• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦିଲ୍ଲୀରୁ ମୋଦି ମନ୍ତ୍ର ନେଇ ଫେରିଲେ ବିଜେପି ନେତା । ୨ ଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ମୋଦି ଦେଇଛନ୍ତି ୧୦୦ ଦିନର ଟାର୍ଗେଟ । ଲାଭାର୍ଥୀ ମାନଙ୍କ ସହ ସମ୍ପର୍କରେ ରହିବେ ଏବଂ ମୋଦିଙ୍କ ବାର୍ତ୍ତା ପହଞ୍ଚାଇବେ କର୍ମକର୍ତ୍ତା ।

୧୦ ବର୍ଷରେ ମୋଦି ସରକାର ଲୋକଙ୍କ ପାଇଁ କରିଥିବା କାମ ଗୁଡ଼ିକର ଦେବେ ହିସାବ । ରାମ ମନ୍ଦିର ନିର୍ମାଣ, ଗରିବ କଲ୍ୟାଣ ଯୋଜନା, ୩୭୦ ଧାରା ଉଚ୍ଛେଦ, ୩ ତଲାକ୍ ଉଚ୍ଛେଦ, ସିଏଏ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ମୋଦି ସରକାର । ବୁଥ ଚାଲ ଅଭିଯାନ, ଗାଁ ଚାଲ ଅଭିଯାନ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ପାଖକୁ ଯିବ ବିଜେପି ।

ଏନଡିଏ ମେଣ୍ଟ ୪୦୦ ପାର୍ କରିବା ସହ ବିଜେପି ଏକାକୀ ୩୭୦ ଲୋକସଭା ସିଟ ଜିତିବା ପାଇଁ ଲକ୍ଷ୍ୟ ରଖିଛି । ସବୁ ରାଜ୍ୟରେ ଅଲଗା ଅଲଗା ରାଜନୈତିକ ପରିସ୍ଥିତି ଅଛି । ତେଣୁ ସେଥିଲାଗି ପ୍ରତି ରାଜ୍ୟ ପାଇଁ ସ୍ୱତନ୍ତ୍ର ପ୍ଲାନ ହେବ । ରାଜ୍ୟରେ ମଧ୍ୟ ଡବଲ ଇଞ୍ଜିନ ସରକାର ହେବ ।

କେନ୍ଦ୍ରୀୟ ନେତୃତ୍ୱମାନେ ଓଡ଼ିଶା ଗସ୍ତରେ ଆସିବେ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨୨ ତାରିଖରେ ୩ଟି କ୍ଲଷ୍ଟରକୁ ଆସିବେ । ବ୍ରହ୍ମପୁର, ନବରଙ୍ଗପୁର ଏବଂ ମୟୂରଭଞ୍ଜକୁ ନେଇ ଗଠିତ ହୋଇଛି ୩ କ୍ଲଷ୍ଟର ।