• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଉଦ୍‌ଘାଟନ ହେଲା ବହୁ ପ୍ରତିକ୍ଷିତ ନନ୍ଦନକାନନ ରୋପ୍‌ ୱେ । ଆଜି ଅପରାହ୍ଣରେ ନନ୍ଦନକାନନ ରୋପ୍‌ ୱେକୁ ଉଦ୍‌ଘାଟନ କରିଛନ୍ତି ଜଙ୍ଗଲ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ । ଆସନ୍ତାକାଲି ଠାରୁ ପର୍ଯ୍ୟଟକମାନେ ରୋପ୍‌ ୱେର ମଜା ନେଇପାରିବେ ।

ଦୀର୍ଘଦିନର ଅପେକ୍ଷା ପରେ ପୁଣି ପର୍ଯ୍ୟଟକଙ୍କ ପାଇଁ ଚାଲିଛି ରୋପ ୱେ । ପର୍ଯ୍ୟଟକମାନେ ନନ୍ଦନକାନନ, ବଟାନିକାଲ ଗାର୍ଡେନ ଚତୁପାର୍ଶ୍ଵର ମନୋଲୋଭା ପରିବେଶ ବୁଲି ମଜା ଉଠାଇବେ । ଏହା ସହିତ କାଞ୍ଜିଆ ହ୍ରଦ ଜଳ ରାଶି ସହିତ ବୋଟିଂର ଦୃଶ୍ୟ ରୋପୱେରେ ବସି ଦେଖିପାରିବେ । ପର୍ଯ୍ୟଟକ ମାନେ ଏହାର ମଜା ଉଠାଇବାକୁ ଉତ୍ସୁକତାର ସହ ଚାହିଁ ବସିଛନ୍ତି ।

ପର୍ଯ୍ୟଟକମାନଙ୍କ ମନୋରଞ୍ଜନ ପାଇଁ ପ୍ରାୟ ୧୩ କୋଟି ଟଙ୍କା ବ୍ୟୟରେ ଏହି ରୋପୱେ କରାଯାଉଛି ।ଏଥିରେ ପର୍ଯ୍ୟଟକମାନେ ବସିବା ସହ ନନ୍ଦନକାନନର ମଜା ନେଇପାରିବେ । ଗତ କିଛି ମାସ ହେବ ରୋପ୍‌ ୱେର ଉଦ୍‌ଘାଟନକୁ ନେଇ ଚର୍ଚ୍ଚା ଲାଗି ରହୁଥିଲା । ହେଲେ ଏବେ ଏହି ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି ।

ପୂର୍ବରୁ ୧୯୯୪ ମସିହାରେ ଆରମ୍ଭ ହୋଇଥିବା ରୋପୱେ ବିଭିନ୍ନ ସମୟରେ ଯାନ୍ତିକ ତ୍ରୁଟି ସହ ୨୦୧୦ -୧୧ ରେ ୨ଥର ଦୁର୍ଘଟଣା ହେବାରୁ ବନ୍ଦ ହୋଇଯାଇଥିଲା । ଏବେ ଉନ୍ନତ କାରିଗରି କୌଶଳରେ ତିଆରି କରାଯାଇଛି ଏହି ରୋପୱେ । ପ୍ରାଣୀ ଉଦ୍ୟାନରେ ରଜରେ ଏଥର ଫୋକସରେ ରହିବ ରୋପୱେ, ପର୍ଯ୍ୟଟକ ମାନେ ଏହାର ଖୁବ୍ ମଜା ଉଠାଇବେ ।

  • Reported by:
  • CHANDAN PAIKRAY