Advertisment

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ; ଏକକାଳୀନ ୯ଟି ସ୍ଥାନରେ ଚାଲିଛି ଚଢ଼ାଉ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ।

author-image
Sujit kumar Swain
ଅଦ୍ୟତନ ହୋଇଛି
Lower Suktel Chief Construction Engineer Under Vigilance Scanner

Vigilance Scanner

ଭିଜିଲାନ୍ସ ଜାଲରେ ବଲାଙ୍ଗିର ଲୋୟର ସୁକତେଲ୍ ମୁଖ୍ୟ ନିର୍ମାଣ ଯନ୍ତ୍ରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଭୁବନେଶ୍ବର, ପୁରୀ, ଅନୁଗୋଳ, କଟକ, ବଲାଙ୍ଗିର ଜିଲ୍ଲା ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ ଚାଲିଛି।

Advertisment

ଭୁବନେଶ୍ୱର ନୀଳାଦ୍ରିବିହାରରେ ଥିବା ତିନି ମହଲା ଘର, ନୟାପଲ୍ଲୀରେ ଦୁଇ ମହଲା କୋଠାରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍। ସେହିପରି ପୁରୀ ଭିଆଇପି ରୋଡ୍ ଓ ଗ୍ରାଣ୍ଡ ରୋଡରେ ଫ୍ଲାଟ୍, କଟକ ଗୁରୁଡ଼ିଝାଟିଆ ସ୍ଥିତ ପୈତୃକ ଘର, ଅନୁଗୁଳ କିଶୋରନଗରସ୍ଥିତ ସମ୍ପର୍କୀୟଙ୍କ ଘରେ ରେଡ୍ ଚାଲିଛି। 

ପଢନ୍ତୁ ଏହି ଖବର: ଭିଜିଲାନ୍ସ ଜାଲରେ ସ୍ବାମୀ-ସ୍ତ୍ରୀ: ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ...

Advertisment

ସେହିପରି ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ସମ୍ପର୍କୀୟଙ୍କ ଘର, ବଲାଙ୍ଗୀର ଘର ଓ ଅଫିସ ଚାମ୍ବରରେ ଚଢ଼ାଉ ଚଳାଇଛି ଭିଜିଲାନ୍ସ। ଦୁଇ ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ବରେ ୮ ଡ଼ିଏସପି, ୬ ଇନ୍ସପେକ୍ଟର, ୧୦ ଏଏସଆଇ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। 

ଗତକାଲି ସ୍ବାମୀଙ୍କ ସହ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ସରପଞ୍ଚ। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସୁସୁବା ସରପଞ୍ଚ ମାମାଲି ସାମଲ ଓ ସ୍ୱାମୀ ଶିଶିର ସାମଲ ଭିଜିଲାନସ ହାବୁଡ଼ରେ ପଡ଼ିଥିଲେ । ‘ମୋ ପୋଖରୀ’ ଯୋଜନାର ବିଲ୍ ପାସ କରାଇଦେବା ପାଇଁ ଜଣେ ହିତାଧିକାରୀଙ୍କ ପାଖରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଥିଲା ଭିଜିଲାନ୍ସ ଟିମ୍ । ଅଭିଯୋଗ ଅନୁଯାୟୀ, ଗେଙ୍ଗୁଟିଆ ଗାଁର ପଦ୍ମଚରଣ ପ୍ରଧାନଙ୍କ ବିଲ୍ ପାସ କରାଇଦେବା ପାଇଁ ଲାଞ୍ଚ ମାଗୁଥିଲେ ସରପଞ୍ଚ ମାମାଲି ସାମଲ । ଏନେଇ ଅନୁଗୋଳ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ ନିଜେ ପଦ୍ମଚରଣ। 

ଏହାପରେ ଯୋଜନା ମୁତାବକ ପଞ୍ଚାୟତ କାର୍ଯ୍ୟାଳୟରେ ପଦ୍ମଚରଣଙ୍କ ଠାରୁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍। ଆଉ ଟଙ୍କା ଜବତ କରିବା ସହ ସରପଞ୍ଚଙ୍କ ଘର ଏବଂ ଅଫିସରେ ରେଡ୍ କରି ଖୋଳତାଡ଼ କରିଛି। 

Vigilance Vigilance Raid
Advertisment
Advertisment