Advertisment

ଶୀତରେ ଥରୁଛି ଓଡ଼ିଶା; ଟ୍ରଙ୍କ ଭିତରୁ ବାହାରିଛି ଶୀତ ପୋଷାକ

ଡିସେମ୍ବର ଅଧାରେ ଶୀତ ରାଜୁତି। ରାଜ୍ୟର ୪ ସ୍ଥାନରେ ୧୦ ଡିଗ୍ରୀ ତଳେ ରାତି ପାରଦ ୭.୨ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା। ଟ୍ୱିନ୍‌ସିଟିରେ ୧୫ ଡିଗ୍ରୀରୁ କମ୍ ରାତି ତାପମାତ୍ରା। ଆଗାମୀ ୫ଦିନ ସ୍ଥିତି ଅପରିବର୍ତ୍ତିତ ରହିବା ପୂର୍ବାନୁମାନ

author-image
Pramod Behera
ଅଦ୍ୟତନ ହୋଇଛି
undefined

Odisha shivers in winter; Winter clothes are out of the trunk

ଅଦିନିଆ ବର୍ଷା ଛାଡ଼ିବା ପରେ, ରାଜ୍ୟରେ ହଠାତ୍ ପଡିଛି ଶୀତ। କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀରୁ ତଳକୁ ଖସିବା ଫଳରେ, ଏହା ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଗାମୀ ୫ ଦିନ ଯାଏଁ ପାଗ ଶୁଖିଲା ରହିବାର ଥିବାରୁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି।

Advertisment

ଚାରି କୁହୁଡ଼ି ସାଙ୍ଗାରେ କାକର, ଜାଡ଼ ଆଉ କୋହଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିପକେଇଛି। ଏସବୁ ଭିତରେ ଉଷୁମ ଖୋଜୁଛି ପାହାଡ଼ି ଓ ଗାଁ ଗହଳିରେ ଜୀବନ। କୋରାପୁଟରୁ କେନ୍ଦୁଝର... ଫୁଲବାଣୀରୁ ସୁନ୍ଦରଗଡ଼, ରାଜ୍ୟର ପ୍ରାୟ ସବୁ ସ୍ଥାନରେ ପାରଦ ଦୁମ୍ କରି ଖସିବା ପରେ, ଡିସେମ୍ବର ଅଧାରୁ ଆରମ୍ଭ ହୋଇଛି ଶୀତଋତୁ।

ଫଳରେ ଟ୍ରଙ୍କ ଭିତରୁ ବାହାରିଛି ରେଜେଇ, କମ୍ବଳ ଓ ଶୀତ ପୋଷାକ। ସକାଳ ୯ଟା ଯାଏଁ କୁହୁଡ଼ି ରହୁଛି, ମର୍ଣ୍ଣିୱାକ୍ ଓ ଯୋଗ ବ୍ୟାୟାମ ସାଙ୍ଗକୁ ଚା କପ୍'ର ଡିମାଣ୍ଡ ବଢ଼ିଛି।

Advertisment

ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତକାଲି କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ କେନ୍ଦୁଝରରେ ୯.୪ ଓ ଦାରିଙ୍ଗବାଡ଼ିରେ ୯.୫ ଡିଗ୍ରୀ ଥିଲା ରାତି ପାରଦ। ସେହିପରି ଭୁବନେଶ୍ୱର ଓ କଟକରେ ବି ୧୫ ଡିଗ୍ରୀ ତଳେ ଥିଲା ତାପମାତ୍ରା।

ତେଣେ କୋରାପୁଟ ଓ କନ୍ଧମାଳରେ ଘନ କୁହୁଡ଼ି ଯୋଗୁଁ ଭିଜିବିଲିଟି ବା ଦୃଶ୍ୟମାନ ଦୂରତା ଖୁବ୍ କମ୍ ରହୁଥିବାରୁ ଯାନବାହାନ ଚଳାଚଳରେ ସମସ୍ୟା ଉପୁଜିବାର ଆଶଙ୍କା ରହିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଆଗାମୀ ସପ୍ତାହେ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ଶୁଖିଲା ପାଗ ରହିବ। ସର୍ବନିମ୍ନ ତାପମାତ୍ରା ବି ୪-୫ ଦିନ ଯାଏଁ ବିଶେଷ ବଦଳିବା ସମ୍ଭାବନା ନାହିଁ। କେବଳ ରାୟଗଡ଼ା ଓ ପାରଳାଖେମୁଣ୍ଡି ସହ ଅଳ୍ପ କିଛି ଉପକୂଳବର୍ତ୍ତୀ ସ୍ଥାନକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ କିମ୍ବା ତାଠୁ କମ୍ ରହିବ। କିଛି ସ୍ଥାନରେ ଏହା ୧୦ ଡିଗ୍ରୀ ତଳକୁ ବି ଖସିବାର ସମ୍ଭାବନା ରହିଛି।

Winter Odisha Shivers
Advertisment
Advertisment