Advertisment

କଳାହାଣ୍ଡିରେ ବିଧାୟକଙ୍କୁ ବିରୋଧ; ଗାଁ ମୁଣ୍ଡରୁ ଫେରିଆସିଲେ ଲାଞ୍ଜିଗଡ଼ ବିଧାୟକ

ତ୍ରିଲୋଚପୁରରେ ନିର୍ମାଣ ହୋଇଥିବା ପାର୍କ ଓ ଛେଳି ହଷ୍ଟେଲର ଉଦଘାଟନ ପାଇଁ ବିଧାୟକ ଯାଉଥିବା ବେଳେ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
irate locals stop convoy of MLA Pradip Kumar Disari

No road connectivity to village, irate locals stop convoy of MLA Pradip Kumar Disari

ରାସ୍ତା ପାଇଁ ବିଧାୟକଙ୍କୁ ବିରୋଧ । କଳାହାଣ୍ଡି ଜିଲ୍ଲା ତ୍ରିଲୋଚନପୁରରେ ଖରାପ ରାସ୍ତା ମରାମତି ହୋଇନଥିବାରୁ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କ ଗାଡ଼ି ଅଟକାଇ ଜବାବ ମାଗିଲେ ସ୍ଥାନୀୟ ଲୋକେ । କଳାହାଣ୍ଡି ଜିଲ୍ଲା ନିୟମଗିରି ପାଦଦେଶରେ ଥିବା ତ୍ରିଲୋଚପୁରରେ ହଟହଟା ହୋଇଛନ୍ତି ବିଧାୟକ ଦିଶାରୀ ।

Advertisment

ତ୍ରିଲୋଚପୁରରେ ନିର୍ମାଣ ହୋଇଥିବା ପାର୍କ ଓ ଛେଳି ହଷ୍ଟେଲର ଉଦଘାଟନ ପାଇଁ ବିଧାୟକ ଯାଉଥିବା ବେଳେ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ । ଆଗ ରାସ୍ତା ଓ ପରେ ପାର୍କ ବୋଲି କହି ସ୍ଲୋଗାନ ଦେଇଥିଲେ ସ୍ଥାନୀୟ ଲୋକେ । ଲୋକଙ୍କୁ ବୁଝାଇବାକୁ ଚେଷ୍ଟ କରିଥିଲେ ବି ସଫଳ ହୋଇପାରି ନଥିଲେ ବିଧାୟକ ଦିଶାରୀ ।

ତିନି ବର୍ଷ ହେଲା ଅଭିଯୋଗ ପରେ ବି ରାସ୍ତା କାହିଁକି ନିର୍ମାଣ ହୋଇନି ବୋଲି ଲୋକେ ପ୍ରଶ୍ନ କରିଥିଲେ । କିଛି ଦିନ ଚାଲିବା ପରେ ବି ଲକ୍ଷ୍ମୀବସ ବି ବନ୍ଦ ହୋଇଯିବାରୁ ଯିବା ଆସିବାରେ ଅସୁବିଧା ହେଉଥିବା ଲୋକେ ଅଭିଯୋହ କରିଥିଲେ ।

Advertisment

ଶେଷରେ ଅଞ୍ଚଳବାସୀଙ୍କ ଆକ୍ରୋଶର ଶିକାର ହୋଇ ହଟ ହଟା ହୋଇ ଗାଁ ମୁଣ୍ଡରୁ ଫେରି ଯାଇଥିଲେ ବିଧାୟକ । ତେବେ ଏନେଇ ବିଧାୟକ ପ୍ରଦୀପ ଦିଶାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Road Problem Village Problem
Advertisment
Advertisment