• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବୋଲେରୋ ଧକ୍କାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । କଟକ-ପାରାଦୀପ ରାସ୍ତା କୁଜଙ୍ଗ ନିକଟ ସନ୍ତରାଗଡ଼ା ଛକରେ ଏହି ଦୁର୍ଘଟଣା ହୋଇଥିବାବେଳେ ୨ ବାଇକ୍‌ ଆରୋହୀଙ୍କୁ ପଛରୁ ବୋଲେରୋ ପିଟିଥିବା ଜଣାପଡ଼ିଛି । ଦୁର୍ଘଟଣା ଘଟାଇ ରାସ୍ତା କଡ଼ ନାଳରେ ବୋଲେରୋ ପଶିଯାଇଛି ।

ଦୁର୍ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି । ବୋଲେରୋ ଡ୍ରାଇଭର ଗୁରୁତର ରହିଥିବା ଜଣାପଡ଼ିଛି । ତେବେ କିପରି ଏହି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ । ମୃତ ୨ ବାଇକ୍‌ ଆରୋହୀଙ୍କ ପରିଚୟ ଅସ୍ପଷ୍ଟ ରହିଛି । ସେ କେଉଁ ସ୍ଥାନରୁ କେଉଁଠିକୁ ଯାଉଥିଲେ ତାହା ଜଣାପଡ଼ିନାହିଁ ।

ଅନ୍ୟପଟେ ଆଜି ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ପାରାଦୀପଗଡ ନିକଟରେ ଦୁର୍ଘଟଣା ହୋଇଥିଲା । ଏକ ସ୍କୁଟିକୁ ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ସ୍କୁଟିଚାଳକ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

ଏନେଇ ଖବର ପାଇବା ପରେ ପାରାଦୀପ ଲକ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମୃତ ମହିଳା ଜଣକ ସ୍ଥାନୀୟ ଚୁନ ଗାଁର ବୋଲି ଜଣାପଡ଼ିଛି । ସେ କୌଣସି କାମରେ ପାରାଦୀପ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖିନ ହୋଇଥିବା କୁହାଯାଉଛି ।

  • Reported by:
  • RAMAKANTA NAYAK