ଆଜି ତୃତୀୟ ଦିନରେ RG କର ମେଡିକାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ପଚରାଉଚରା କରିଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିକେସନ୍ ।
ଶିଶୁକୁ ବାପା କୋଳରୁ ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏହାପରେ ପୀଡ଼ିତାକୁ ଛାଡ଼ି ଫେରାର ହୋଇ ଯାଇଥିଲା ।
ଓଟିଭି ପ୍ରଭାବ । ବନ୍ଧାହେଲା ଦାଦନ ସର୍ଦ୍ଦାର । ତେଲେଙ୍ଗାନାରେ ବଲାଙ୍ଗିର ସୁଲେକେଲା ଗାଁର ନାବାଳିକା ବନ୍ଧକ ଘଟଣାରେ ଅଭିଯୁକ୍ତ ଦାଦନ ସର୍ଦ୍ଦାରକୁ ଗିରଫ କରିଛି ବେଲପଡ଼ା ପୋଲିସ । ଗିରଫ ଅଭିଯୁକ୍ତର ନାଁ ସମ୍ଭାରୁ ବନଛୋର ।
ପାର୍ଲାମେଣ୍ଟ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ୬ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ। ସବୁ ଅଭିଯୁକ୍ତଙ୍କ ନାଁରେ ଜାରି ଦେବ ୱାରେଣ୍ଟ।
ଦୋଷୀ ବିରୋଧରେ ଆଇପିସିରେ ଠକେଇ, ଜାଲିଆତି, ଆଇ.ଟି ଆକ୍ଟ ସହ ଚିଟଫଣ୍ଡ ମାମଲା ରୁଜୁ ହୋଇଥିଲା । ଅଭିଯୁକ୍ତ ପ୍ରିନସ ମେ ୨୦୨୨ରେ ଉତ୍ତର ପ୍ରଦେଶ ମଝୁରାରୁ ଗିରଫ୍ ହୋଇଥିଲା ।
କମିଶନରେଟ୍ ପୋଲିସର ସୂଚନା ଅନୁଯାୟୀ, ମଧୁସ୍ମିତା ଦାସ ଓ ତାଙ୍କ ସ୍ୱାମୀ ସପନ କରଙ୍କ ଦାଂପତ୍ୟ ଜୀବନରେ ସୁଖ ନଥିଲା । ଦୁହେଁ ୫ ବର୍ଷ ତଳେ ବିବାହ କରିଥିଲେ, କିନ୍ତୁ ପାରିବାରକ କଳହ କାରଣରୁ ୩ ବର୍ଷ ହେଲା ଅଲଗା ଅଲଗା ରହୁଥିଲେ ।
ଏକ ଚୋରି ଅଭିଯୋଗରେ ବବଲୁକୁ ଥାନାକୁ ଆଣିଥିବା କ୍ୟାଣ୍ଟନମେଣ୍ଟ ପୋଲିସର ଭୂମିକା ଏବେ ସନ୍ଦେହ ଘେରରେ। ବବଲୁ ମହାନଦୀକୁ ଚାଲିଯାଇଥିବା ଭାଇରାଲ୍ ଭିଡିଓରୁ ସ୍ପଷ୍ଟ ହେଉଥିବା ବେଳେ, ତା ପରିବାର ଲୋକ ଥାନାକୁ ଆସି ପଚାରିବାରୁ ସେ ମେଡିକାଲ ଯାଇଛି ବୋଲି କହିଥିଲା ପୋଲିସ।
ଅଗ୍ନିଶମ ବାହିନୀ ଦ୍ୱାରା ଯୋବ୍ରା ବ୍ୟାରେଜରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।
ପ୍ରଥମେ କୋଲକାତା ଓ ପରେ ନୟାଗଡ଼ ଜଙ୍ଗଲରେ ଲୁଚିଥିଲା। ସେଠୁ କନ୍ଧମାଳ ଫେରାର ହେବା ବେଳେ କମିଶନରେଟ୍ ପୋଲିସ୍ ତାକୁ ଧରିଛି। ଫରିଦ୍ ଗତ ୨୦ ବର୍ଷ ତଳେ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳରୁ ଓଡ଼ିଶାକୁ ଆସିଥିଲା।
ରାତି ହୋଇଯାଇଥିବାରୁ ଦମକଳ ବାହିନୀ ଓ ଓଡ୍ରାଫ ଟିମ୍ ବହୁ ଖୋଜାଖୋଜି କରିଥିଲେ ବି ପତ୍ତା ମିଳିପାରିନଥିଲା। ଆଜି ସକାଳେ ପୁଣି ଥରେ ଖୋଜାଖୋଜି ଆରମ୍ଭ ହେବା ପରେ ତାଙ୍କ ମୃତଦେହ ମିଳିଛି । ଘଟଣା ସମ୍ପର୍କରେ ଅବକାରୀ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।