• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଠିକାଦାରଙ୍କ ୧୮ ଲକ୍ଷ ଟଙ୍କା ନଦେବାରୁ ନିର୍ମାଣ ସୌଧ କୋଠାବାଡ଼ି ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବ ପତ୍ର ହେବ ନିଲାମ । ମାମଲାର ବିଚାର କରି ଭୁବନେଶ୍ୱର ସିନିୟର୍ ଡିଭିଜନ ସବ୍ ଜଜ ଏହି ରାୟ ଦେଇଛନ୍ତି । ନିଲାମ ପାଇଁ ମୁଖ୍ୟ ଯନ୍ତ୍ରୀ ଦୁଃଖ ବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ କୋର୍ଟ କର୍ମଚାରୀ ।

କଷ୍ଟ୍ରକସନ ଇଣ୍ଡିଆର ଠିକାଦାର ଦିନେଶ ପାଠକଙ୍କ ମାମଲାର ଶୁଣାଣି ପରେ ଏଭଳି ରାୟ ଦେଇଛନ୍ତି କୋର୍ଟ । ପୂର୍ବରୁ ଏହି ମାମଲାରେ ସମୟ ନେଇଥିଲେ ମୁଖ୍ୟ ଯନ୍ତ୍ରୀ । ୧୯୯୮ ମସିହାରେ ନ ତାଲା ନିର୍ମାଣ କରିଥିଲେ ଠିକାଦାର । ଏପ୍ରିଲ ୨୯ ତାରିଖରେ ପୂର୍ବରୁ କୋର୍ଟ ଏହି ଭଳି ନିର୍ଦ୍ଦେଶ ଦେଇଥିଲେ ।

ସେ ସମୟରେ ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ସମୟ ନିଆଯାଇଥିଲା । ସମୟ ମଧ୍ୟରେ ଟଙ୍କା ପୈଠ ନକରିବାରୁ ପୁଣି କୋର୍ଟ ନିଲାମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିଲାମ ହେବାକୁ ଥିବା ସମଗ୍ରୀ ମଧ୍ୟରେ ରହିଛି ମୁଖ୍ୟ ଯନ୍ତ୍ରୀଙ୍କ ଚେୟାର, ଟେବୁଲ, କମ୍ୟୁଟର, ପ୍ରିଣ୍ଟର, ଫ୍ୟାନ ଓ ଆଲମିରା ରହିଛି ।

  • Reported by:
  • CHANDAN PAIKRAY

OTV is now on Whatsapp

Join and get latest news update delivered to you via whatsapp

Join Now