• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଦିନରେ ବିଜ୍ଞାନ ମେଳା । ଆଉ ରାତିରେ ଶୀତ କାକରରେ ବାସନ ମାଜିଲେ ଛାତ୍ର । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପିଲାମାନେ ପୁରୀ ଜିଲ୍ଲା କଣାସ ବ୍ଲକ ଦୁର୍ଗାଦେବୀ ଉଚ୍ଚ ବିଦ୍ୟାଳୟର ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ଗତକାଲି ସକାଳେ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜ୍ଞାନ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ପୁରୀ ଜିଲ୍ଲାର ୧୧ଟି ବ୍ଲକରୁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ସମେତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ପିଲାମାନେ ବିଜ୍ଞାନ ମେଳାରେ ନିଜ ନିଜର ଆଣିଥିବା ହାତ ତିଆରି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଏଥିରେ ୫ଶହ ଲୋକଙ୍କ ପାଇଁ ଭୋଜି ଭାତ ହୋଇଥିଲା । ଭୋଜି ଭାତ ପରେ ବଡ଼ ଟପ୍‌ ଓ ବାଲ୍‌ଟି, ଡଙ୍କି, ଚାପା, ଡାବୁ, ଆଦି ରୋଷେଇରେ ବ୍ୟବହୃତ ଉପକରଣକୁ ବିଦ୍ୟାଳୟର ୧୦ରୁ ଅଧିକ ଛାତ୍ର ସଫା କରୁଥିବା ଦେଖିବାକୁ ମିଳିଥିଲା ।

ରାତି ପ୍ରାୟ ୧୧ଟାରେ ଛାତ୍ରମାନେ ଦୟା ନଦୀରେ ଅଇଁଠା ବାସନ ସଫା କରୁଥିବା ଦେଖିବାକୁ ମିଳିଥିଲା । ରାତି ଅଧରେ ଛାତ୍ରଙ୍କୁ ବାସନ ମଜାଇବା ପାଇଁ କିଏ ଅନୁମତି ଦେଲା ବୋଲି 
ଅଂଚଳ ବାସୀ ପ୍ରଶ୍ନ କରିଛନ୍ତି । ଖବର ଲେଖାଯିବା ସୁଦ୍ଧା ଏନେଇ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ପ୍ରଧାନ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରିନି ।