ଦିଲ୍ଲୀରୁ ମୋଦି ମନ୍ତ୍ର ନେଇ ଫେରିଲେ ବିଜେପି ନେତା । ୨ ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେପି ।
କଂଗ୍ରେସରୁ ଇସ୍ତଫା ନେଇ ପ୍ରେସମିଟରେ ଘୋଷଣା କରିଛନ୍ତି ନବୀନ।
ଦୀର୍ଘ ବର୍ଷ ହେଲା କୌଣସି ପତ୍ତା ନ ମିଳିବାରୁ ପରିବାର ଲୋକେ ଶୁଦ୍ଧିକ୍ରିୟା ବି ସାରି ଦେଇଥିଲେ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୨୫ ବର୍ଷ ପରେ ଘରକୁ ଫେରିଛନ୍ତି ଜଣେ ବୃଦ୍ଧ।
ସାଧାରଣ ନିର୍ବାଚନ ପାଇଁ ଆଗୁଆ ଟିକେଟ ପ୍ରଦାନ ପାଇଁ କଂଗ୍ରେସ ପିଇସି କମିଟି ବୈଠକ ବସିଥିଲା, ଯେଉଁଥିରେ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଥିଲେ।
ଜିଲ୍ଲା ଖଣି ଅଧିକାରୀଙ୍କୁ ଧକ୍କା ଦେବା ପରେ ଡ୍ରାଇଭର ଖସି ପଳେଇ ଯାଉଥିବା ବେଳେ ଗାଡ଼ିକୁ ଜବତ କରାଯାଇଛି।
ଆସନ୍ତା ୨୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖରେ ସରିବ। ସେପଟେ କପି ରୋକିବାକୁ ନୂଆ ଫର୍ମୂଲା ସ୍ୱରୂପ, ଏଥର ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପଶିବେ ପରୀକ୍ଷାର୍ଥୀ।
ନବମ ଶ୍ରେଣୀର ନାବାଳିକା ଝିଅକୁ ବାପା ବାରମ୍ବାର ଦୁଷ୍କର୍ମ କରିବାରୁ ଝିଅର ଆତ୍ମହତ୍ୟା ଅଭିଯୋଗ।
ସାଲୁଜାଙ୍କୁ ହତ୍ୟା ଧମକ ନେଇ ସହରର ବିଭିନ୍ନ ସ୍ଥାନରେ ବ୍ୟାନର ଲଗାଯାଇଛି।
ଜଙ୍ଗଲି ରାସ୍ତା ଉପରେ ପଡ଼ି ରହିଥିଲା ବିଦ୍ୟୁତ୍ ତାର। ଏହା ଜାଣି ନ ପାରି ସନ୍ଧ୍ୟା ଗଡ଼ିଯିବା ପରେ କାମଦାମ ସାରି ଘରକୁ ଫେରୁଥିବା ୩ ଜଣ ଏହି ତାର ସଂସ୍ପର୍ଶରେ ଆସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥ ସଙ୍କଟାପନ୍ନ ରହିଛି।
ସୈାର କୁମ୍ଭମାସ ମାଘ ଶୁକ୍ଳପକ୍ଷ। ଇଂରାଜୀ ୧୯ ତାରିଖ ସୋମବାର। ଚନ୍ଦ୍ର- ମିଥୁନ ଅହୋରାତ୍ର, ତିଥି- ୧୦ ମୀ ଦିବା ୦୮.୫୦ ଗତେ ୧୧ଶୀ, ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତବାର- ମିଥୁନ ରାଶିର, ପୁଷ୍କର ଦୋଷ- ନାସ୍ତି
ଓଡିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଏହି କୁହୁଡ଼ି ଦେଖିବାକୁ ମିଳିଛି।
ରାତିରେ ପାଟ୍ରୋଲିଂ ବେଳେ ମହିଳା ଆଇଆଇସିଙ୍କୁ ଦୋକାନ ଘରେ ବନ୍ଦ କରି ନିର୍ଯାତନା ଅଭିଯୋଗ। ଜୋର ଜବରଦସ୍ତ ମହିଳା ଥାନାଧିକାରୀଙ୍କୁ ଦୋକାନ ଘର ଭିତରେ ଅଟକ ରଖିବା ସହ, ପୋଲିସ ଗାଡ଼ିର ଡ୍ରାଇଭରଙ୍କୁ ଆକ୍ରମଣ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି ।
ରାଜଧାନୀରେ ପୁଣି କଳାକନା ବୁଲାଇଲେ ଚୋର...ଘର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି...କପିଳପ୍ରସାଦ କେଳୁଚରଣ ଲେନ୍- ୫ର ଧ୍ରୁବ ପାତ୍ରଙ୍କ ଘରୁ ଚୋରି ।
ପ୍ରଥମେ ନୂଆ ଓ'। ତାପରେ ମେଧାବୃତ୍ତି ଆଉ ଏବେ ଓଡ଼ିଶା ଦର୍ଶନ। ବିଜେଡିର ଫୋକସରେ ଯୁବ ତଥା ନୂଆ ଭୋଟର। ଉଚ୍ଚଶିକ୍ଷା ବିଭାଗ ଆରମ୍ଭ କରିଛି ଓଡ଼ିଶା ଦର୍ଶନ ଯୋଜନା।
ଧୂଆଁବାଣ ସାଜିଛି ନେତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି...ନାକଟିଦେଉଳ ବ୍ଲକ ସାଲେଭଟାର ଟିକିରା ନଈରେ ପୋଲ ନାହିଁ...ପୋଲ ନଥିବାରୁ ନାକେଦମ୍ ହେଉଛନ୍ତି ୯ ଖଣ୍ଡ ଗାଁ ଲୋକେ...
ଚାରିଆଡ଼େ କିଟି କିଟି ଅନ୍ଧାର... ଦୀପ ଜାଳି ମିଞ୍ଜି ମିଞ୍ଜି ଆଲୁଅରେ ଅକ୍ଷର ଚିହ୍ନୁଛନ୍ତି କୁନିକୁନି ପିଲା । ବହିରେ ସିନା 'ଅ'ରେ ଅରଟ, 'ଆ'ରେ ଆତ... ହେଲେ ୩ ମାସ ହେଲା ବିନା ବିଜୁଳିରେ ଚଳୁଥିବା ବସ୍ତିର ପିଲାଙ୍କ ପାଇଁ 'ଅ'ରେ ଅନ୍ଧାର... 'ଆ'ରେ ଆଉଟୁପାଉଟୁ ।
ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଟେଣ୍ଡର ଆହ୍ୱାନ କଲେ ରାଜ୍ୟ ସରକାର ହେଲେ ବାସ୍ତବ ରୂପ ନେବ ତ ପ୍ରସ୍ତାବିତ ବିମାନ ବନ୍ଦର ?
ବେପାରୁଆ ଗାଡି ଚାଳନା ପରିବାରକୁ କରିଦେଲା ଛାରଖାର । ଟ୍ରକ ଚକା ତଳେ ଚାପି ହୋଇ ପତ୍ନୀଙ୍କ ଜୀବନ ଯାଇଥିବା ବେଳେ, ଝିଅ ହାତ, ଗୋଡ଼ କଟିଯାଇଛି ।
ଓଟିଭି ପ୍ରଭାବ । ବନ୍ଧାହେଲା ଦାଦନ ସର୍ଦ୍ଦାର । ତେଲେଙ୍ଗାନାରେ ବଲାଙ୍ଗିର ସୁଲେକେଲା ଗାଁର ନାବାଳିକା ବନ୍ଧକ ଘଟଣାରେ ଅଭିଯୁକ୍ତ ଦାଦନ ସର୍ଦ୍ଦାରକୁ ଗିରଫ କରିଛି ବେଲପଡ଼ା ପୋଲିସ । ଗିରଫ ଅଭିଯୁକ୍ତର ନାଁ ସମ୍ଭାରୁ ବନଛୋର ।
ଆନନ୍ଦପୁର ପୌରାଞ୍ଚଳରେ ତିନିଦିନ ଧରି ନିଖୋଜ ଯୁବକଙ୍କ ମୃତଦେହ ଡ୍ରେନରୁ ଉଦ୍ଧାର । ମୁକୁଳା ଡ୍ରେନରେ ପଡି ଯୁବକଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି ।
ବାଇକରେ ବାପା ମାଆ ଓ ଝିଅ ଯାଉଥିବା ବେଳେ ଚଢ଼ିଗଲା ଟ୍ରକ୍। ଏଥିରେ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା ଓ ଝିଅ ଗୁରୁତର ଆହତ ହୋଇଛନ୍ତି।
ଗୁଳି କରି କାରରୁ ଲୁଟ୍ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଖିରେଇଟାଙ୍ଗିରି ଟୋଲ ଗେଟ୍ ନିକଟରେ କାରକୁ ଗୁଳିକରି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବାଇକରେ ଆସି ୪ଜଣ ଦୁର୍ବୃତ୍ତ ୧୦ ହଜାର ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି ।
ସନ୍ଧ୍ୟା ସମୟରେ ମା ଝିଅ ଦୁହେଁ ମିଶି ଖଲି ପତ୍ର ତୋଳି ପତ୍ର ବିଡା କରିବା ବେଳେ ଗୁଳିମାଡ଼ ହୋଇଥିଲା। ଗୁଳି କେମିତି ବାଜିଲା, ତାହା ଜଣାପଡ଼ିନାହିଁ।