/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700140070.jpg)
Seventeen Persons Sentenced To Life Imprisonment In Connection With Murder Of Couple In Jajpur
୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ । ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ପୋଡି ମାରିବା ଘଟଣାରେ ଏହି ଦଣ୍ଡାଦେଶ ମିଳିଛି । ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ ଯାଜପୁର ରୋଡ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ l
କଳିଙ୍ଗ ନଗର ଥାନା ନିମପଲ୍ଲୀ ଗାଁର ସୁରିସାହିରେ ଗୁଣିଗାରେଡି ସନ୍ଧ୍ୟାରେ ଦମ୍ପତିଙ୍କୁ ପୋଡି ହତ୍ୟା କରାଯାଇଥିଲା । ଏହି ଘଟଣାରେ ଆଜି ଯାଜପୁର ରୋଡ କୋର୍ଟ ଜିଲ୍ଲା ଦୌରା ଜର୍ଜ ୧୭ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନା ଅନୁଯାୟୀ ଗତ ୨୦୨୦ ମସିହା ଜୁଲାଇ ୭ ତାରିଖ ରାତିରେ କଳିଙ୍ଗନଗର ଥାନା ନିମପଲି ଗାଁ ସୁରିସାହି ସ୍ଥିତ ନିଜ ଘରେ ଦମ୍ପତି ଶୈଳ ବାଲମୁଜ୍ ଓ ସମ୍ବାରି ବାଲମୁଜଙ୍କୁ ଜଳନ୍ତା ନିଆଁକୁ ଫିଙ୍ଗି ଦେଇଥିଲେ ସେହି ଏହି ଏହି ଅଭିଯୁକ୍ତ ମାନେ l
ନିଆରେ ପଡ଼ିବା ଫଳରେ ପୋଡିହୋଇ ଦମ୍ପତି ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହି ଘଟଣାର ତଦନ୍ତ କରି କଳିଙ୍ଗନଗର ପୋଲିସ କେସ୍ ନମ୍ବର ୧୧୫/୨୩ରେ ଏକ ମାମଲା ରୁଜୁ କରି ୧୭ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ l
ସେପଟେ ଦୀର୍ଘ ୩ବର୍ଷ ପରେ ଆଜି ଏହି ଘଟଣାର ଶୁଣାଣି କରିଛନ୍ତି ଯାଜପୁର ରୋଡ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ହୃଷିକେଶ ଆଚାର୍ଯ୍ୟ l ଆଜି ୨୦ ଜଣ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ କରିବା ପରେ ଏହି ଘଟଣାରେ ଜଡିତ ୧୭ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କା ଜୋରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)