/odishatv-khabar/media/post_attachments/uploadimage/library/16_9/16_9_0/accident__1700188046.jpg)
accident
ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଚାଲିଗଲା ଜୀବନ । ମଝି ରାସ୍ତାରେ ଛକି ବସିଥିଲା ଯମ । ଟ୍ରକ୍ ଧକ୍କାରେ ୩ ଜଣ ପ୍ରାଣ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଅନୁଗୁଳ ଜିଲ୍ଲା କିଶୋରନଗର ବରଗାପାଲିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆହତଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନା ଅନୁସାରେ ପ୍ରାଚୀ ନାମକ ବସ୍ଟି ସୁନ୍ଦରଗଡରୁ ଭୁବନେଶ୍ୱର ଯିବାବେଳେ ଏହି ଅଘଟଣ ଘଟିଛି । କିଶୋରନଗର ବରଗାପାଲିରେ ବସ୍ଟି ପଙ୍କଚର ହେବାରୁ ଯାତ୍ରୀମାନେ ଓହ୍ଲାଇ ପଡ଼ିଥିଲେ । ଦୁର୍ଭାଗ୍ୟର ବିଷୟ ହଠାତ ଏକ ଟ୍ରକ୍ ଦ୍ରୁତ ବେଗରେ ଆସି ୪ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା । ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଚାଳକ ।
ଅନୁଗୁଳ ଜିଲ୍ଲା କିଶୋରନଗର ବରଗାପାଲିରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ତିନିଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ପ୍ରାଚୀ ନାମକ ବସଟି ପଙ୍କଚର ହେବାରୁ ଯାତ୍ରୀମାନେ ଓହ୍ଲାଇ ପଡିଥିଲେ । ଏହି ସମୟରେ ହଠାତ୍ ଟ୍ରକ୍ ଆସି ୪ଜଣ ଯାତ୍ରୀଙ୍କ ଉପରେ ମାଡିଯାଇଥିଲା ।..#Angul#Accident#Odisha#OTVpic.twitter.com/O7udhIhhoT
— ଓଟିଭି (@otvkhabar) November 17, 2023
ଦୁର୍ଘଟଣା ପରେ ଆହତଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନେଇ ଯାଇଥିଲେ ଲୋକେ । ହେଲେ ରେଢ଼ାଖୋଲ ହସ୍ପିଟାଲରେ ୨ ଜଣ ଓ କିଶୋରନଗରରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଏହି ଦୁର୍ଘଟଣାରେ ଆଉ ଜଣେ ଗୁରୁତର ହୋଇଛନ୍ତି । ଏବେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)