Advertisment

ରାତି ପାହିଲେ ମାଟ୍ରିକ୍‌ ପରୀକ୍ଷା; ରାଜରାସ୍ତାରେ ଶିକ୍ଷକ, କେମିତି ହେବ ପରୀକ୍ଷା ?

ଆସନ୍ତା ୨୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖରେ ସରିବ। ସେପଟେ କପି ରୋକିବାକୁ ନୂଆ ଫର୍ମୂଲା ସ୍ୱରୂପ, ଏଥର ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପଶିବେ ପରୀକ୍ଷାର୍ଥୀ।

author-image
Manoranjan Behera
ଅଦ୍ୟତନ ହୋଇଛି
Teacher Protest during 10th Board Exam

Teacher Protest

ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା। ଏଥିପାଇଁ ତତ୍ପର ମାଧ୍ୟମିକ ଶିକ୍ଷା ବୋର୍ଡ। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ। ବୋର୍ଡ ପକ୍ଷରୁ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ର ଏବଂ ଦୁର୍ଗମ ଅଞ୍ଚଳର ୨୧ଟି ପୋଲିସ ଷ୍ଟେସନକୁ ନୋଡାଲ୍ ସେଣ୍ଟର କରାଯାଇଛି।

Advertisment

ଆସନ୍ତା ୨୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖରେ ସରିବ। ସେପଟେ କପି ରୋକିବାକୁ ନୂଆ ଫର୍ମୂଲା ସ୍ୱରୂପ, ଏଥର ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପଶିବେ ପରୀକ୍ଷାର୍ଥୀ। ଅର୍ଥାତ୍ ସକାଳ ୯ ଟାରେ ପରୀକ୍ଷା ଥିବାବେଳେ ସାଢ଼େ ୭ରୁ ପରୀକ୍ଷା କେନ୍ଦ୍ରକୁ ଛଡାଯିବ ପରୀକ୍ଷାର୍ଥୀଙ୍କୁ। ୮ଟା ୧୫ ମିନିଟ୍ ପରେ ଆଉ କାହାକୁ ପ୍ରବେଶ ଅନୁମତି ମିଳିବନାହିଁ।

କେବଳ ଏତିକି ନୁହେଁ, ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ପରୀକ୍ଷା ସମୟରେ ଅନ୍ୟ କେହି ବି ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେଇପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ପ୍ରଥମ ଥର ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ନିଯୁକ୍ତ ରହିବେ ପର୍ଯ୍ୟବେକ୍ଷକ। ପ୍ରଶ୍ନପତ୍ର ଆସିବା ଠାରୁ ପରୀକ୍ଷା ସରି ଉତ୍ତରଖାତା ଯିବା ପର୍ଯ୍ୟନ୍ତ ତଦାରଖ କରିବେ। ବିଇଓ ଏବଂ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦିଆଯିବ ଏହି ଦାୟିତ୍ୱ। ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବ୍ୟତୀତ ବାକି ସମସ୍ତଙ୍କୁ ହଲକୁ ମୋବାଇଲ୍ ନେବା ମନା। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସହାୟତା ନେବ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ। ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ ଲାଗିବ AI କ୍ୟାମେରା।

Advertisment

ମୁଣ୍ତ ଉପରେ ମାଟ୍ରିକ ପରୀକ୍ଷା, ଏଣେ ଲୋୟର ପିଏମ୍ଜିରେ ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ। ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ( ଓଷ୍ଟା) ପକ୍ଷରୁ ଚାଲିଛି ଦାବି ହାସଲ ଆନ୍ଦୋଳନ। ୧୯୪ ସ୍କୁଲକୁ ଅନୁଦାନ ଦେବା ପାଇଁ ସରକାରଙ୍କୁ ଦାବି ସହ ୭ମ ବେତନ ହାରରେ ଦରମା ରହିଛି ପ୍ରମୁଖ ଦାବି। ରାଜ୍ୟରେ ଓଷ୍ଟା ଶିକ୍ଷକଙ୍କ ସଂଖ୍ୟା ପ୍ରାୟ ୩୦ ହଜାର। ସେମାନେ ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷାରେ ସହଯୋଗ ନକରିବାକୁ ଧମକ ଦେବା ପରେ ପରୀକ୍ଷା ପରିଚାଳନରେ ଗୁରୁତର ସମସ୍ୟା ଉପୁଜିବା ଆଶଙ୍କା ରହିଛି।

Odisha Matric Exam Matric Exam BSE Odisha
Advertisment
Advertisment