Advertisment

OSSC CTS Recruitment : OSSCର ନୂଆ ବିଜ୍ଞପ୍ତି; ଦଶମ ପାଶ୍ କରିଥିଲେ ବି କରିପାରିବେ ଆବେଦନ

OSSC ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ୍ ୪୩୦ ପଦବୀ ପୂରଣ ହେବ। ଜାଣନ୍ତୁ ପୂରା ଡାଟା…

author-image
Pramod Behera
ଅଦ୍ୟତନ ହୋଇଛି
OSSC CTS Recruitment  for 430 vacancies

OSSC CTS Recruitment for 430 vacancies

ଓଡିଶା କର୍ମଚାରୀ ଚୟନ ଆୟୋଗ(OSSC) ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (CTSRE 2023) ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଜୁନିଅର ମାଇନିଂ ଅଫିସର୍, ଜୁନିଅର MVI, ଜୁନିୟର ଇଞ୍ଜିନିୟର (ମେକାନିକାଲ୍), ଜୁନିୟର ଇଞ୍ଜିନିୟର (ସିଭିଲ୍), ଟ୍ରେସର୍, ଲାବୋରେଟୋରୀ ଆସିଷ୍ଟାଣ୍ଟ୍, ଲାବୋରେଟୋରୀ ଆଟେଣ୍ଡାଣ୍ଟ, ଜୁନିୟର ଇଞ୍ଜିନିୟର ପଦବୀ ପୂରଣ ହେବ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSCର ଅଫିସିଆଲ୍ ୱେବସାଇଟ୍ www.ossc.gov.in କୁ ଯାଇ ଅନ୍‌ଲାଇନ୍ ମୋଡ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ OSSCର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ୍ ୪୩୦ ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୦ ଡିସେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୨ ଜାନୁଆରୀ ୨୦୨୩
  • ପ୍ରାଥମିକ ପରୀକ୍ଷା – ଫେବୃଆରୀ-ଏପ୍ରିଲ୍ ୨୦୨୪(ସମ୍ଭାବନା)
Advertisment

ଖାଲି ପଦବୀ:

  • ଜୁନିଅର ମାଇନିଂ ଅଫିସର୍ – ୧୯୬ଟି ପଦବୀ
  • ଜୁନିଅର MVI – ୪୮ଟି ପଦବୀ
  • ଜୁନିୟର ଇଞ୍ଜିନିୟର (ମେକାନିକାଲ୍) – ୩ଟି ପଦବୀ
  • ଜୁନିୟର ଇଞ୍ଜିନିୟର (ସିଭିଲ୍) – ୨୪ଟି ପଦବୀ
  • ଟ୍ରେସର୍ – ୧୦ଟି ପଦବୀ
  • ଲାବୋରେଟୋରୀ ଆସିଷ୍ଟାଣ୍ଟ୍ – ୧୫ଟି ପଦବୀ
  • ଲାବୋରେଟୋରୀ ଆଟେଣ୍ଡାଣ୍ଟ – ୧୩ଟି ପଦବୀ
  • ଜୁନିୟର ଇଞ୍ଜିନିୟର – ୧୨୧ଟି ପଦବୀ
  • ମୋଟ୍ ପୋଷ୍ଟ୍ – ୪୩୦ଟି ପଦବୀ

ଶିକ୍ଷାଗତ ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ, ଦ୍ୱାଦଶ କିମ୍ବା ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୮ ବର୍ଷ

ଚୟନ ପ୍ରକ୍ରୀୟା:

  • ପ୍ରାଥମିକ ପରୀକ୍ଷା
  • ମୁଖ୍ୟ ଲିଖିତ ପରୀକ୍ଷା
  • ସାର୍ଟିଫିକେଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ www.ossc.gov.in କୁ ଯାଆନ୍ତୁ
  • ହୋମ୍‌ପେଜ୍ରେ Apply ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଫିସ୍‌ ଦିଅନ୍ତୁ
  • ଫର୍ମ ଦାଖଲ କରନ୍ତୁ
  • ଭବିଷ୍ୟତର ପ୍ରମାଣ ପାଇଁ ଏକ ପ୍ରିଣ୍ଟ୍ ବାହାର କରନ୍ତୁ
Govt Jobs OSSC OSSC Jobs
Advertisment
Advertisment