Advertisment

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି,ପ୍ରଥମେ ତିଆରି ହେବ ୱାର୍କିଂ ପ୍ଲାଟଫର୍ମ

ଗରୁଡ଼ ସ୍ତମ୍ଭ ପାଖରେ ଲୁହା ଭାରା ବନ୍ଧାଯିବ....ପ୍ରତିଦିନ ସକାଳ ୬ଟାରୁ ରାତି ୧୦ ଟା ମଧ୍ୟରେ କାମ ଚାଲିବ....ମରାମତି ବେଳେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ...

author-image
Prangyan Parimita
ଅଦ୍ୟତନ ହୋଇଛି
Restoration of Puri Srimandir Nata Mandap to begin from today

Nata Mandap

ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ । ପ୍ରଥମ ସୋପାନ କ୍ରମେ ସକାଳେ ୱାର୍କିଂ ପ୍ଲାଟଫର୍ମ ତିଆରି ହେବ। ଗରୁଡ଼ ସ୍ତମ୍ଭ ପାଖରେ ଲୁହା ଭାରା ବନ୍ଧାଯିବ। ପ୍ରତିଦିନ ସକାଳ ୬ଟାରୁ ରାତି ୧୦ ଟା ମଧ୍ୟରେ କାମ କରାଯିବ। ତେବେ କେଉଁ ନୀତି ପରେ କେତେ ସମୟ ପାଇଁ କାମ ଚାଲିବ ସେ ନେଇ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ।

Advertisment

ମରାମତି କାମ ବେଳେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ। ନୀତିକାନ୍ତି ବ୍ୟାଘାତ ନହେଲା ଭଳି ଦେଖି ମରାମତି କାମ ଚାଲିବ। ଯେତେବେଳେ ନୀତିକାନ୍ତି ନଥିବ, ସେହି ସମୟରେ କାମ କରାଯିବ। କାର୍ତ୍ତିକ ମାସ ସରିଲେ, ପୂର୍ଣ୍ଣ ସମୟ ଦେଇ କାମ କରାଯିବ। ଆଜିଠୁ ମହାପ୍ରଭୁଙ୍କ ରତ୍ନପଲଙ୍କ ମରାମତି ବି ଆରମ୍ଭ ହେବ।

Advertisment

ଆସନ୍ତା ପଣା ସଂକ୍ରାନ୍ତି ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ । ସେହିପରି ଦିବ୍ୟାଙ୍ଗମାନଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ସୁଗମ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।...

ସୂଚନାଯୋଗ୍ୟ ତଥ୍ୟ ଅନୁସାରେ ୨୦୧୮ ମସିହାରେ ନାଟମଣ୍ଡପରେ ଫାଟ ଜଣାପଡ଼ିଥିଲା । ଯାହାର ଲମ୍ବ ୭ ଫୁଟ ଓ ଗଭୀର ୭ ଇଞ୍ଚ ଦେଖା ଯାଇଥିଲା । ୫ବର୍ଷ ହେଲା ସେ ଫାଟ ସେମିତି ଥିବାରୁ କୋର୍ଟରେ ମାମଲା ହୋଇଥିଲା ।

 ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ASI ଓ ଉଚ୍ଚସ୍ତରୀୟ କମିଟି ଘନ ଘନ ଯାଞ୍ଚ କରି ନାଟମଣ୍ଡପରେ କ୍ରାକ୍ ମିଟର୍ ଜରିଆରେ ରିଡିଂ କରି ଫାଟ ତର୍ଜମା କରିଥିଲେ । ନିଜେ ହାଇକୋର୍ଟଙ୍କ ଆମିକସକ୍ୟୁରି ଏନ୍.କେ.ମହାନ୍ତି ବି ପୁରୀ ଆସି ନାଟମଣ୍ଡପ ସ୍ଥିତି ଖରାପ ଥିବା ଉଚ୍ଚ ନ୍ୟାୟାଳୟଙ୍କୁ ଜଣାଇଥିଲେ।

Puri Srimandir Nata Mandap
Advertisment
Advertisment