍ଥା କଲେ ନାହିଁ। ଏବଂ ଫେଲ ମାରିଥିଲା ଆଳୁ ମିଶନ। ଫଳରେ ଆଳୁ ଚାଷକୁ ବାଏ ବାଏ କହିଥିଲେ କ୍ଷିରୋଦ୍ରଙ୍କ ପରି ଅନେକ ଚାଷୀ ।

Advertisment

ବଲାଙ୍ଗିର ଜିଲ୍ଳାର ଆଗଲପୁର, ଲୋଇସିଂହା ଓ ପୁଇଁନ୍ତଲା ବ୍ଳକ, ବିଶେଷ କରି ଆଳୁ ଚାଷ ପାଇଁ ଜଣାଶୁଣା। ଏଠି ଧାନ ଅମଳ ପରେ ପରେ ସେହି ଜମିରେ ଆଳୁ ଚାଷ କରି ରବି ଋତୁରେ ଆଳୁ ଅମଳ କରନ୍ତି ଚାଷୀ। କିନ୍ତୁ ସେତିକି ବେଳକୁ ଓଡ଼ିଶାକୁ ଧସେଇ ପଶେ ବେଗଂଲ ଆଳୁ । ସ୍ଥାନୀୟ ଅଂଚଳରେ ସଂରକ୍ଷଣର ସୁବିଧା ନଥିବାରୁ, ଅତି କମ୍‌ ମୂଳ୍ୟରେ ଆଳୁ ବିକ୍ରି କରିଥାଏ ଚାଷୀ। କୌଣସି ସରକାରୀ ସୁବିଧା ନଥିବାରୁ, ଆଳୁ ଚାଷ ବନ୍ଦ କରିଦେଲେ ଆଳୁ ଗଡର ଚାଷୀ। କିନ୍ତୁ ଉଦ୍ୟାନ ବିଭାଗ ଅଧିକାରୀ ଚାଷ ପାଇଁ ପ୍ରୋତ୍ସାହନ ରାଶି କଥା କହୁଥିବା ବେଳେ, ଶୀତଳଭଣ୍ଡାର ନେଇ ପାଟି ବନ୍ଦ ।

Potato Price Cold Storage
Advertisment
Advertisment