/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708316419.jpg)
Electric Shock
ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ମହିଳା ମୃତ, ଜଣେ ପୁରୁଷ ଗୁରୁତର। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗାଁ ଦାନିକାପେଲ ଗାଁରେ ଘଟିଛି ଅଭାବନୀୟ ଘଟଣା। ମୃତକ ମାନେ ହେଲେ ସ୍ଥାନୀୟ ଟିଙ୍ଗୁ ମାଝୀ ଓ କୁରୁଞ୍ଜା ଗାଁର କାଙ୍ଗା ମାଝୀ। ଗୁରୁତର ଡଙ୍ଗେ ମାଝୀଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଗତସନ୍ଧ୍ୟାରେ ତିନି ଜଣ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ, ରାସ୍ତା ଉପରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା। ତାର ସଂସ୍ପର୍ଶରେ ଆସି ୩ ଜଣ ଅଚେତ ହୋଇ ପଡ଼ିଥିବା ବେଳେ, ସମସ୍ତଙ୍କୁ ଉଦ୍ଧାର କରି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ଜଙ୍ଗଲି ରାସ୍ତା ଉପରେ ପଡ଼ି ରହିଥିଲା ବିଦ୍ୟୁତ୍ ତାର। ଏହା ଜାଣି ନ ପାରି ସନ୍ଧ୍ୟା ଗଡ଼ିଯିବା ପରେ କାମଦାମ ସାରି ଘରକୁ ଫେରୁଥିବା ୩ ଜଣ ଏହି ତାର ସଂସ୍ପର୍ଶରେ ଆସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥ ସଙ୍କଟାପନ୍ନ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)