• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୨୦ ଫୁଟର ପରିତ୍ୟକ୍ତ ବୋରୱେଲ ଭିତରେ ଫସିଛି କଅଁଳା ଜୀବନ । ମାସେ କି ବର୍ଷେ ନୁହେଁ, ଦିନେ ଦୁଇଦିନର ନବଜାତ । କେହି ଛୁଆଟିକୁ ଜନ୍ମ କରିବା ପରେ ବୋରୱେଲ ଭିତରେ ପକାଇ ଚାଲିଯାଇଥିବା ସନ୍ଦେହ କରାଯାଉଛି । ହେଲେ ଗାତରେ ଫସିଥିବା ଶିଶୁର ଜୀବନ ବଂଚାଇବାକୁ ଜାରି ରହିଛି ଉଦ୍ୟମ । ଅଗ୍ନିଶମ, ଓଡ୍ରାଫ, ଡାକ୍ତର, ପ୍ରଶାସନ ସମସ୍ତେ ଅନାଇ ରହିଛନ୍ତି ଶିଶୁଟିର ଉଦ୍ଧାର ବାଟକୁ ।

ସମୟ ପ୍ରାୟ ଅପରାହ୍ଣ ୩ଟା । ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲ ମଧ୍ୟରେ ଏକ ପରିତ୍ୟକ୍ତ ବୋରୱେଲ ଭିତରୁ ଶୁଭିଲା । କାନ୍ଦ ଶୁଣି ପାଖ ଦେଇ ଯାଆସ କରୁଥିବା ଲୋକେ ଜାଣିପାରିଲେ ଯେ, ବୋରୱେଲ ଭିତରେ ଶିଶୁ ପଡିିଛି । ଶିଶୁ ତ ନୁହେଁ, ନବଜାତ । ଦିନେ କି ଦୁଇ ଦିନର ଛୁଆ । ତୁରନ୍ତ ପୋଲିସ ଓ ପ୍ରଶାସନ ପାଖରେ ପହଁଚିଲା ଖବର । ଆରମ୍ଭ ହେଲା ରେସ୍କ୍ୟୁ ଅପରେସନ୍ । ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଁଚିଲା ତିନି ତିନିଟି ଜେସିବି । ପୋଲିସ, ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ବି ପହଁଚିଗଲେ ।

ପରେ ପରେ ଅକ୍ସିଜେନ୍ ଓ ଆମ୍ବୁଲାନ୍ସ ସହ ଡାକ୍ତର ବି ଆସିଲେ । ବିଳମ୍ବ ନକରି ପ୍ରଥମେ ପାଇପରେ ବୋରୱେଲ ଭିତରକୁ ଅକ୍ସିଜେନ୍ ଦିଆଗଲା । ତେବେ ଚ୍ୟାଲେଂଜ୍ ଥିଲା ଉଦ୍ଧାରକାର୍ଯ୍ୟ । କାରଣ, ପାଇପ ଭିତରେ ଜାକି ହୋଇ ରହିଥିବା ଛୁଆଟିର ମୁଣ୍ଡ ତଳକୁ ରହିଛି । ହେଲେ ପିଲାଟି କାନ୍ଦୁଥିବାରୁ ବଢିଛି ଆଶା ।

୨୦ ଫୁଟର ପରିତ୍ୟକ୍ତ ବୋରୱେଲ୍ । ପାଖାପାଖି ୧୫ ଫୁଟ ତଳେ ଫସିଛି ଜୀବନ । ଆଉ ତାରି ଭିତରେ ବୋରୱେଲର ଫୁଟେ ଦୂରରେ ସମାନ୍ତରାଳ ଭାବେ ଖୋଳା ଜାରି ରଖିଛି ଜେସିବି । ଅନ୍ଧାର ହୋଇଯାଉଥିବାରୁ ଲାଇଟ୍ ଓ ଜେନେରେଟର ଲଗାଯାଇଛି । ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ଉଦ୍ଧାରକାରୀ ଟିମ୍ । ଜେସିବି ପରେ ହାତରେ ଖୋଳା ଯାଉଛି ମାଟି ।

ସୂଚନା ଅନୁସାରେ, ପାଖାପାଖି ୧୫ ବର୍ଷ ହେଲା ସେହି ବୋରୱେଲଟି ଖୋଳାଯାଇଥିଲା । ପାଣି ନଆସିବାରୁ ଅଧାରେ ବନ୍ଦ ରଖାଯାଇଥିଲା ବୋରୱେଲ ଏବଂ ସେବେଠୁ ସେମିତି ମୁକୁଳା ପଡିଥିଲା । ଜନବସତି ଠାରୁ ଦୂରରେ ରହିଥିବାରୁ କାହାର ଏଥିପ୍ରତି ଦୃଷ୍ଟିନଥିଲା ।