Advertisment

ପରୀକ୍ଷା ଦେବା ପାଇଁ ୬ କି.ମି. ଚାଲିଲେ ୯୦ ଛାତ୍ରୀ

ପଞ୍ଚାୟତ ସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ପ୍ରଧାନ ଶିକ୍ଷୟିତ୍ରୀ ୬ କିଲୋମିଟର ଛାତ୍ରୀମାନଙ୍କୁ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିଥିବା ସୂଚନା ମିଳିଛି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
No adequate facilities as 90 school students walk 6 km to attend exam in Mayurbhanj

No adequate facilities as 90 school students walk 6 km to attend exam in Mayurbhanj

ପରୀକ୍ଷା ଦେବା ପାଇଁ ୬ କିଲୋମିଟର ଚାଲିଲେ ୯୦ ଜଣ ଛାତ୍ରୀ । ପଞ୍ଚାୟତ ସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ପ୍ରଧାନ ଶିକ୍ଷୟିତ୍ରୀ ୬ କିଲୋମିଟର ଛାତ୍ରୀମାନଙ୍କୁ ଚଲାଇ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା କରିଥିବା ସୂଚନା ମିଳିଛି । ମୟୂରଭଞ୍ଜ ଜିଲ୍ଲାରେ ଏଭଳି ଘଟଣା ସାମ୍ନାକୁ ଆସିଛି ।

Advertisment

ସୂଚନା ଅନୁସାରେ, ମୋରଡା ବ୍ଲକ୍‌ ଅନ୍ତର୍ଗତ ଭାଲିଆଡିହା ପଞ୍ଚାୟତ ଭାଲିଆଡିହା କେଜିବିଭି ସ୍କୁଲ୍‌ର ଷଷ୍ଠ ଶ୍ରେଣୀ ଛାତ୍ରୀ ଏବଂ ଆଦିବାସୀ ହରିଜନ ଆବାସିକ ବିଦ୍ୟାଳୟର ୪ର୍ଥ, ୫ମ ଶ୍ରେଣୀର ଛାତ୍ରୀ ଏଭଳି ମୋଟ୍‌ ୯୦ଜଣ ଛାତ୍ରୀ ରାସ୍ତାରେ ଚାଲି ଚାଲି ଯାଇ ପରୀକ୍ଷା ଦେଇଛନ୍ତି । 

ଛାତ୍ରୀମାନେ ପଞ୍ଚାୟତ ସ୍ତରୀୟ ଗଣିତ ପରୀକ୍ଷା ଦେବାକୁ ବାରମାଇଲ ସ୍ଥିତ ଉପେନ୍ଦ୍ର ନାଥ ଘୋଷ ସରକାରୀ ଉଚ୍ଚ ବିଦ୍ୟାଳୟକୁ ୬ କି.ମି. ଚାଲି ଚାଲି ଯାଇଥିଲେ । ପରୀକ୍ଷା ଦେଇ ସାରିବା ପରେ ପୁଣି ସେହି ରାସ୍ତାରେ ଚାଲି ଚାଲି ଫେରିଥିଲେ । ଖବର ଲେଖାଯିବା ସୁଦ୍ଧା ଏନେଇ ସ୍କୁଲ୍‌ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

Advertisment
Examination
Advertisment
Advertisment