ଆଜି ପଠାଣି ସାମନ୍ତଙ୍କ ଜନ୍ମଦିନ। ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ନିର୍ଭୁଲ ଗଣନା କରିବା, ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ସଠିକ ସମୟ ନିର୍ଦ୍ଧାରଣ କରିବାରେ ସେ ପାରଙ୍ଗମ ଥିଲେ।
ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ଯିଏ ସମସ୍ତଙ୍କ ପାଇଁ ପଠାଣି ସାମନ୍ତ, ଆଜି ତାଙ୍କର ଜନ୍ମଦିନ। ଓଡ଼ିଶାର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ୧୮୩୫ରେ ଜନ୍ମିତ ପଠାଣି ସାମନ୍ତ ଥିଲେ ଜଣେ ଜ୍ୟୋତିର୍ବିଦ ଓ ମହାନ ପଣ୍ଡିତ।
ସାମନ୍ତଙ୍କ ମୃତ୍ୟୁର ୧୨୦ ବର୍ଷ ବିତି ଯାଇଥିବାବେଳେ ତାଙ୍କ ବାସସ୍ଥାନ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।