Advertisment

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌; ମା ମୃତ, ବାପାଝିଅ ଗୁରୁତର

ବାଇକରେ ବାପା ମାଆ ଓ ଝିଅ ଯାଉଥିବା ବେଳେ ଚଢ଼ିଗଲା ଟ୍ରକ୍। ଏଥିରେ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା ଓ ଝିଅ ଗୁରୁତର ଆହତ ହୋଇଛନ୍ତି।

author-image
Manoranjan Behera
Road Accident

Road Accident

କଟକ ନୂଆବଜାର ଛକରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକରେ ବାପା ମାଆ ଓ ଝିଅ ଯାଉଥିବା ବେଳେ ଚଢ଼ିଗଲା ଟ୍ରକ୍। ଏଥିରେ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା ଓ ଝିଅ ଗୁରୁତର ଆହତ ହୋଇଛନ୍ତି। ବାଇକରେ ଯାଉଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ବାପାଝିଅଙ୍କୁ SCB ରେ ଭର୍ତ୍ତି କରାଯାଇଛି।

Advertisment

ସେପଟେ ଦୁର୍ଘଟଣା ଘଟାଇ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି। ମୃତାହତ ମାନେ କଟକ କନ୍ଦରପୁର ଅଞ୍ଚଳର। ମୃତ ମହିଳାଙ୍କ ନାଁ ସାରଥୀ ରାଉତ। ତାଙ୍କ ସ୍ୱାମୀଙ୍କ ନାଁ ଦୀପକ ରାଉତ। ତାଙ୍କ ସ୍ୱାମୀ ଓ ଝିଅଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ ଦୀପକ ସ୍କୁଟିରେ ପତ୍ନୀ ସାରଥୀ ଓ ଝିଅକୁ ନେଇ ଯାଉଥିବା ବେଳେ ଚାଉଳିଆଗଞ୍ଜ ଛକ ଆଡୁ ଆସୁଥିବା ଟ୍ରକଟି ସେମାନଙ୍କୁ ନୂଆବଜାର ଛକ ନିକଟରେ ଧକ୍କା ଦେଇଥିଲା। ଟ୍ରକ୍‌ ଧକ୍କା ଦେବା ପରେ ସାରଥୀ ତଳେ ପଡ଼ି ଯାଇଥିଲେ। ଏହା ପରେ ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment
Road Accident
Advertisment
Advertisment