Advertisment

ଟନେଲରେ ୪୦ ଶ୍ରମିକ ଫସି ରହିବା ଘଟଣା; ଆସିଲା ଜଣେ ଓଡ଼ିଆଙ୍କ ପ୍ରଥମ ମେସେଜ୍, ଶୁଣନ୍ତୁ...

ଟନେଲରେ ଲାଗିଥିବା ପାଇପ୍ ଯୋଗେ ସଂପର୍କୀୟଙ୍କ ସହ ଧୀରେନ୍ କଥା ହୋଇଛନ୍ତି । କହିଛନ୍ତି, ଟନେଲ ଭିତରେ ଆମେ ପ୍ରାୟ ସମସ୍ତେ ଭଲ ଅଛୁ । ଅନ୍ୟ କିଛି ଲୋକଙ୍କ ଦେହ ସାମାନ୍ୟ ଖରାପ ଥିବା କହିଛନ୍ତି ଧୀରେନ୍ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Uttarkashi Tunnel Collapse: First message from trapped Odia labourer

Uttarkashi Tunnel Collapse: First message from trapped Odia labourer

ଆଜିକୁ ବିତିଗଲା ୪ଦିନ । ଉତ୍ତରକାଶୀ ଟନେଲରେ ଫସିଥିବା ୪୦ ଶ୍ରମିକ ଏଯାଏଁ ଉଦ୍ଧାର ହୋଇପାରିନାହାଁନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏସବୁ ଭିତରେ ବନ୍ଦ ଟନେଲରେ ଫସିଥିବା ୫ ଜଣ ଓଡ଼ିଆଙ୍କ ମଧ୍ୟରୁ ଜଣେ ଓଡ଼ିଆ ଶ୍ରମିକଙ୍କ ପ୍ରଥମ ମେସେଜ୍ ଆସିଛି । ପରିବାର ଲୋକଙ୍କୁ ମୟୂରଭଂଜର ଧୀରେନ୍ ନାଏକ ଟନେଲ୍ ଭିତରୁ ବାର୍ତ୍ତା ଛାଡ଼ିଛନ୍ତି ।

Advertisment

ସେହି ଟନେଲରେ ଲାଗିଥିବା ପାଇପ୍ ଯୋଗେ ସଂପର୍କୀୟଙ୍କ ସହ ଧୀରେନ୍ କଥା ହୋଇଛନ୍ତି । କହିଛନ୍ତି, ଟନେଲ ଭିତରେ ଆମେ ପ୍ରାୟ ସମସ୍ତେ ଭଲ ଅଛୁ । ଅନ୍ୟ କିଛି ଲୋକଙ୍କ ଦେହ ସାମାନ୍ୟ ଖରାପ ଥିବା କହିଛନ୍ତି ଧୀରେନ୍ । ଏପଟେ ପରିବାର ଲୋକେ ହୋସଲା ନହରାଇବାକୁ କହୁଛନ୍ତି ।

ସେପଟେ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚାଲିଛି ବଡ଼ ରେସ୍କ୍ୟୁ ଅପରେସନ୍ ।ଫସିରହିଥିବା ଶ୍ରମିକଙ୍କ ପାଖକୁ ସ୍ୱତନ୍ତ୍ର ପାଇପ୍ ଯୋଗେ ଖାଦ୍ୟ, ପାନୀୟ ସହ ନିରନ୍ତର ଅକ୍ସିଜେନ୍ ସପ୍ଲାଏ ଜାରି ରହିଛି। ଟନେଲ୍ ଭିତରେ ଧସିଥିବା ପ୍ରାୟ ୫୦ ମିଟର ଓସାରର ମାଟି ଖୋଳି ଶ୍ରମିକଙ୍କ ପାଖରେ ପହଞ୍ଚିବା ଉଦ୍ୟମରେ ଲାଗିପଡ଼ିଛନ୍ତି ଏକାଧିକ ଏଜେନ୍ସିର ବିଶେଷଜ୍ଞ ଟିମ୍ । ଶ୍ରମିକଙ୍କ ଭିତରେ ୫ ଓଡ଼ିଆ ଥିବା ଜଣାପଡ଼ିବା ପରେ, ନିଜ ପ୍ରିୟଜନଙ୍କ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି ସେମାନଙ୍କ ପରିବାର ।

Advertisment

ହେଲେ ବର୍ତ୍ତମାନ ଜଣେ ଓଡ଼ିଆ ଶ୍ରମିକଙ୍କ ମେସେଜ୍‌ ଆସିବା ପରେ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି ପରିବାର ଲେକେ । ଅନ୍ୟପଟେ ଟନେଲ୍ ଭିତରେ ଧସିଥିବା ମାଟିକୁ ଖୋଳି ବାହାର କରିବା ବେଳେ ଏହା ଧସୁଥିବାରୁ ଉଦ୍ଧାରକାରୀଙ୍କ ପାଖେ ଶୀଘ୍ର ପହଞ୍ଚିବା ବଡ଼ ଚ୍ୟାଲେଞ୍ଜ୍ ପାଲଟିଛି। ତେଣୁ ଖୋଳାଯିବା କ୍ଷଣି ମାଟି ଯେଭଳି ଆଉ ନ ଧସିବ ସେଥିପାଇଁ ସ୍ୱତନ୍ତ୍ର କେମିକାଲ ସ୍ପ୍ରେ କରାଯିବା ସହ ହ୍ୟୁମପାଇପ୍ ଜରିଆରେ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି।

ଟନେଲ୍ ଭିତରେ ଫସିଥିବା ୪୦ ଜଣଙ୍କ ଭିତରେ ଅଛନ୍ତି ୫ ଓଡ଼ିଆ । ସେମାନେ ହେଲେ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷିର ଧିରେନ୍ ନାୟକ ଓ ବିଶ୍ୱେଶ୍ୱର ନାୟକ, ବହଳଦାର ରାଜୁ ନାୟକ, ନବରଙ୍ଗପୁରର ଭଗବାନ ଭତ୍ରା ଓ ଶଙ୍କର୍ଷଣପୁରର ତପନ ମଣ୍ଡଳ । ତେଣୁ ଫସିରହିବା ନିଜ ପ୍ରିୟଜନଙ୍କୁ ନେଇ ଭୟ, ଆଶଙ୍କାରେ ପରିବାର । ସମସ୍ତ ଶ୍ରମିକ ଏପର୍ଯ୍ୟନ୍ତ ସୁରକ୍ଷିତ ଥିବା ଶୁଣି ଆଶ୍ୱସ୍ତ ଥିଲେ ବି ଉଦ୍ଧାର ପାଇଁ ସମୟ ଯେତେ ଯେତେ ବିଳମ୍ବ ହେଉଛି, ପରିବାର ଲୋକଙ୍କୁ ସେତେ ସେତେ ଚିନ୍ତା ଖାଇ ଗୋଡୋଉଛି।

Advertisment
Advertisment