/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702464116.jpg)
Matric Exams 2024
ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ମାଟ୍ରିକ ପରୀକ୍ଷା ଆରମ୍ଭ ହେବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ପରୀକ୍ଷା ହେବ । ପ୍ରଥମ ଦିନରେ ଅର୍ଥାତ୍ ୨୦ ତାରିଖରେ ମାତୃଭାଷା ଓଡ଼ିଆ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ପରେ ଫେବ୍ରୁଆରୀ ୨୩ ତାରିଖରେ ଇଂରାଜୀ ପରୀକ୍ଷା ହେବ ।
ସେହିପରି ୨୬ରେ ଗଣିତ, ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା କରାଯିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ୨ହଜାର ୯୯୧ କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୫୧ ହଜାର ୬୧୧ ପରୀକ୍ଷାର୍ଥୀ । ମାର୍ଚ୍ଚ ୧୫ରୁ ମାଟ୍ରିକ ଖାତା ଦେଖା ହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି ।
ପୂର୍ବ ସୂଚନା ଅନୁସାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଥିଲା । ପ୍ରଚଳିତ ପରୀକ୍ଷା ପଦ୍ଧତି ମୁତାବକ ୭ଟି ବିଷୟରେ ତିଆରି ହୋଇଥିଲା ଗୋଟିଏ ଲେଖାଏ ସେଟ୍ ।
ସେହି ପ୍ରଶ୍ନପତ୍ର ଗୁଡ଼ିକୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏନେଇ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଜଣାଇଥିଲେ ।
ବାର୍ଷିକ ପରୀକ୍ଷାରେ ସମାନ ଢଙ୍ଗର ପ୍ରଶ୍ନପତ୍ର ପଡ଼ିବ । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପରୀକ୍ଷା ପ୍ରସ୍ତୁତିରେ ଏହି ନମୁନା ପ୍ରଶ୍ନପତ୍ର ବା ସାମ୍ପଲ ପ୍ରଶ୍ନପତ୍ର ସହାୟକ ହେବ । ସେଗୁଡ଼ିକ ବିଦ୍ୟାଳୟ ସ୍ତରରେ କିଭଳି ବିତରଣ ହେବ ସେ ଦିଗରେ ଡିଇଓମାନେ ପଦକ୍ଷେପ ନେବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)