Advertisment

୧୬ତମ ଟାଇମପାସ୍‍ ବୁକର ପୁରସ୍କାର ପାଇବେ ମହାଶ୍ୱେତା ସାହୁ, ଚାରିଜଣଙ୍କୁ ବେଷ୍ଟସେଲର୍‍

ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ଯୁବ କଥାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ୧୬ ବର୍ଷ ଧରି ପ୍ରଦାନ କରାଯାଇଆସୁଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ଚଳିତବର୍ଷ ଗାଳ୍ପିକା ମହାଶ୍ୱେତା ସାହୁଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଅକ୍ଟୋପସ୍‍ର ଆତ୍ମା’ ପାଇଁ ପ୍ରଦାନ କରାଯିବ।

author-image
Pramod Behera
ଅଦ୍ୟତନ ହୋଇଛି
Mahashweta Sahu To Receive 16th Timepass Booker Award

Mahashweta Sahu To Receive 16th Timepass Booker Award

ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ଯୁବକଥାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ୧୬ ବର୍ଷ ଧରି ପ୍ରଦାନ କରାଯାଇଆସୁଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ଚଳିତବର୍ଷ ଗାଳ୍ପିକା ମହାଶ୍ୱେତା ସାହୁଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି ‘ଅକ୍ଟୋପସ୍‍ର ଆତ୍ମା’ ପାଇଁ ପ୍ରଦାନ କରାଯିବ।

Advertisment

୪୫ ବର୍ଷ ବୟସ ସୀମାର ଓଡ଼ିଆ କଥାକାରଙ୍କୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ଚଳିତ ଡିସେମ୍ବର ମାସରେ ଆୟୋଜିତ ଏକ ଭବ୍ୟ ସାହିତ୍ୟ ଉତ୍ସବରେ ପ୍ରଦାନ କରାଯିବା ସହ ପୁରସ୍କୃତ ପାଣ୍ଡୁଲିପିଟି ପୁସ୍ତକାକାରରେ ଲୋକାର୍ପିତ ହେବ।

Mahashweta Sahu To Receive 16th Timepass Booker Awardମହାଶ୍ୱେତାଙ୍କୁ ଟାଇମପାସ୍ ବୁକର ପୁରସ୍କାର

ପୂର୍ବରୁ ଏହି ଉତ୍ସାହଜନକ ପୁରସ୍କାର ସାରଦା ପ୍ରସାଦ ମିଶ୍ର, ସତ୍ୟପ୍ରିୟ ମହାଳିକ, ମମତାମୟୀ ଚୌଧୁରୀ, ତପନ ମହାପାତ୍ର, ଅମରେଶ ବିଶ୍ଵାଳ, ହିରଣ୍ମୟୀ ମିଶ୍ର, ଆଦିତେଶ୍ଵର ମିଶ୍ର, ରମାକାନ୍ତ ସାମନ୍ତରାୟ, ବାଦଲ ମହାନ୍ତି, ଶକ୍ତି ମହାନ୍ତି, ଆଶିଷ ଗଡ଼ନାୟକ, ସ୍ଵାଗତିକା ସ୍ବାଇଁ, ରାଜେନ୍ଦ୍ର କୁମାର ରାଉଳ, ସୃଷ୍ଟିଶ୍ରୀ ନାଏକ, ଅମିୟ ବେଜ୍‍ ପ୍ରମୁଖ କଥାକାରମାନେ ପାଇସାରିଛନ୍ତି ।

Advertisment

ଏଥିସହିତ ପାଠକମାନଙ୍କ ଦ୍ଵାରା ସର୍ବାଧିକ ଆଦୃତ ପୁସ୍ତକକୁ ପ୍ରଦାନ କରାଯାଉଥିବା ‘ଟାଇମପାସ୍‍ ବେଷ୍ଟ୍‌ସେଲର୍‌ ପୁରସ୍କାର’ ପାଇଁ ଚଳିତ ବର୍ଷ ଫିଚର୍‌ ବିଭାଗରେ କ୍ଷୀରୋଦ ପରିଡ଼ାଙ୍କ ‘ନୋବେଲ ବିଜୟୀ କଥାକାରଙ୍କ ଆତ୍ମକଥନ’, ଗଳ୍ପ ବିଭାଗରେ ବିୟତ୍‍ପ୍ରଜ୍ଞା ତ୍ରିପାଠୀଙ୍କ ‘ଶ୍ରେଷ୍ଠ ଗଳ୍ପ’, କବିତା ବିଭାଗରେ କୃଷ୍ଣକୁମାର ମହାନ୍ତିଙ୍କ ‘ରୁବି ରାୟ’ ଏବଂ ଉପନ୍ୟାସରେ ଦେବବ୍ରତ ଦାସଙ୍କ ‘ଠ’ ପୁସ୍ତକ ଯୋଗ୍ୟ ବିବେଚିତ ହୋଇଛି।

ଓଡ଼ିଆ ପୁସ୍ତକ ତଥା ସାହିତ୍ୟର ପ୍ରଚାରପ୍ରସାର ପାଇଁ ନିସ୍ଵାର୍ଥ ଭାବେ କାର୍ଯ୍ୟ କରୁଥିବା ସରଳ କୁମାର ଦାସଙ୍କୁ ଚଳିତ ବର୍ଷର ‘ଟାଇମପାସ୍‍ ବହିବନ୍ଧୁ ସମ୍ମାନ’ ପ୍ରଦାନ କରାଯିବାକୁ ସ୍ଥିର ହୋଇଛି।

ଡିସେମ୍ବର ୨୪ ତାରିଖରେ ଟାଇମ୍‌ପାସ୍‌ ଦ୍ୱାରା ଆୟୋଜିତ ଚତୁର୍ଥ ‘ଉତ୍‍ସାହିତ୍ୟ’ ଉତ୍ସବରେ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯିବ। ଦିବସବ୍ୟାପି ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବଙ୍ଗଳା ଲେଖକ ଜୟନ୍ତ ଦେଙ୍କ ସମେତ ଓଡ଼ିଶାର ବହୁ ଲବ୍ଧପ୍ରତିଷ୍ଠ ଓ ତରୁଣ ଲେଖକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସାହିତ୍ୟର ବିଭିନ୍ନ ପ୍ରସଙ୍ଗକୁ ନେଇ ମତମତାନ୍ତର, କବିତା କ୍ୟାଟ୍‍ୱାକ୍‍, ଗୀତ-ସଙ୍ଗୀତର କକ୍‍ଟେଲ୍‍, ଚଳଚ୍ଚିତ୍ର ପର୍ଦ୍ଦାୟନ, ଲେଖକଙ୍କ ସହ ଗପସପ, ଛବି ଓ କବିତାର ଯୁଗଳବନ୍ଦୀ, ପୁସ୍ତକ ଲୋକାର୍ପଣ, ସାକ୍ଷାତକାର, ପ୍ରଶ୍ନୋତ୍ତର ଆଦିର କାର୍ଯ୍ୟକ୍ରମ ରହିବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ ବଳ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Odia Literature
Advertisment
Advertisment