Advertisment

ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି; ଆଗାମୀ ୩ ଦିନ ଯାଏଁ ଏଭଳି ସ୍ଥିତି

ଓଡିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଏହି କୁହୁଡ଼ି ଦେଖିବାକୁ ମିଳିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Odisha Weather Update

Foggy Morning

ଉପକୂଳରେ ଘନ କୁହୁଡ଼ି। କୁହୁଡ଼ିର ମାତ୍ରା ଏତେ ଅଧିକ ଯେ ରାସ୍ତା ଦିଶୁନି। ଭିଜିବିଲିଟି କମିଯିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଓଡିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଏହି କୁହୁଡ଼ି ଦେଖିବାକୁ ମିଳିଛି। ଆଗାମୀ ୨ଦିନ ଉପକୂଳ ଓଡିଶା ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡିକରେ ରାତ୍ରିରୁ ସକାଳ ମଧ୍ୟରେ ଘନ କୁହୁଡି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Advertisment

ଘନ କୁହୁଡି ସମୟରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦ ମିଟର ମଧ୍ୟରେ ସୀମିତ ରହିବା ସମ୍ଭାବନା ରହିଛି। ଏହି ସମୟରେ ଯାତାୟାତ ତଥା ଜାତୀୟ ରାଜପଥ ଗୁଡିକରେ ପରିବହନରେ ବାଧା ଉପୁଜିପାରେ। ସେପଟେ ରାଜ୍ୟରେ ରାତି ତାପମାତ୍ରା ଆହୁରି ବଢ଼ିବ। ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ କରୁଥିବାରୁ ଆଗାମୀ ୨ ଦିନରେ ରାତି ତାପମାତ୍ରାରେ ଆହୁରି ୨ରୁ ୩ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି।

Weather Update
Advertisment
Advertisment