Advertisment

Vastu Tips: ବାସ୍ତୁର ଏହି ଦୋଷ ଯୋଗୁଁ ଘରର ମହିଳାମାନଙ୍କ ମଧ୍ୟରେ ଅଯଥା ଝଗଡ଼ା ହୋଇଥାଏ; ଜାଣନ୍ତୁ

ଘରର ଅଗ୍ନିକୋଣରେ ଦୋଷ ଥିଲେ ଧନ ଅଭାବ ହୋଇ ନିର୍ମାଣ କାର୍ଯ୍ୟରେ ଅନେକ ବାଧା ଆସିଥାଏ। ଏହି ବାସ୍ତୁଦୋଷ ବିଶେଷ ସ୍ତ୍ରୀଲୋକମାନଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ଘରେ ରହୁଥିବା ମହିଳାମାନଙ୍କ ମଧ୍ୟରେ ଅଯଥା ଝଗଡ଼ା ମଧ୍ୟ ହୋଇଥାଏ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Due to this fault of Vastu, the women of the house get sick more

Due to this fault of Vastu, the women of the house get sick more

ଅତି ସରଳ ଭାଷାରେ ଗୃହ ନିର୍ମାଣ ନିୟମକୁ ବାସ୍ତୁଶାସ୍ତ୍ର କହିଥାଉ । ସ୍ଥାପତ୍ୟ ବିଦ୍ୟା (Architecture) ଓ ବାସ୍ତୁଶାସ୍ତ୍ର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଗୃହଟିଏ କରିବା ପାଇଁ ସ୍ଥାପତ୍ୟ ବିଦ୍ୟାର ଆବଶ୍ୟକ ରହିଛି କିନ୍ତୁ ଏହି ସ୍ଥାପତ୍ୟ ବିଦ୍ୟାକୁ ବ୍ୟବହାର କରି ସେହି ଗୃହରେ ସୁଖ ଶାନ୍ତି ମିଳିବ କି ନାହିଁ ତାହାର ପ୍ରତିଶୃତି କେହି ଦେଇପାରିବେ ନାହିଁ। ଏଣୁ ସ୍ଥାପତ୍ୟ ବିଦ୍ୟା ପ୍ରୟୋଗ କରି ନିର୍ମାଣ ବେଳେ ବାସ୍ତୁବିଦ୍ୟାର ପ୍ରୟୋଗ ନିହାତି ଆବଶ୍ୟକ।

Advertisment

ଯେତେବେଳେ ଏହି ଦୁଇଟି ବିଦ୍ୟାକୁ ସମନ୍ୱୟରେ ବ୍ୟବହାର କରାଯାଏ ତେବେ ସେହି ଘରେ ନିଶ୍ଚିନ୍ତ ଭାବରେ ସୁଖ ସମୃଦ୍ଧି ଆସିପାରିବ। କାରଣ ଆମ ମୁନିଋଷିମାନଙ୍କର ଅକ୍ଲାନ୍ତ ପରିଶ୍ରମ ଏବଂ ସାଧନା ବଳରେ ଏହି ବିଦ୍ୟାର ପ୍ରୟୋଗରେ ଆମେ ଭୂମି ଏବଂ ଗୃହର ନକରାତ୍ମକ ଶକ୍ତିକୁ ନଷ୍ଟ କରିପାରିବା ଏବଂ ସେହି ଗୃହରେ ସକରାତ୍ମକ ଶକ୍ତିର ଏକ ପ୍ରବାହ ସୃଷ୍ଟି କରିପାରିବା।

ଫଳରେ ଏହି ସକରାତ୍ମକ ବା ପଜିଟିଭ୍ ଏନର୍ଜି ଦ୍ୱାରା ଆମ ଉପରେ ଏହାର ଶୁଭ ପ୍ରଭାବ ପଡ଼ିଥାଏ । ଏହି ଶୁଭ ପ୍ରଭାବ ଦ୍ୱାରା ଆମର ମନର ଚିନ୍ତାଧାରା ଏବଂ କର୍ମ କରିବାର ଶୈଳୀ ଉପରେ ଶୁଭ ପ୍ରଭାବ ପଡ଼ିଥାଏ। ଫଳରେ ଆମର ସମସ୍ତ କାର୍ଯ୍ୟରେ ବାଧାବିଘ୍ନ ବହୁତ କମିଯାଏ ଏବଂ ଶୁଭଫଳ ମିଳେ।

Advertisment

ସ୍ଥାପତ୍ୟ ବିଦ୍ୟା କେବଳ ଦୃଶ୍ୟମାନ ଜିନିଷର ବ୍ୟବହାର କରିଥାଏ କିନ୍ତୁ ବାସ୍ତୁବିଦ୍ୟା ବିଶ୍ୱ ବ୍ରହ୍ମାଣ୍ଡର ଅଦୃଶ୍ୟ ଶକ୍ତି ସହିତ ସୁସମ୍ପର୍କ ସ୍ଥାପନା କରିବାରେ ସାହାଯ୍ୟ କରିଥାଏ ଫଳରେ ଗୃହରେ ଏକ ସନ୍ତୁଳିତ ବ୍ରହ୍ମାଣ୍ଡୀୟ ସକରାତ୍ମକ ଶକ୍ତିର ପ୍ରବାହ ସୃଷ୍ଟି ହୋଇଥାଏ। ଏଣୁ ନିର୍ମାଣ ବେଳେ ବାସ୍ତୁବିଦ୍ୟାର ପ୍ରୟୋଗ ଅତ୍ୟନ୍ତ ଜରୁରୀ।

ଏହି ବାସ୍ତୁବିଦ୍ୟା ଅନ୍ତର୍ଗତ ଆଜି ଆମେ ଜାଣିବା ଯଦି ନିର୍ମାଣ ସମୟରେ ଭୂମିର ପାଚେରୀକୁ ଲଗେଇ ଅଗ୍ନିକୋଣ ବା ଦକ୍ଷିଣ ପୂର୍ବ କୋଣରେ ନିର୍ମାଣ କରି ସେହି କୋଣକୁ ଯଦି ଅବରୋଧ କରିଦିଆଯାଏ ତେବେ ଏହା ଅନେକ ଅଶୁଭ ଫଳ ଦେଇଥାଏ। ଏହା ଦ୍ୱାରା ଗୃହ ନିର୍ମାଣର ପରିସୀମା ଏବଂ ଭୂମିର ପାଚେରୀ ମଧ୍ୟରେ କୌଣସି ଖାଲି ସ୍ଥାନ ରହିଲା ନାହିଁ।

ଏହି ଭୁଲ୍ ନିର୍ମାଣକୁ ଆମେ ଅଗ୍ନିକୋଣ ବଢ଼ିଛି ବୋଲି କହିବା ତା’ ସହିତ ଆଉ ଗୋଟେ କଥା ଯେ ଭୂମିର ପାଚେରୀ ସହିତ ଲାଗିଯାଇଥିବାରୁ ଏହାକୁ ଅଗ୍ନିକୋଣ ବନ୍ଧ ହୋଇଛି ବୋଲି ମଧ୍ୟ କହିବା।

ଏହି ଗୋଟିଏ ଭୁଲ୍ ଯୋଗୁଁ ବାସ୍ତୁରେ ଅଗ୍ନିକୋଣରେ ଏହି ଦୁଇଟି ଦୋଷ ଉତ୍ପନ୍ନ ହୋଇଗଲା। ଅଗ୍ନିକୋଣକୁ ଜ୍ୟୋତିଷଶାସ୍ତ୍ରରେ ଶୁକ୍ର ଗ୍ରହର ଆଧିପତ୍ୟ ସ୍ଥାନ କୁହାଯାଏ ଏବଂ ଏହି ଶୁକ୍ର ଗ୍ରହ ହେଉଛନ୍ତି ଧନ, ସୁଖ ସମୃଦ୍ଧିର କାରକ ଗ୍ରହ। ଏଣୁ ଜାତକରେ କିମ୍ବା ବାସ୍ତୁର ଅଗ୍ନିକୋଣରେ କୌଣସି ଦୋଷତୃଟି ଦ୍ୱାରା ଏହି ଗ୍ରହ ପଡିଥା ହୋଇଥାଏ ଫଳରେ ସୁଖ ସମୃଦ୍ଧରେ ବାଧା ପ୍ରାପ୍ତ ହୋଇଥାଏ, ଧନର ଅଭାବ ହୋଇଥାଏ।

ବେଳେ ବେଳେ ଦେଖାଯାଇଛି ଏହି କୋଣକୁ ବନ୍ଧ କରିଲା ପରେ ଧନ ଅଭାବ ହୋଇ ନିର୍ମାଣ କାର୍ଯ୍ୟରେ ଅନେକ ବାଧା ଆସିଥାଏ। ଏହି ବାସ୍ତୁଦୋଷ ବିଶେଷ ସ୍ତ୍ରୀଲୋକମାନଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ। ଘରେ ରହୁଥିବା ମହିଳାମାନଙ୍କ ମଧ୍ୟରେ ଅଯଥା ଝଗଡ଼ା ମଧ୍ୟ ହୋଇଥାଏ।

ପ୍ରତିକାର:

ଯଦି ଏହିପରି ଅଗ୍ନିକୋଣ ବନ୍ଧ ହୋଇଯାଇଥାଏ ଫଳରେ ଉପରଲିଖିତ ଅସୁବିଧାମାନ ଭୋଗ ହେଉଥାଏ ତେବେ ଅଗ୍ନିକୋଣରେ ଶୁକ୍ର ଯନ୍ତ୍ର ବିଧି ବିଧାନରେ ସ୍ଥାପନ କଲେ ଏହି ଦୋଷର ପ୍ରତିକାର ହୋଇଥାଏ।

ଏଣୁ ମୋର ଅନୁରୋଧ ଯେ ଗୃହ ନିର୍ମାଣ ବେଳେ ଏହିପରି ଭୁଲ କରନ୍ତୁ ନାହିଁ ଏବଂ ନିର୍ମାଣ କାର୍ଯ୍ୟର ପ୍ରତ୍ୟେକଟି କାର୍ଯ୍ୟରେ ବାସ୍ତୁ ନିୟମକୁ ପାଳନ କରନ୍ତୁ ଏବଂ ଖୁସିରେ ରୁହନ୍ତୁ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips Vastu Shastra
Advertisment
Advertisment