Advertisment

ଜୁଆ ଖେଳ ବନ୍ଦ କରିବାକୁ କହିବାରୁ ଦୋକାନ ଘରେ ମହିଳା IIC ଙ୍କୁ ନିର୍ଘାତ ମାଡ଼ !

ରାତିରେ ପାଟ୍ରୋଲିଂ ବେଳେ ମହିଳା ଆଇଆଇସିଙ୍କୁ ଦୋକାନ ଘରେ ବନ୍ଦ କରି ନିର୍ଯାତନା ଅଭିଯୋଗ। ଜୋର ଜବରଦସ୍ତ ମହିଳା ଥାନାଧିକାରୀଙ୍କୁ ଦୋକାନ ଘର ଭିତରେ ଅଟକ ରଖିବା ସହ, ପୋଲିସ ଗାଡ଼ିର ଡ୍ରାଇଭରଙ୍କୁ ଆକ୍ରମଣ।

author-image
Manoranjan Behera
Police IIC

Police IIC

ଜୁଆ ଖେଳ ବନ୍ଦ କରିବାକୁ କହିବାରୁ ଭୟଙ୍କର କାଣ୍ଡ। ରାତିରେ ପାଟ୍ରୋଲିଂ ବେଳେ ମହିଳା ଆଇଆଇସିଙ୍କୁ ଦୋକାନ ଘରେ ବନ୍ଦ କରି ନିର୍ଯାତନା ଅଭିଯୋଗ। ଜୋର ଜବରଦସ୍ତ ମହିଳା ଥାନାଧିକାରୀଙ୍କୁ ଦୋକାନ ଘର ଭିତରେ ଅଟକ ରଖିବା ସହ, ପୋଲିସ ଗାଡ଼ିର ଡ୍ରାଇଭରଙ୍କୁ ଆକ୍ରମଣ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ସାହାବାଜିପୁର ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଗାଁରେ।

Advertisment

ଅଭିଯୋଗ ଅନୁସାରେ, ତାଳସାରୀ ସାମୁଦ୍ରିକ ଥାନା ଆଇଆଇସି ଚମ୍ପାବତୀ ସୋରେନ, ଗତରାତି ପ୍ରାୟ ୧୦ଟା ବେଳେ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ପାଟ୍ରୋଲିଂରେ ବାହାରିଥିଲେ। ଉଦୟପୁର ଗାଁର ଏକ ଦୋକାନ ଖୋଲା ଥିବାରୁ ଜୁଆ ଖେଳ ଚାଲିଥିବା ସନ୍ଦେହରେ ତାକୁ ବନ୍ଦ କରିବାକୁ କହିଥିଲେ ସେ। ଏହି ସମୟରେ ଅଚାନକ କିଛି ବ୍ୟକ୍ତି ତାଙ୍କୁ ଜୋରଜବରଦସ୍ତ ଦୋକାନ ଘରେ ଭର୍ତ୍ତି କରିଦେଇଥିଲେ। ଥାନାର ଗାଡ଼ି ଚାଳକ ସୁଧାଂଶୁ ମହାନ୍ତି ଏହାକୁ ବିରୋଧ କରିବାରୁ, ସେମାନେ ତାଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି।

ଏହି ଖବର ପାଇ ଚନ୍ଦନେଶ୍ୱର ଫାଣ୍ଡି ଓ ଭୋଗରାଇ ଥାନା ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ସେପଟେ ଏହି ଘଟଣାରେ ମେରାଇନ ପୋଲିସ ୨୦ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ବେଳେ, ଜଳେଶ୍ୱରରୁ ମଧ୍ୟ ଏକ ପ୍ଲାଟୁନ ପୋଲିସ ଘଟଣା ସ୍ଥଳରେ ମୁତୟନ କରାଯାଇଛି। ଉଦୟପୁର ଗାଁ ଏକପ୍ରକାର ଜନଶୂନ୍ୟ ହୋଇଯାଇଥିବା ଦେଖିବାକୁ ମିଳିଛି। ଅଧିକାଂଶ ଲୋକ ଗାଁ ଛାଡ଼ି ଭୟରେ ପଳାଇଥିବା ସୂଚନା ମିଳିଛି।

Advertisment
Crime Against Women Police IIC
Advertisment
Advertisment