• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଭିଜିଲାନ୍ସ ଜାଲରେ ପୁଣି ଜଣେ ବାବୁ । ୪୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜିଓଲୋଜିଷ୍ଟ । କନସଲଟାନ୍ସି ଫି' କରାଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବଲାଙ୍ଗର ଭୂତଳ ଜଳ ଉନ୍ନୟନ ଖଣ୍ଡର ଜିଓଲୋଜିଷ୍ଟ  ଅସୀମ ଅଂଶୁମାନ ନାୟକ । ସମ୍ବଲପୁରର ତପନ ମହାନ୍ତି ନାମକ ଜଣେ ହିତାଧିକାରୀଙ୍କୁ ଜଳ ସଂରକ୍ଷଣ ପ୍ରକଳ୍ପର କନସଲଟାନ୍ସି ଫି' କରାଇଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ତପନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । 

ପୂର୍ବ ଯୋଜନା ମୁତାବକ ଆଜି ଅଫିସରେ ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ଟିମ୍ । ବଲାଙ୍ଗିର, ବରଗଡ଼, ସମ୍ବଲପୁର ଟିମ ମିଳିତ ଭାବେ ଚଢ଼ାଉ କରିଥିଲେ । ବଲାଙ୍ଗିର ଅଫିସ, ଭଡା ଘର ଏବଂ ସମ୍ବଲପୁର ଘରେ ଚଢ଼ାଉ ଜାରି ରହିଛି । ଭଡା ଘର ଭିତରୁ ଭିଜିଲାନ୍ସ ବିଭାଗ ୧ ଲକ୍ଷ ୬୮ ହଜାର ଟଙ୍କା ଜବତ କରିଛି ।

ଅଧିକ ପଢନ୍ତୁ: କୋଟିଏରୁ ଅଧିକ ଟଙ୍କା ଖାଇଗଲେ ! ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

ସେହିପରି ଆଜି ଆୟ ବହିର୍ଭୂତ ସମ୍ପତ୍ତି ନୁହେଁ ବରଂ ସରକାରୀ ଅର୍ଥ ହେରଫେର ଅଭିଯୋଗରେ ବାଲେଶ୍ବର ନୀଳଗିରି ଡେପୁଟି କଲେକ୍ଟରଙ୍କ ଘରେ ରେଡ୍ ହୋଇଥିଲା । କୋଟିଏରୁ ଅଧିକ ଟଙ୍କାର ଅର୍ଥ ହଡ଼ପ ଅଭିଯୋଗରେ ଡେପୁଟି କଲେକ୍ଟର ପରିକ୍ଷିତ ଜେନାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

OMBAD-C ପାଣ୍ଠି ହଡ଼ପ ଅଭିଯୋଗରେ ପରିକ୍ଷିତ ଜେନାଙ୍କ ବାଲିଗୋହିରି ସ୍ଥିତ ଭଡ଼ା ଘରେ ରେଡ୍ ହୋଇଥିଲା । ସେ ମୟୂରଭଞ୍ଜ ଜିଲ୍ଲା ସିମୁଳିଆ ବିଡିଓ ଥିବା ବେଳେ OMBAD-C ପାଣ୍ଠିରୁ କୋଟିଏରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗ ହୋଇଛି । ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ସୁଳିଆପଦା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଟଙ୍କା ମଞ୍ଜୁର ହୋଇଥିଲା। ହେଲେ କୌଣସି କାମ ନହୋଇ OMBADC ପାଣ୍ଠି ହଡ଼ପ ହୋଇଥିବା ଅଭିଯୋଗ ହୋଇଥିବା ଜଣାପଡିଛି।

ଅଧିକ ପଢନ୍ତୁ: ଘର ନୁହେଁ ତ ମିନି ଜୁଏଲାରୀ ସପ୍, ପୂର୍ବତନ R & B ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ତାଜୁବ୍ ଭିଜିଲାନ୍ସ

OTV is now on Whatsapp

Join and get latest news update delivered to you via whatsapp

Join Now