/odishatv-khabar/media/post_attachments/uploadimage/library/16_9/16_9_0/BMC_1700223006.jpg)
BMC
ଭୁବନେଶ୍ୱରବାସୀଙ୍କୁ ସଚେତନତା ପାଇଁ ବିଏମ୍ସିର ପଦକ୍ଷେପ । ଏଣିକି ଅଳିଆ ଅଲଗା ଅଲଗା ନଦେଲେ ନେବ ନାହିଁ ବିଏମ୍ସି । ରାଜଧାନୀବାସୀଙ୍କୁ ସଚେତନ କରାଇବାକୁ ବିଏମସି କମିଶନର ଏପରି ଏକ ପ୍ରୟାସ କରିଛନ୍ତି । ବାୟୋ ମିଥେନ୍ ଗ୍ୟାସ ପ୍ଲାଣ୍ଟ ପାଇଁ ଓଦା ଅଳିଆ ବ୍ୟବହାର ହେବ ।
ତେଣୁ ଓଦା ଓ ଶୁଖିଲା ଅଳିଆ ଅଲଗା ଦେବାକୁ ବିଏମସିର ଅନୁରୋଧ କରିଛି । ଭୁବନେଶ୍ୱରର ୪ଟି ସ୍ଥାନରେ ବାୟୋ ମିଥେନ୍ ଗ୍ୟାସ ପ୍ଲାଣ୍ଟ ନିର୍ମାଣ ହେବ ବୋଲି କହିଛନ୍ତି ବିଏମସି କମିଶନର ।
ପୂର୍ବରୁ ରାଜଧାନୀରେ ଅଳିଆ ପଡ଼ିରହିଥିବାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିଜେପି ପ୍ରତିବାଦ ଜଣାଇଥିଲା । ଗତ ୧୪ ତାରିଖରେ ଏମସି ଆଗରେ ଅଳିଆ ଢାଳି ପ୍ରତିବାଦ କରିଥିଲା ବିଜେପି ।
ରାଜଧାନୀର ଅଳିଆ ସମସ୍ୟାର ସମାଧାନ ଦାବିରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ଏଭଳି ନିଆରା ପ୍ରତିବାଦ କରିଥିଲା । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ପ୍ରତିବାଦ ଶୋଭାଯାତ୍ରା ବାହାରି ବିଏମସି କାର୍ଯ୍ୟାଳୟ ଯାଏଁ ଯାଇଥିଲା । ସେଠାରେ ବିଏମସି ଅଫିସ ଆଗରେ ଅଳିଆ ଢାଳି ପ୍ରତିବାଦ କରିଥିଲା ।
ସେପଟେ ବିଜେପିର ଏହି ପ୍ରତିବାଦକୁ ସମାଲୋଚନା କରିଥିଲେ ବିଏମସି ମେୟର । ସେ କହିଥିଲେ, ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ । ଏଣୁ ତାଙ୍କ ନେତୃମଣ୍ଡଳୀ ଲୋକଙ୍କ ନିକଟତର ହେବାକୁ ଏସବୁ ବାହାନା କରୁଛନ୍ତି । ଅଳିଆ ପ୍ରକ୍ରିୟାକରଣ ଜୋରସୋରରେ ଚାଲୁଛି ।
୨ ମାସ ମଧ୍ୟରେ ସବୁ ଅଳିଆ ଖାଲି ହୋଇଯିବ । ବିରୋଧୀ ଏହାକୁ ଅଯଥା ପ୍ରସଙ୍ଗ କରୁଛନ୍ତି ବୋଲି ମେୟର ସୁଲୋଚନା ଦାସ କହିଥିଲେ ।ହେଲେ ବର୍ତ୍ତମାନ ବିଏମ୍ସି ମେୟର ଏଣିକି ଅଳିଆ ଅଲଗା ଅଲଗା ନଦେଲେ ବିଏମ୍ସି ନେବ ନାହିଁ ବୋଲି ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)