/odishatv-khabar/media/post_attachments/uploadimage/library/16_9/16_9_0/Accident_1708277823.jpg)
Accident
ଏମିତି ବି ଆସେ ମୃତ୍ୟୁ । ଯାଇଥିଲେ ବରଯାତ୍ରୀ, ଚାଳିଗଲା ଜୀବନ । ବରଯାତ୍ରୀ ଯିବା ହେଲା କାଳ । ବିବାହ ଦେଖିବା ପୂର୍ବରୁ ଚାଲିଗଲା ଜୀବନ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଧୀନ କାଳିଆଗୁଡା ନିକଟରେ ଏକ ବର ଯାତ୍ରୀ ଗାଡ଼ିର ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ବରଯାତ୍ରୀ ନାରାୟଣପାଟଣା ଅଞ୍ଚଳରୁ ଆସୁଥିବା ଜଣାପଡିଛି । ତେବେ ମୃତ୍ୟୁବରଣ କରିଥିବା ୨ ଜଣଙ୍କ ମଧ୍ୟରୁ କାହାରି ପରିଚୟ ମିଳିନଥିବା ବେଳେ ବର ମଧ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)