• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆସନ୍ତାକାଲିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ । ଏଥିପାଇଁ ପ୍ରଥମ ସୋପାନ କ୍ରମେ ସକାଳେ ୱାର୍କିଂ ପ୍ଲାଟଫର୍ମ ତିଆରି ହେବ । ଗରୁଡ଼ ସ୍ତମ୍ଭ ପାଖରେ ଲୁହା ଭାରା ବନ୍ଧାଯିବ । ପ୍ରତିଦିନ ସକାଳ ୬ଟାରୁ ରାତି ୧୦ ଟା ମଧ୍ୟରେ କାମ କରାଯିବ । ତେବେ କେଉଁ ନୀତି ପରେ କେତେ ସମୟ ପାଇଁ କାମ ଚାଲିବ ସେ ନେଇ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ।

ମରାମତି କାମ ବେଳେ ଶ୍ରଦ୍ଧାଳୁ, ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ । ନୀତିକାନ୍ତି ବ୍ୟାଘାତ ନହେଲା ଭଳି ଦେଖି ମରାମତି କାମ ଚାଲିବ । ଯେତେବେଳେ ନୀତିକାନ୍ତି ନଥିବ, ସେହି ସମୟରେ କାମ କରାଯିବ । କାର୍ତ୍ତିକ ମାସ ସରିଲେ, ପୂର୍ଣ୍ଣ ସମୟ ଦେଇ କାମ କରାଯିବ । ମରାମତି କାମ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ ।

ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହ ଆସନ୍ତାକାଲିଠୁ ମହାପ୍ରଭୁଙ୍କ ରତ୍ନପଲଙ୍କ ମରାମତି ବି ଆରମ୍ଭ ହୋଇ ଆସନ୍ତା ପଣା ସଂକ୍ରାନ୍ତି ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି । ସେହିପରି ଦିବ୍ୟାଙ୍ଗମାନଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ସୁଗମ କରିବାକୁ ବି ଆଜି ନିଷ୍ପତ୍ତି ହୋଇଛି ।

  • Reported by:
  • MADHUSUDAN MISHRA