ସୋମାଲିକାଙ୍କ ବଦଳରେ ଅନ୍ୟ ଜଣେ ଯୁବତୀଙ୍କ ସହ ବିବାହ ପାଇଁ ଆବେଦନ କରିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ।
ପ୍ରଶ୍ନପତ୍ରକୁ ଘରେ ରଖି ସ୍କୁଲ୍ ଆସିଲେନି ପ୍ରଧାନଶିକ୍ଷକ। ଦଶମ ଅର୍ଦ୍ଧ ବାର୍ଷିକ ପରୀକ୍ଷାର ପ୍ରଥମ ଦିନରେ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି।
ଆଇଜିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି ପାହ୍ୟାର ଜଣେ ଅଧିକାରୀ ତଦନ୍ତ ଜାରି ରଖିଛନ୍ତି । ସଂପୃକ୍ତ ମହିଳା ASIଙ୍କ ଅଭିଯୋଗ, ଗତ ଅଗଷ୍ଟରେ ନିଜ ଛୁଟିକୁ ନିୟମିତ କରିବା ପାଇଁ ସୋନପୁର ହେଡକ୍ୱାର୍ଟରର ହୋମଗାର୍ଡ ରାଜକୁମାର ପଧାନଙ୍କୁ ଯୋଗାଯୋଗ କରିଥିଲେ ।
ସହଦେବଖୁଣ୍ଟା ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
ବାସ୍ତୁତୃଟି ରହିଲେ ଗୃହବାସୀଙ୍କ ପାଇଁ ସମସ୍ୟା ଆସିଥାଏ ବୋଲି ବାସ୍ତୁବିତମାନେ ମତ ଦିଅନ୍ତି। କିନ୍ତୁ ଅନେକ ସମୟରେ ଦେଖାଯାଏ ଯେ କେତେକ ଗୃହରେ ବାସ୍ତୁତୃଟି ଥାଇ ମଧ୍ୟ ଗୃହର ଅଧିବାସୀ ସୁଖ ଓ ଶାନ୍ତିରେ ରୁହନ୍ତି। ଏହା ପଛର କାରଣ କ’ଣ ?
କଟକରେ ପହଞ୍ଚିବା ବେଳକୁ ପାରାଦୀପ ବସ ଚାଲିଯାଇଥିଲା । ପ୍ରାୟ ରାତି ୮ଟା ବେଳେ ବାଇକରେ ଦୁଇ ଜଣ ଯୁବକ ତାପସଙ୍କୁ ଲିଫ୍ଟ ଯାଚିଥିଲେ ।
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ଗୁରୁବାର ।
ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୂଖ ଶୃଙ୍ଗାର କରିବେ ।
କୌଣସି କାରଣକୁ କେନ୍ଦ୍ର କରି ଜଣେ PG ଛାତ୍ର ଓ ଜଣେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ସୁରକ୍ଷା କର୍ମୀ ଜଣକ ଆହତ ହୋଇଥିଲେ ।
ସୁସ୍ମିତା ଓ ଅଲିଶାଙ୍କ ମୃତ୍ୟୁକୁ ନେଇ ରାଜ୍ୟ ରାଜନୀତି ଧୀରେ ଧୀରେ ସରଗରମ ହେବାରେ ଲାଗିଲାଣି । ବିରୋଧୀମାନେ ଏହାକୁ ନେଇ ସିବିଆଇ ତଦନ୍ତ ଦାବି କରୁଥିବାବେଳେ ଶହ ଶହ ଆଦିବାସୀମାନେ ମଧ୍ୟ ପୂର୍ବରୁ ରାଉରକେଲା ଏଡିଏମ୍ ଅଫିସ ଆଗରେ ବିକ୍ଷୋଭ କରିସାରିଛନ୍ତି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
୪ ବର୍ଷରେ ୫୮ କୋଟିର ହେରଫେର । ଭୂତ ଆକାଉଣ୍ଟରେ ୧୫ କୋଟି ଟଙ୍କା ।
ଭିନ୍ନ ଭିନ୍ନ ଦିଗରେ ବିରୋଧୀ ଦଳ ନେତାଙ୍କ ସଣ୍ଢୁଆଶୀ ଆକ୍ରମଣ । ଏକ୍ସପଞ୍ଜ ପରେ ବି ସିଏମ୍ କାହିଁକି ଦେଲେ ସ୍ପଷ୍ଟୀକରଣ: ଜୟନାରାୟଣ ।
ଦେଢ଼ ଲକ୍ଷ ଟଙ୍କାର ଗହଣା ନେଇ ଛୁ ମାରିଲେ ଯୁବକ । ଆପତ୍ତିଜନକ ଭିଡିଓ ମାଗି ବ୍ଲାକମେଲିଂ ଅଭିଯୋଗ ।
ଆହୁରି ୩ ହଜାର ଯାଏଁ ଖସିବା ନେଇ ଆକଳନ । ରୁପା କିଲୋପିଛା ଶସ୍ତା ହେଲାଣି ୭ ହଜାର ।
ଅନ୍ୟମାନଙ୍କୁ ଦେଖି ନିଜ ପାଇଁ କିଣାକିଣି କରିବାକୁ ମନ ବଳିଲେ ସେଥିରୁ ନିବୃତ ରୁହନ୍ତୁ ଦେଖିବେ ଆପଣଙ୍କ ଝାଳବୁହା ଧନ ଅଯଥାରେ ଖର୍ଚ୍ଚ ହେବନି।
ଏ ଗୁମାସ୍ତା କିଏ, ତାଙ୍କ ଭାଷଣରେ ଭର୍ତ୍ତୃହରି କାହାକୁ ଗୁମାସ୍ତା ବୋଲି ଇଙ୍ଗିତ କରୁଛନ୍ତି, ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ।
ଏହି ସମୟରେ ରାସ୍ତା କାମ ପାଇଁ ଲାଗିଥିବା ଫଳକ ଅସିତଙ୍କ ଉପରେ ଖସି ପଡ଼ିଥିଲା । ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରି ଏବେ ତଦନ୍ତ କରୁଛି ପୋଲିସ ।
ହୋମଗାର୍ଡ ରାଜକୁମାର ପ୍ରଧାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ମାମଲାକୁ ନେଇ ଚର୍ଚ୍ଚାରେ ସୋନପୁର ପୋଲିସ।
ରାଜ୍ୟବ୍ୟାପି ମାଡିଗଲାଣି ସ୍କ୍ରବ୍ ଟାଇଫସ୍। କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳକୁ ବି ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨ ହଜାର ୭୭ ଜଣଙ୍କର ସ୍କ୍ରବ୍ ଟାଇଫସ୍ ପରୀକ୍ଷା ହୋଇଥିବାବେଳେ ୨ ହଜାର ୮ ଶହ ୨୦ ରୋଗୀ ଚିହ୍ନଟ ହୋଇଛନ୍ତି।
ସାଂସଦ ମାନସ ମଙ୍ଗରାଜ ହେଲେ ରାଜ୍ୟସଭାରେ ବିଜୁ ଜନତା ଦଳର ମୁଖ୍ୟ ସଚେତକ। ସାଂସଦ ସୁଲତା ଦେଓଙ୍କ ସ୍ଥାନରେ ମାନସ ମଙ୍ଗରାଜଙ୍କୁ ଆଜି ଏଇ ନୂଆ ଦାୟିତ୍ୱ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି।
ବିଶ୍ୱକପ୍ କ୍ରିକେଟ୍ ଭେନ୍ୟୁ ଲିଷ୍ଟରେ ବାରବାଟୀ ନାହିଁ। ବିଶ୍ୱସ୍ତରୀୟ ବ୍ୟବସ୍ଥା, ସବୁ ପ୍ରକାର ସୁବିଧା ଥାଇ ବି କାହିଁକି ବାରବାଟୀ ବାଦ୍ ପଡ଼ିଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।
ମୁଖ୍ୟମନ୍ତ୍ରୀଙ୍କ ଏ ଉକ୍ତି ସମ୍ବିଧାନ ବିରୋଧୀ, ସେ ନିଜେ ଜନବିରୋଧୀ । ଏଥିସହ ଶ୍ରଦ୍ଧାଙ୍କ ସମ୍ପର୍କରେ ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀ ନିଜ ଆଡ଼ୁ ସଫେଇ ଦେଲେ ସେ ତାଙ୍କ ଫିଜିଓଥେରାପିଷ୍ଟ। ସେ ଯଦି ତାଙ୍କ ଫିଜିଓଥେରାପିଷ୍ଟ, ଆମର ଟିକେ ବି ଆପତ୍ତି ନାହିଁ’ ।
ମୃତଦେହକୁ ଦେଖିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଗତକାଲି ରାତିରେ ତାଙ୍କ ସହ କୌଣସି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ବେଗୁନିଆପଡା ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି।