ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ରହିଛି ଅନେକ ଦୁର୍ଗମ ଅଞ୍ଚଳ। ଯେଉଁଠି ଜନସାଧାରଣଙ୍କୁ ମିଳି ପାରୁନି ମୌଳିକ ସୁବିଧା ସୁଯୋଗ। ଏଠାକାର ଲୋକଙ୍କ ପାଇଁ ତହସିଲ କାର୍ଯ୍ୟ ଏକ ପ୍ରମୁଖ ସମସ୍ୟା ।
ଅଧ ଘଣ୍ଟାରୁ ଅଧିକ ସମୟ ଧରି ଚିଲିକା ମଝିରେ ଏମିତି ଡଙ୍ଗା ଫସି ରହିଛି । ମିଳିଥିବା ସୂଚନା ମୁତାବକ, ଡଙ୍ଗାରେ କିଛି ଯାନ୍ତ୍ରିକ ତ୍ରୁଟି ହୋଇଥିବା ଯୋଗୁଁ ଆଗକୁ ଆଉ ବଢ଼ି ପାରୁନି।
ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇ ମଧ୍ୟ ସମସ୍ତ ସରକାରୀ ସହାୟତାରୁ ବଞ୍ଚିତ ଅବିନାଶ...
ଏହି ଦୁର୍ଘଟଣାର ସୂଚନା ପାଇ ଦମକଳ ବାହିନୀ, ଆମ୍ବୁଲାନ୍ସ ଓ କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିଲେ । କିନ୍ତୁ ଉଦ୍ଧାର ବେଳକୁ ହିଁ ୨ ଜଣଙ୍କ ମୢତ୍ୟୁ ହୋଇଥିଲା।
ଟଙ୍କା ପାଇଁ ମିଛ ଅପହରଣ ନାଟକ ରଚିଲେ ଫାଇନାନ୍ସ କର୍ମଚାରୀ। ନିଜ ବାଇକ୍, ଚପଲ ରାସ୍ତାକଡ଼ରେ ଫିଙ୍ଗି ସେ ଫେରାର ହୋଇଯାଇଥିଲେ।
କାଲି ୧୦ ଘଣ୍ଟା, ଆଜି ୬ ଘଣ୍ଟା ହେଲା ବିଦ୍ୟୁତ୍ ନାହିଁ । ଆଞ୍ଚଳିକ ନିଦାନ କେନ୍ଦ୍ରରେ ବିଦ୍ୟୁତ୍ ଗାଏବ । SCB ମେଡିକାଲରେ ରକ୍ତ ପରୀକ୍ଷା ଓ ସିଟି ସ୍କାନ୍ ବନ୍ଦ ।
୧୦ ବର୍ଷ ମଧ୍ୟରେ ରାଜ୍ୟର ଅବକାରୀ ରାଜସ୍ୱରେ ୩୬୮ ପ୍ରତିଶତ ବୃଦ୍ଧି ପାଇଛି। ଗତ ୨୦ ବର୍ଷ ଭିତରେ ମଦ ଦୋକାନ ସଂଖ୍ୟା ବି ବହୁ ପରିମାଣରେ ବୃଦ୍ଧି ପାଇଛି।
କଟକ ବଡ଼ ମେଡିକାଲରେ ବିଦ୍ୟୁତ୍ ବିଭ୍ରାଟ। ଲାଇନ୍ ନଥିବାରୁ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବା ସହ ବିନା ଲାଇଟ୍ ଓ ଫ୍ୟାନରେ ରୋଗୀଙ୍କୁ ହଇରାଣ ହେବାକୁ ପଡ଼ିଛି।
ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ସହ ଭାଟିକାନ ସିଟି ଯାଇଥିବା ଶ୍ରଦ୍ଧାଙ୍କ ସମ୍ପର୍କରେ ବିଜେଡି ମୁହଁ ଖୋଲୁନି।
ମେଡିକାଲ୍ ସାମ୍ନାରେ ଆମ୍ବୁଲାନ୍ସ ଡୋର୍ ଅଧଘଣ୍ଟାଏ ଧରି ନଖୋଲିବାରୁ ରୋଗୀଙ୍କ ସମ୍ପର୍କୀୟଙ୍କ ଭିତରେ ବ୍ୟସ୍ତତା ବଢି ଯାଇଥିଲା।
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୧ ତାରିଖ ରବିବାର
ଲାଞ୍ଚ ସୂତ୍ରରେ ମିଳିଥିବା ଟଙ୍କା ଧରି ଯାଉଥିବା ବେଳେ ବାଟାଲିୟନ କମାଣ୍ଡାଣ୍ଟଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ନିଜ ସରକାରୀ ଗାଡ଼ିରେ ୧ ଲକ୍ଷ ୩୧ ହଜାର ଟଙ୍କା ଧରି ସୁନୀଲ ବେହେରା ଢେଙ୍କାନାଳରୁ କଟକ ଯାଉଥିଲେ।
୭୫ରୁ ୮୦ ପ୍ରତିଶତ ରୋଗୀ ହୋଇପାରୁଛନ୍ତି ସମ୍ପୂର୍ଣ୍ଣ ଆରୋଗ୍ୟ..ଖୁବଶୀଘ୍ର ଆରମ୍ଭ ହେବ ହେମାଟୋପିଏଟିକ୍ ଷ୍ଟେମ୍ ସେଲ୍ ପ୍ରତିରୋପଣ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପର ରୂପ ନେଇଛି। ଏହାର ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଆସନ୍ତା ୩ ତାରିଖ ଯାଏ ବର୍ଷା ଲାଗି ରହିବ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବର୍ଷକୁ ଥରେ ଖୋଲେ ମା’ ଜାଗୁଳାଇଙ୍କ ମୁହଁ । କାହିଁ କେଉଁ କାଳରୁ ପୁରୀ ଜିଲ୍ଲା ସତ୍ୟବାଦୀ ଅଳଗୁମ ଗ୍ରାମରେ ଅନୁଷ୍ଠିତ ହେଉଛି ପ୍ରସିଦ୍ଧ କାଠିଯାତ୍ରା ।
ଦଶହରା ଓ ଦୀପାବଳି ପାଇଁ ସୋ’ ରୁମରେ ଲକ୍ଷ ଲକ୍ଷ ଟଙ୍କାର ମାଲ୍ ରଖିଥିଲେ ମାଲିକ । ସୋ’ ରୁମର ପ୍ରଥମ ଓ ଦ୍ୱିତୀୟ ମହଲାରେ ଶାଢ଼ି ଓ ଡ୍ରେସ୍ ମ୍ୟାଟେରିଆଲ ଥିବାବେଳେ ତୃତୀୟ ମହଲା କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ଭରି ରହିଥିଲା। ତେବେ ଆଖିପିଛୁଳାକେ ସବୁକିଛି ପାଉଁଶ ଗଦାରେ ପରିଣତ ହେବା ପରେ, ମୁଣ୍ଡରେ ହାତ ଦେଇଛନ୍ତି ବ୍ୟବସାୟୀ ।
ହୁ ହୁ ହୋଇ ବଢ଼ୁଛି ଦର । ୬ ମାସ ତଳେ ଯେଉଁ ହରଡ଼ ଡାଲି ୧୧୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ତାହା ୧୫୫ରୁ ୧୭୫ ଟଙ୍କା ଛୁଇଁଲାଣି ।
ଘରେ ନପଶଣୁ ମୁଣ୍ଡରେ ଚାଳ, ରାଜ୍ୟ ସରକାରଙ୍କ ନୂଆ ବସ୍ ଯୋଜନା ଲକ୍ଷ୍ମୀକୁ ଆରମ୍ଭରୁ ବିରୋଧ । ଅକ୍ଟୋବର ୨ରୁ ଲକ୍ଷ୍ମୀ ଯୋଜନାରେ ପ୍ରଥମେ ମାଲକାନଗିରି ଜିଲ୍ଲାରୁ ଗଡ଼ିପାରେ ଏହି ଅତ୍ୟାଧୁନିକ ବସ୍ । ଏଥିପାଇଁ ମାଲକାନଗିରିରେ ପ୍ରସ୍ତୁତ ଭାରତ ବେଞ୍ଜ୍ କମ୍ପାନୀର ୩୬ଟି ଶୀତତାପ ନିୟନ୍ତ୍ରିତ ବସ ।
ସରକାର ତ ସରକାର ପୁଣି ଜଣେ ମହିଳା ବ୍ୟାଙ୍କ ମିତ୍ରଙ୍କ ମୁହଁରେ ପାଣ୍ଡିଆନ୍ ବିରୋଧୀ ଭାଷା ! ହଜମ ହେଲାନି, ଦେହରେ ଗଲାନି ! ସେଇଥିପାଇଁ ହେଲା କି ଚାକିରି ଖାଇବାର ବ୍ୟବସ୍ଥା ?
ବିରୋଧୀ ବିଜେପି ଗୃହରେ ହଙ୍ଗାମା କରିବା ସହିତ ଉଭୟ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କୁ ଟାର୍ଗେଟ୍ କରିଛି । ଆଉ ଏହାରି ଭିତରେ ଜୟନାରାୟଣ ସାଂଘାତିକ ଅଭିଯୋଗ, ନା ଗୃହରେ ନା ଗୃହ ବାହାରେ ସେ ନିଜକୁ ସୁରକ୍ଷିତ ମନେ କରୁଛନ୍ତି । ତାଙ୍କର ଯଦି କିଛି ହୋଇଯାଏ, ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ।
ରାତି ହେଲେ ଭୟଙ୍କର ହେଉଛି କି ରାଜଧାନୀ ? ରାତିର ନିସ୍ତବ୍ଧ ପହରରେ ଘୂରି ବୁଲୁଛି କି ମୃତ୍ୟୁର ଦୂତ ? କମିଶନରେଟ୍ ପୋଲିସର ସୁରକ୍ଷା ପାଚେରୀକୁ ଭେଦି ଅସାମାଜିକ ଖେଳୁଛନ୍ତି କି ମରଣର ଖେଳ ? କାରଣ ରାଜଧାନୀର ଛାତି ଉପରେ ଗତକାଲି ଘଟିଛି ଭୟଙ୍କର ଅଘଟଣ । ରାଜମହଲ ଛକ ଉପରେ ହିଟ୍ ଆଣ୍ଡ ରନ୍ ।
ବିରୋଧୀ ଦଳ ନେତାଙ୍କ ପ୍ରତି ବିଜେଡି ବିଧାୟକ ଅରୁଣ ସାହୁ ଏହି ମନ୍ତବ୍ୟ ଦେଇଥିଲେ। ଅରୁଣ ସାହୁଙ୍କ ଏହି ମନ୍ତବ୍ୟ ପରେ ଗୃହ କମ୍ପିଥିଲା। ଏହା ସହ ଏହି ମନ୍ତବ୍ୟକୁ ବିବରଣୀରୁ ବାଦ୍ ଦେବାକୁ ଦାବି ହୋଇଥିଲା।
ବଢ଼ିଲା ମାଟ୍ରିକ ପରୀକ୍ଷା ଅନ୍ଲାଇନ୍ ଫର୍ମ ଫିଲ୍ଅପ୍ ଅବଧି। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ଅବଧି ବୃଦ୍ଧି ହୋଇଛି।
ମଣ୍ଡାକିଆରେ ତାଙ୍କ ବାପାଙ୍କ ଜମିରେ ସ୍କୁଲ ତିଆରି ହୋଇଛି । ସରକାରୀ ନଥିପତ୍ରରେ ବାପା ଜୟଦେବ ନାୟକଙ୍କ ନାଁ ରହିଛି । ତା’ର ଖଜଣା ନିଜେ ଦେଉଛନ୍ତି ରବୀନ୍ଦ୍ର । କିନ୍ତୁ ନିଜେ ଅସହାୟ ଭାବେ ରହୁଛନ୍ତି ।