• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବ୍ୟାଙ୍କ ନଖୋଲିବା ଆଗରୁ ବ୍ୟାଙ୍କ ପରିସରରେ ଲାଗିଛି ଲମ୍ବା ଲାଇନ୍ । ଅସହ୍ୟ ଥଣ୍ଡାରେ ବ୍ୟାଙ୍କ ଆଗରେ ଭିଡ଼ ଜମାଇଛନ୍ତି ଚାଷୀ । ନବରଙ୍ଗପୁର ଜିଲ୍ଲା ୟୁକୋ ବ୍ୟାଙ୍କ ପରିସରର ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଉଠା ଜଳସେଚନ ବିଭାଗ ପକ୍ଷରୁ ରିହାତି ଦରରେ ଚାଷୀଙ୍କୁ ଦିଆଯାଉଥିବା ବୋର୍‌ୱେଲ ଆବେଦନ ପାଇଁ ବ୍ୟାଙ୍କ ଆଗରେ ଅହେତୁକ ଭିଡ଼ ଜମିଛି ।

ଆବେଦନ ପାଇଁ ସୀମିତ ସମୟ ଥିବାରୁ ନବରଙ୍ଗପୁର ୟୁନିୟନ ବ୍ୟାଙ୍କରେ ଟଙ୍କା ପୈଠ ଏବଂ ବ୍ୟାଙ୍କରେ ଖାତା ଖୋଲିବା ଲାଗି ବ୍ୟାଙ୍କ ସାମ୍ନାରେ ଭିଡ଼ ଦେଖିବାକୁ ମିଳିଛି l ରାଜ୍ୟ ସରକାରଙ୍କ ନିୟମ ଅନୁସାରେ, ଆଗାମୀ ୧୬ ତାରିଖ ଆବେଦନର ଶେଷ ତାରିଖ ରହିଛି ।  

ଉଭୟ ଖରିଫ ଏବଂ ରବି ଫସଲ ଉତ୍ପାଦନ ଲାଗି ଭୁତଳ ଉଠା ଜଳସେଚନ ପାଇଁ ବିଦ୍ୟୁତ୍‌ ଏବଂ ସୋଲାର ମାଧ୍ୟମରେ ସଂଯୋଗ ନେଇ ବିଜ୍ଞାପନ ଦିଆଯାଇଛି l ୧୦ଟି ବ୍ଲକ୍‌ ପାଇଁ କେବଳ ୩ଟି ବ୍ୟାଙ୍କ ରହିଥିବାରୁ ଚାଷୀ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି ।

ଅନଲାଇନ୍ ମାଧ୍ୟମରେ ସରକାର ଆବେଦନ ପାଇଁ ସ୍ୱୀକୃତି ଦେଇଥିଲେ ମଧ୍ୟ ଆକାଉଣ୍ଟ ଖୋଲିବା ପାଇଁ ବ୍ୟାଙ୍କକୁ ଦୌଡ଼ୁଛନ୍ତି ଚାଷୀ l ଖବର ଲେଖାଯିବା ସୁଦ୍ଧା ଏନେଇ ସଂପୃକ୍ତ ବିଭାଗ କିମ୍ବା ବ୍ୟାଙ୍କ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।