• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଓଟିଭି ପ୍ରଭାବ । ବନ୍ଧାହେଲା ଦାଦନ ସର୍ଦ୍ଦାର । ତେଲେଙ୍ଗାନାରେ ବଲାଙ୍ଗିର ସୁଲେକେଲା ଗାଁର ନାବାଳିକା ବନ୍ଧକ ଘଟଣାରେ ଅଭିଯୁକ୍ତ ଦାଦନ ସର୍ଦ୍ଦାରକୁ ଗିରଫ କରିଛି ବେଲପଡ଼ା ପୋଲିସ । ଗିରଫ ଅଭିଯୁକ୍ତର ନାଁ ସମ୍ଭାରୁ ବନଛୋର । ଘର ତୁରେକେଲା ତେନ୍ତୁଳିଖୁଣ୍ଟି ଗାଁରେ ।

ନାବାଳିକା ବନ୍ଧକ ଘଟଣା ସାମ୍ନାକୁ ଆସିବା ପରଠାରୁ ଅଭିଯୁକ୍ତ ଜଣକ ଫେରାର ଥିଲା । ବହୁ ଖୋଜାଖୋଜି ପରେ ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇଛି । ତେବେ ଏବେବି ଘଟଣାର ମୁଖ୍ୟ ଅଭିଯୁକ୍ତ ଇଟାଭାଟି ମାଲିକ ଫେରାର ଅଛି । ସୂଚନା ଅନୁସାରେ ଦୁଇ ମାସ ତଳେ ସୁଲେକେଲା ଗାଁର କାହ୍ନୁ ମଲିକ ନିଜ ପରିବାରର ୪ ସଦସ୍ୟଙ୍କୁ ଧରି ତେଲେଙ୍ଗାନା ଯାଇଥିଲେ ଦାଦନ ଖଟିବାକୁ ।

ସେଠାରେ ଦାଦନ ସର୍ଦାରଙ୍କ ଅତ୍ୟଧିକ କାମ ଯୋଗୁଁ ଅସୁସ୍ଥ ଅନୁଭବ କରିଥିଲେ କାହ୍ନୁ । ତା ପରେ ବି ଦାଦନ ସର୍ଦାର ବାରମ୍ବାର ଶ୍ରମିକ ପରିବାରକୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଫଳରେ ସମ୍ପୂର୍ଣ୍ଣ ଅସୁସ୍ଥ ହୋଇପଡ଼ିଥିଲେ କାହ୍ନୁ । ଏହାକୁ ପତ୍ନୀ ପ୍ରତିବାଦ କରିବାରୁ ରୋଗୀଣା ସ୍ୱାମୀ ସହ ସ୍ତ୍ରୀ ଓ ଜଣେ ଦୃଷ୍ଟିବାଧିତ ଝିଅକୁ ଗାଁକୁ ପଠାଇ ଦେଇଥିଲା ଇଟାଭାଟି ମାଲିକ ।

ମାତ୍ର ୧୧ ବର୍ଷର ନାବାଳିକା ଝିଅକୁ ବନ୍ଧକ ରଖିଥିଲା । ପରିବାର ଲୋକ ୫୦ ହଜାର ଟଙ୍କା ଦେବା ପରେ ମଧ୍ୟ ଝିଅକୁ ଛାଡ଼ିନଥିଲା ଇଟାଭାଟି ମାଲିକ । ଏପଟେ ଝିଅକୁ ଝୁରି ଝୁରି ପ୍ରାଣ ହରାଇଥିଲେ କାହ୍ନୁ । ଏ ନେଇ ବାରମ୍ବାର ଖବର ପ୍ରସାରଣ ପରେ ତେଲେଙ୍ଗାନାରୁ ନାବାଳିକାକୁ ଉଦ୍ଧାର କରିଥିଲା ପୋଲିସ ।

ମିଳିଥିବା ସୂଚନା ଅନୁସାରେ ଦୁଇ ମାସ ତଳେ ସୁଲେକେଲା ଗାଁର କାହ୍ନୁ ମଲିକ ନିଜ ପରିବାରର ୪ ସଦସ୍ୟଙ୍କୁ ଧରି ଆନ୍ଧ୍ର ସାତନଗର ଅଂଚଳକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସର୍ଦାରଙ୍କ ଅତ୍ୟଧିକ କାମ ଯୋଗୁଁ ଅସୁସ୍ଥ ଅନୁଭବ କରିଥିଲେ କାହ୍ନୁ । ତା ପରେ ବି ଦାଦନ ସର୍ଦାର ବାରମ୍ବାର ଶ୍ରମିକ ପରିବାରକୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ।

ଫଳରେ ସମ୍ପୂର୍ଣ୍ଣ ଅସୁସ୍ଥ ହୋଇପଡ଼ିଥିଲେ କାହ୍ନୁ । ଏହାକୁ ପତ୍ନୀ ପ୍ରତିବାଦ କରିବାରୁ ରୋଗୀଣା ସ୍ୱାମୀ ସହ ସ୍ତ୍ରୀ ଓ ଜଣେ ଦୃଷ୍ଟିବାଧିତ ଝିଅକୁ ଗାଁକୁ ପଠାଇ ଦେଇଥିଲେ । କିନ୍ତୁ ୧୧ ବର୍ଷର ନାବାଳିକା ଝିଅକୁ ଅଟକ ରଖିଥିଲା ସର୍ଦାର ।