ଅଦିନିଆ ବର୍ଷା ଛାଡ଼ିବା ପରେ, ରାଜ୍ୟରେ ହଠାତ୍ ବଢ଼ିଲା ଶୀତ । କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ ତଳକୁ ଖସିବା ଫଳରେ ଏହା ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ସପ୍ତାହେ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ଶୁଖିଲା ପାଗ ରହିବ ।
ସର୍ବନିମ୍ନ ତାପମାତ୍ରା ବି ୪-୫ ଦିନ ଯାଏ ବିଶେଷ ବଦଳିବା ସମ୍ଭାବନା ନାହିଁ । କେବଳ ରାୟଗଡ଼ା ଓ ପାରଳାଖେମୁଣ୍ଡି ସହ ଅଳ୍ପ କିଛି ଉପକୂଳବର୍ତ୍ତୀ ସ୍ଥାନକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ କିମ୍ବା ତାଠୁ କମ୍ ରହିବ ।
#ହଠାତ୍_ବଢିଲା_ଶୀତ #ଡିସେମ୍ବର_ଅଧାରେ_ଶୀତ_ରାଜୁତି
— ଓଟିଭି (@otvkhabar) December 13, 2023
ଅଦିନିଆ ବର୍ଷା ଛାଡ଼ିବା ପରେ, ରାଜ୍ୟରେ ହଠାତ୍ ପଡିଛି ଶୀତ…କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ ତଳକୁ ଖସିବା ଫଳରେ, ଏହା ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି…..#ColdWave #Odisha #OTV pic.twitter.com/wl81CgAAiD
କିଛି ସ୍ଥାନରେ ଏହା ୧୦ ଡିଗ୍ରୀ ତଳକୁ ବି ଖସିବାର ସମ୍ଭାବନା ରହିଛି । ଗତକାଲି ୪ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ଥିଲା । ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୨ ରେକର୍ଡ କରାଯାଇଥିଲା । କେନ୍ଦୁଝର ଓ କିରେଇରେ ୯.୪, ଦାରିଙ୍ଗବାଡିରେ ୯.୫ ଡିଗ୍ରୀ ତାପମାତ୍ରା ରହିଥିଲା ।