/odishatv-khabar/media/post_attachments/uploadimage/library/16_9/16_9_0/s_1702453107.jpg)
Orissa HC directs to pay Rs 10 lakh compensation to family of a child killed in dog bite
କୁକୁର ଝୁଣିବା ପାଇଁ ୧୦ ଲକ୍ଷ ତଣ୍ଡ । ପୁରୀରେ ଜଣେ ଶିଶୁକୁ କୁକୁର କାମୁଡ଼ି କାମୁଡ଼ି ମାରିଦେବା ମାମଲାରେ ପୁରୀ ପୌରପାଳିକାକୁ ୧୦ ଲକ୍ଷ ଟଙ୍କା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ୨୦୧୬ ମସିହା ଡିସେମ୍ବର ମାସରେ ୪ ବର୍ଷର ଶିଶୁପୁତ୍ରକୁ ବୁଲା କୁକୁର କାମୁଡ଼ି ମାରି ଦେଇଥିଲା । ପର୍ଯ୍ୟଟନ ସହର ପୁରୀରେ ଏହି ଲୋମ ଟାଙ୍କୁରା ଘଟଣା ଘଟିଥିଲା । ଜଗନ୍ନାଥ କଲୋନୀ ଅଞ୍ଚଳରେ ନିଜ ଘର ବାଡ଼ିରେ ଖେଳୁଥିବା ବେଳେ ଶିଶୁଟି ବୁଲା କୁକୁରଙ୍କର ଶିକାର ହୋଇଥିଲା ।
#କୁକୁର_ଝୁଣିବା_ପାଇଁ_୧୦_ଲକ୍ଷ_ତଣ୍ଡ
ପୁରୀରେ ଶିଶୁକୁ କୁକୁର କାମୁଡ଼ି କାମୁଡ଼ି ମାରିଦେବା ଘଟଣା...ମୃତ ଶିଶୁର ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ...ପୁରୀ ପୌରପାଳିକାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ...୨୦୧୬ରେ ୪ ବର୍ଷର ଶିଶୁକୁ ଝୁଣି ମାରିଥିଲା କୁକୁର...#Odisha#OTVpic.twitter.com/YXgcxFx5Vs— ଓଟିଭି (@otvkhabar) December 13, 2023
ଗୁରୁତର ଅବସ୍ଥାରେ ଶିଶୁକୁ ମେଡିକାଲ୍ ନିଆଯାଇଥିଲା । ହେଲେ ସେଠାରେ ଶିଶୁର ମୃତ୍ୟୁ ହୋଇଥିଲା । ସହରରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବଢ଼ିଥିବା ବେଳେ ପୌର ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)