ଗୋଟେ ଘରେ ସ୍ୱାମୀ, ଆର ଘରେ ପୁଅ । ସ୍ୱାମୀଙ୍କୁ ଲିଭର ସିରୋସିସ୍ ଆଉ ପୁଅ ଜନ୍ମରୁ ଅଟିଜିମ । କେତେ ବେଳେ କାହାକୁ ସମୟ ଦେବେ କାହାର ଚିକିତ୍ସା କରିବେ ଜାଣି ପାରୁ ନାହାନ୍ତି । ସେହି ଅଭାଗିନୀ ମହିଳା ହେଉଛନ୍ତି ଭୁବନେଶ୍ୱର ବିଡିଏ କଲୋନୀ ବାସିନ୍ଦା ପୁଷ୍ପଲତା ମହାନ୍ତି ।
ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି। ତାଙ୍କ ପରିବାର ମଧ୍ୟ ଆସି ପହଞ୍ଚିଛନ୍ତି।
ଯଦି ଶିଶୁଟି ଅସୁସ୍ଥ ଥିବ ତେବେ ଟ୍ୟାଗ ଛଡ଼ା ଅନ୍ୟ ସମସ୍ତ ପ୍ରକ୍ରିୟା କରାଯିବ ।
ବର୍ଷ ବର୍ଷ ଧରି ସରୁନି କୋଠା ତିଆରି କାମ । ହୀନସ୍ତା ଛାତ୍ରଛାତ୍ରୀ, ତାତିଲେ ଅଭିଭାବକ ।
ବାତ୍ୟା ମୁକାବିଲା ପାଇଁ ଲୋକସେବା ଭବନରେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ।
ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୬ ତାରିଖ, ଶୁକ୍ରବାର। ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..
ଜନ୍ମମାଟିକୁ ଫେରିବ ସରୋଜଙ୍କ ପାର୍ଥିବ ଶରୀର । କେନ୍ଦୁଢିପ ଗାଁରେ ପାର୍ଥିବ ଶରୀରକୁ ନେଇ ଶୋଭାଯାତ୍ରା ହେବ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ ।
ସୋସିଆଲ ମିଡିଆ ଏକ୍ସରେ ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ବନ୍ଧୁତାର ସନ୍ଦେଶ ଦେଇଛନ୍ତି। ‘ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଇଥିଲି’ ବୋଲି ଅନୁଭବ ବର୍ଷାଙ୍କୁ କହିଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସପ୍ତାହେ ଭିତରେ ଉତ୍ତର ଦେବାକୁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏବିଭିପି ଛାତ୍ର ସଂଗଠନର ଆବେଦନ ଆଧାରରେ କୋର୍ଟ ନୋଟିସ୍ ।
ପୁଣି ବେଆଇନ୍ ବାଣ ତିଆରି ପାଇଁ ଅଘଟଣ । କେନ୍ଦ୍ରାପଡ଼ା ଜିଲ୍ଲା ଖଣ୍ଡିଆବନ୍ଧ ଗାଁର ଘଟଣାକୁ ନେଇ ଉଦବେଗ ।
ଜଣଙ୍କୁ ଧୋକ୍କା ଅନ୍ୟ ଜଣଙ୍କ ସହ ବିବାହ ଆବେଦନ ! ବାହା ହେବେ ବିଧାୟକ ବିଜୟ ଶଙ୍କର ଦାସ । ହେଲେ ପୂର୍ବତନ ବାନ୍ଧବୀ ସୋମାଲିକାଙ୍କୁ ନୁହେଁ, ଆଉ ଜଣଙ୍କୁ । କଟକ ବିବାହ ପଞ୍ଜିକରଣ କାର୍ଯ୍ୟାଳୟରେ ବିଜୟ ଶଙ୍କର ଓ ସଂପୃକ୍ତ ଯୁବତୀ ଏଥିପାଇଁ ଗତ ୨୧ ତାରିଖରେ ଆବେଦନ କରିଛନ୍ତି ।
ପାଖାପାଖି ୬ ମାସ ପରେ ନିର୍ବାଚନ । ତା ପୂର୍ବରୁ ଆସନ୍ତା ଡିସେମ୍ବରରେ ପୂରି ଯାଉଛି ଏବେକାର ପୋଲିସ୍ ଡିଜି ତଥା ୧୯୮୭ ବ୍ୟାଚର ଆଇପିଏସ୍ ଅଫିସର ସୁନିଲ ବଂଶଲଙ୍କ କାର୍ଯ୍ୟକାଳ । ନୂଆ ବର୍ଷରେ ନୂଆ ଡିଜିପି ଦେଖିବ ରାଜ୍ୟ । ତେବେ କାହା ଉପରେ ଭରସା କରିବେ ସରକାର ?
ମୁର୍ଛା ଯାଉଛି ମାଆ, ବାଉଳି ହେଉଛନ୍ତି ବାପା । ଆଉ ପାଗଳି ପ୍ରାୟ ପତ୍ନୀ । ଅମାନିଆ ଲୁହରେ ଅହରହ ଭିଜୁଛି ସମ୍ପର୍କୀୟ, ସାହି ପଡ଼ିଶା ଓ ସାଙ୍ଗସାଥୀଙ୍କ ଆଖି । ମଙ୍ଗଳବାର ବିଳମ୍ବିତ ରାତିରେ ସିକ୍କିମ୍ ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିବା
କଳାହାଣ୍ଡିର ଝିଅ ଅନମୋଲ ଅଙ୍କିତା ସଂସଦ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଉପରେ ବକ୍ତବ୍ୟ ରଖି ସାଉଁଟିଛନ୍ତି ଅନେକ ପ୍ରଶଂସା ।
ସଭାପତି ଓ ସାଧାରଣ ସମ୍ପାଦକଙ୍କ ନାମ ଫଳକୁ ଭାଙ୍ଗିଦେଲେ ଅଣ ଛାତ୍ର ।
ବାଣ ବିସ୍ଫୋରଣରେ ଉଡ଼ିଗଲା କାର୍ । ରାସ୍ତାରେ ବାଣ ଶୁଖା ଯାଇଥିବା ବେଳେ କାର ଚଢ଼ିଯିବାରୁ ବାଣ ବିସ୍ଫୋରଣ ହୋଇଥିଲା।
ବ୍ୟବସାୟରେ ଉନ୍ନତି ହେବ, ସନ୍ତାନ ପ୍ରାପ୍ତି, ରୋଗରୁ ମୁକ୍ତି ମିଳିବ, ଏମିତି କିଛି ମିଛ ଆଶ୍ୱାସନା ଦେଇ ଦମ୍ପତିଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ରାଜଧାନୀର ମଡର୍ଣ୍ଣ ବାବା-ମାତା।
ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଯବାନ ସହିଦ। ଭିଡିଓ କଲ୍ ଯୋଗେ ହାବିଲଦାର ସରୋଜ ଦାସଙ୍କ ମୃତଦେହ ପରିବାର ଲୋକ ଚିହ୍ନଟ କରିଛନ୍ତି।
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ନେଇ ପ୍ରେମିକା ସୋମାଲିକା କଡ଼ା ମନ୍ତବ୍ୟ ରଖିଛନ୍ତି। ପାର୍ଟି ପାୱାର ପାଇଁ ବିଜୟ ଏଭଳି କରୁଛନ୍ତି, ପାର୍ଟି ତାଙ୍କୁ ସୁରକ୍ଷା ଦେଉଛି ବୋଲି କହିଛନ୍ତି।
‘ପୋଲିସ ତଦନ୍ତ କଲା, କିନ୍ତୁ ରେଜଲ୍ଟ କୁଆଡ଼େ ଗଲା । ପଦବୀ, ପାୱାର ପାଇଁ ହିଁ ବିଜୟଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଉନି’ ।
ସ୍ତ୍ରୀ ପାଟିରୁ କଥା ବାହାରୁନି, ଭାଇ ନିଖୋଜ ଖବର ଶୁଣିଲା ପରେ ନିଦ ହଜି ଯାଇଛିା ପୁଅକୁ ଖୋଜୁଛନ୍ତି ମା’ ଓ ବାପା, ବାହୁନି ବାହୁନି କାନ୍ଦୁଛନ୍ତି।
ଦୁର୍ଗାପୂଜା ସମୟରେ ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ହୋଇପାରିବ ମେଲୋଡି। ଚଳିତ ବର୍ଷ ଭୁବନଶ୍ୱରରେ ଦୁର୍ଗାପୂଜାରେ ୧୮୩ଟି ପୂଜା ମଣ୍ଡପ ରହିଛି।
World cupରେ ସମସ୍ତ ଦଳଙ୍କୁ ସ୍ୱାଗତ କରିବାକୁ ଏପରି ଏକ ନୂତନ ପ୍ରୟାସ କରିଛନ୍ତି କେ. ବିଜୟ କୁମାର ରେଡ୍ଡୀ । ତାଙ୍କର ଏହି ପ୍ରୟାସକୁ କ୍ରିକେଟ୍ ପ୍ରେମୀମାନେ ଖୁବ୍ ପ୍ରଶଂସା କରିଛନ୍ତି ।
ପରବର୍ତ୍ତୀ ପୋଲିସ ଡିଜି ରେସରେ ସବୁଠୁ ଆଗରେ ରହିଛନ୍ତି ୧୯୮୯ ବ୍ୟାଚ୍ ମହିଳା IPS ବି.ରାଧିକା ।